ହେଡଲାଇନସ୍:

ପ୍ରଭାବଶାଳୀ ନେତାଙ୍କ ଇସାରାରେ ଚାଲିଛି ଭୁବନ ଥାନା !

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଜୋର ଧରିଲା ଥାନାଧିକାରୀଙ୍କ ବଦଳି ଦାବି

ଢେଙ୍କାନାଳ/ ରବିନ୍ ଦାସ ; ସମାଜରେ ମଣିଷ ମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବା ନିମିତ୍ତ ନ୍ୟାୟିକ ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାର ସୁପରିଚାଳନା ପାଇଁ ସମାଜରେ ପୋଲିସ ଓ ନ୍ୟାୟପାଳିକା ନିଯୁକ୍ତ ଅଛନ୍ତି । ଜନସାଧାରଣଙ୍କୁ ପ୍ରକୃତ ନ୍ୟାୟ ପ୍ରଦାନ କରିବା କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଛନ୍ତି । ହେଲେ ଅନେକ ସ୍ଥାନରେ ପୋଲିସ ନିଜ କ୍ଷମତାର ଅପବ୍ୟବହାର କରୁଥିବା ଘଟଣା ଲୋକଲୋଚନକୁ ଆସୁଛି । ଅର୍ଥ ଓ ପଦୋନ୍ନତି ଲୋଭରେ ପଡ଼ି ଦୋଷୀ କୁ ନିର୍ଦୋଷୀ ଓ ନିର୍ଦୋଷୀ କୁ ଦୋଷୀ ସଜାଇ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଠିକ୍ ସେହିପରି ଢେଙ୍କାନାଳ ଜିଲ୍ଲା ଭୁବନ ଥାନାଧିକାରୀ କ୍ଷମତାର ଅପବ୍ୟବହାର କରୁଥିବା ସାଧାରଣରେ ଆଲୋଚନା ହେଉଛି । ଥାନାଧିକାରୀ ସୈାଭାଗ୍ୟ ସ୍ବାଇଁ ସ୍ଥାନୀୟ ପ୍ରଭାବଶାଳୀ ନେତା ମାନଙ୍କ କଥାରେ ପରିଚାଳିତ ହେଉଛନ୍ତି ବୋଲି କୁହାଯାଉଛି । ସାଧାରଣ ଲୋକଙ୍କୁ ଭୟଭୀତ କରାଇ ଉକ୍ତ ନେତା ମାନଙ୍କ ପ୍ରଭାବ ବିସ୍ତାର କରିବାରେ ସହାୟକ ହେଉଛନ୍ତି । ନିର୍ଦୋଷ ବ୍ୟକ୍ତି ନାମରେ ମିଥ୍ୟା ମାମଲା ରୁଜୁ କରି ସ୍ଥାନୀୟ ଅଞ୍ଚଳରେ ନେତା ମାନଙ୍କ ଦବଦବା ସୃଷ୍ଟି କରୁଛନ୍ତି । ନେତାମାନେ ରାଜନୈତିକ ସ୍ବାର୍ଥ ପାଇଁ ପ୍ରତ୍ୟେକ ମାମଲାରେ ହସ୍ତକ୍ଷେପ କରୁଛନ୍ତି ଏବଂ ଥାନାଧିକାରୀ ମଧ୍ୟ ଏହାକୁ ପ୍ରଶ୍ରୟ ଦେଉଛନ୍ତି । ନେତା ମାନଙ୍କ ଗୋଟିଏ ଫୋନ୍ ରେ ମାମଲା ରୁଜୁ ହେଉଛି ଏବଂ ରଫାଦଫା ମଧ୍ୟ ହେଉଛି । ଏହିଭଳି ଭାବେ ଭୁବନ ଥାନାରେ ରାଜନୀତି ଚାଲିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେବା ସହିତ ଥାନାଧିକାରୀ ସୈାଭାଗ୍ୟ ସ୍ବାଇଁଙ୍କ ବଦଳି ଦାବି ଜୋର ଧରିଛି । ଏହି ଥାନା ବାବୁଙ୍କୁ ବଦଳି କରି ଜଣେ ଦକ୍ଷ ସଚ୍ଚୋଟ ଥାନାଧିକାରୀଙ୍କୁ ନିଯୁକ୍ତି ଦିଅନ୍ତୁ ବୋଲି ଢେଙ୍କାନାଳ ଏସପିଙ୍କୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ ।

0
0
0
s2sdefault