ହେଡଲାଇନସ୍:

ବରିଷ୍ଠ ନାଗରିକ ସହାୟତା କେନ୍ଦ୍ର ପରିଦର୍ଶନ କଲେ ଆଇଟି ଉପଦେଷ୍ଟା ଅନୁଭବ ପଟ୍ଟନାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, ୨୬.୦୬.୨୦୨୩-ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ଉପଦେଷ୍ଟା ଶ୍ରୀ ଅନୁଭବ ପଟ୍ଟନାୟକ ଭୁବନେଶ୍ୱର ସ୍ଥିତ ବରିଷ୍ଠ ନାଗରିକ ମାନଙ୍କ ସହାୟତା ନିମନ୍ତେ ଉଦ୍ଦିଷ୍ଟ ହେଲ୍ପଲାଇନ କେନ୍ଦ୍ର ତଥା ଏଲଡର ଲାଇନର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି l ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କୁ ନ୍ୟାୟ, ସୁରକ୍ଷା ଏବଂ ସହାୟତା ଯୋଗାଇ ଦେବାପାଇଁ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ଦ୍ୱାରା ଜାରି କରାଯାଇଥିବା ୧୪୫୬୭ ହେଲ୍ପଲାଇନ ନମ୍ବରର କାର୍ଯ୍ୟକାରିତା ବିଷୟରେ ପଚାରି ବୁଝିଥିଲେ l
ସୂଚନା ଯୋଗ୍ୟକି ଏହି ବ୍ୟବସ୍ଥା ଅସହାୟ, ନିର୍ଯ୍ୟାତିତ ଏବଂ ଭୂମିହୀନ ବରିଷ୍ଠ ନାଗରିକ ମାନଙ୍କୁ ସୁରକ୍ଷା, ସ୍ବାସ୍ଥ୍ୟ, ଆଇନଗତ, ଆଶ୍ରୟସ୍ଥଳ, ପେନସନ ଆଦି କ୍ଷେତ୍ରରେ ଓ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କୀୟ ସୂଚନା ଓ ସହାୟତା ଯୋଗାଇଦେବା ସହ ଆବଶ୍ୟକ କ୍ଷେତ୍ର ହସ୍ତକ୍ଷେପ ଏବଂ ଭାବନାତ୍ମକ ସହାୟତା ମଧ୍ୟ ଯୋଗାଇଆସୁଛି । ଏହି ହେଲ୍ପଲାଇନ ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଉପଲବ୍ଧ ହୋଇଥାଏ l ଏହି ବ୍ୟବସ୍ଥାକୁ ବ୍ୟାପକ ଏବଂ ଅଧିକ କ୍ରିୟାଶୀଳ କରିବା ପାଇଁ ଆବଶ୍ୟକ ସଚେତନତା କାର୍ଯ୍ୟକ୍ରମ କରିବାକୁ ଉପସ୍ଥିତ ଅଧିକାରୀ ମାନଙ୍କୁ ଶ୍ରୀ ପଟ୍ଟନାୟକ ଉପଦେଶ ଦେଇଥିଲେ l ଏହି ଅବସରରେ ମୁଖ୍ୟ ଟେକନିକାଲ ଅଧିକାରୀ ସତ୍ୟ ମହାନ୍ତି, ଏଲଡର ଲାଇନର କର୍ମଚାରୀ ମାନଙ୍କ ସମେତ ଓକାକର କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault