ଭୁବନେଶ୍ବର-ଓଡିଶା ସମବାୟ ସମିତି କର୍ମଚାରୀ ମହାମଂଚର ଏକ ପ୍ରତିନିଧିଦଳ ମହାମଂଚର ସଭାପତି ପ୍ରଭାତ କୁମାର ତ୍ରିପାଠୀଙ୍କ ନେତୃତ୍ବରେ ଲୋକସେବା ଭବନଠାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ସାକ୍ଷାତ କରି ସେମାନଙ୍କର ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ରାଜ୍ୟର 2708 ଗୋଟି ପାକ୍ସ୍ ଓ ଲାମ୍ପସରେ କାର୍ଯ୍ୟକରୁଥିବା ସମସ୍ତ ବର୍ଗର କର୍ମଚାରୀ ମାନଙ୍କର କ୍ୟାଡର କରିବା ନେଇ ସେମାନେ ଅନୁରୋଧ କରିଥିଲେ ।
ସେମାନଙ୍କର ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରାଯାଇଥିଲା ଏବଂ ବିଭାଗ ତରଫରୁ ଏ ନେଇ ଅନୁଧ୍ୟାନ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିବା ପ୍ରକାଶ ।
ଆଲୋଚନା ସମୟରେ ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝୀ , ଉପନିବନ୍ଧକ ସିବପ୍ରସାଦ ସ୍ବାଇଁ , କାର୍ଯ୍ୟକାରୀ ସଭାପତି ସୀତାରାମ ପ୍ରଧାନ ,ଉପସଭାପତି ସରତ କୁମାର ସେଠୀ , ନିତ୍ୟାନନ୍ଦ ଦାସ , ନିରଞ୍ଜନ ସାହୁ ଏବଂ ଭିମସେନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
ଓଡିଶା ସମବାୟ ସମିତି କର୍ମଚାରୀ ମହାମଂଚ ପ୍ରତିନିଧିଦଳର ସମବାୟ ମନ୍ତ୍ରୀଙ୍କ ସହ ସାକ୍ଷାତ ଆଲୋଚନା
- Hits: 316











