ହେଡଲାଇନସ୍:

୧୯ରେ ପୁଣି ଏକ ଲଘୁଚାପ, ତିନିଦିନ ଧରି ପ୍ରବଳ ବର୍ଷା ସମ୍ଭାବନା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ବଙ୍ଗୋପସାଗରର ମଧ୍ୟ ଭାଗ ଏବଂ ଏହାର ସଂଲଗ୍ନ ଅଂଚଳରେ ଆସନ୍ତା ସେପ୍ଟେମ୍ବର୧୯ ତାରିଖରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ଓ ଗଜପତି ଜିଲ୍ଲା ଏବଂ ଏହାର ସଂଲଗ୍ନ ଅଂଚଳରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ସୂଚନା ଦେଇଛନ୍ତି ସିଇସିର ନିର୍ଦ୍ଦେଶକ  ଡ. ଶରତ ଚନ୍ଦ୍ର ସାହୁ । 

 ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ସେପ୍ଟେମ୍ବର ୧୯ ତାରିଖ ସୁଦ୍ଧା ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଭଦ୍ରକ, ଯାଜପୁର, ଅନୁଗୁଳ, ଢେ଼ଙ୍କାନାଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ବରଗଡ, ସୋନପୁର , ବୌଦ୍ଧ , ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ନୂଆପଡାରେ  ସେପ୍ଟେମ୍ବର ୨୦ ଏବଂ ୨୧ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ଡ. ସାହୁ କହିଛନ୍ତି ।

ମହାନଦୀର ଉପର ଏବଂ ତଳମୁଣ୍ଡରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ସେ କହିଛନ୍ତି ।  

0
0
0
s2sdefault