ହେଡଲାଇନସ୍:

ପରାମର୍ଶ ନଦେଇ କଣ ପଦକ୍ଷେପ ନେଇଛନ୍ତି ତେଲ ମନ୍ତ୍ରୀ କୁହନ୍ତୁ  : ବିଜୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟରୁ ଜଣାପଡୁଛି ଏ କେତେ ଅସହାୟ !

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ୍‍ର ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛି । ଜନସାଧାରଣ ଏଥିରେ ହନ୍ତସନ୍ତ ହେଉଛନ୍ତି । ସାଧାରଣ ଲୋକମାନଙ୍କର ଅସନ୍ତୋଷକୁ ଅଣଦେଖା କରି କେନ୍ଦ୍ର ସରକାର ଅତି ବେପରୁଆ ଭାବରେ ଯେଉଁ ମତ ଓ ମନ୍ତବ୍ୟ ଦେଉଛନ୍ତି, ତାହା କଟା ଘା’ରେ ଚୂନ ଦେଲା ଭଳି ଲାଗୁଛି ।  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଣମାଧ୍ୟମ ଜରିଆରେ ତୈଳ ଦର କାହିଁକି ବଢ଼ୁଛି, ସେ ସଂପର୍କରେ ବୟାନ ଦେଇଛନ୍ତି । ତେଲ କାହିଁକି ବଢେ଼ ଓ କେମିତି ବଢେ଼ ସେ ସଂପର୍କରେ ସାଧାରଣ ଲୋକ ଜାଣିବା ପାଇଁ ଇଚ୍ଛୁକ ନୁହନ୍ତି । ବର୍ଦ୍ଧିତ ଦର ହ୍ରାସ ପାଇଁ କେନ୍ଦ୍ର ସରକାର କ’ଣ ଠୋସ ପଦକ୍ଷେପ ନେଇଛନ୍ତି, ସେ ସଂପର୍କରେ ଜଣାଇଥିଲେ ଭଲ ହୋଇଥାନ୍ତା । କିନ୍ତୁ କେନ୍ଦ୍ରମନ୍ତ୍ରୀ  ଅତି ଚତୁରତାର ସହିତ ଦର ବୃଦ୍ଧି ହ୍ରାସ ପାଇଁ ରାଜ୍ୟ ଉପରକୁ ବଲ୍‍ ଫିଙ୍ଗିଛନ୍ତି । ଏଥିରେ ଶ୍ରୀ ପ୍ରଧାନ ନିଜର ଅସହାୟତା ଓ ଅପାରଗତା ଲୋକଙ୍କ ସାମ୍ନାରେ ପ୍ରମାଣିତ କରିଛନ୍ତି । ଯେଉଁ ସରକାର ତୈଳ ଦର ବୃଦ୍ଧିକୁ ନିୟନ୍ତ୍ରଣରେ ରଖିପାରୁ ନାହିଁ ଏବଂ ସାଧାରଣ ଖାଉଟିମାନଙ୍କୁ ହନ୍ତସନ୍ତ କରୁଛି, ସେ ସରକାର ଶାସନରେ ରହିବାର କୌଣସି ଅଧିକାର ନାହିଁ । ରାଜ୍ୟକୁ ପରାମର୍ଶ ନଦେଇ ଶ୍ରୀ ପ୍ରଧାନ ତୈଳ ଦର ନିୟନ୍ତ୍ରଣ କରିବା ପାଇଁ କ’ଣ କ’ଣ ପଦକ୍ଷେପ ନେଇଛନ୍ତି, ତାହା ସର୍ବସାଧାରଣରେ ପ୍ରକାଶ କରିବାକୁ ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ବିଜ୍ଞପ୍ତିରେ କହିଛନ୍ତି ।

ସୂଚନାଯୋଗ୍ୟ ରେ ତେଲ ଦର କମାଇବା ପାଇଁ ରାଜ୍ୟ ସରକାର ଭାଟ କମ କରନ୍ତୁ ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ \

0
0
0
s2sdefault