ହେଡଲାଇନସ୍:

"କୌଣସି ଯୋଗ୍ୟ ହିତାଧିଜାରୀଙ୍କୁ ସରକାରୀ ଯୋଜନାରୁ ବଂଚିତ ହେବାକୁ ଦିଆଯିବ ନାହିଁ "

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନରସିଂହ

ବଲାଙ୍ଗିର,(ନିରୋଜ ମିଶ୍ର )- ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟମନ୍ତ୍ରୀ ଶଡକ ଯୋଜନା ଅନ୍ତଭୁକ୍ତ ବିଜାଖମନ - କୁଡାସିଂହା ଆର.ଡି ରାସ୍ତା ଠାରୁ କନକପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ୧କୋଟି ୨ଲକ୍ଷ ୨୨ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ରାସ୍ତା ପାଇଁ ସ୍ଥାନୀୟ ଜନସାଧାରଣ ବହୁ ଦିନରୁ ସ୍ଥାନୀୟ ବିଧାୟକ ଶ୍ରୀ ମିଶ୍ରଙ୍କ ଆଗରେ ଦାବି  ଜଣାଇଥିଲେ । ଏ ରାସ୍ତାର ଭିତ୍ତିପ୍ରସ୍ତର ପରବର୍ତ୍ତି ସଭା ପାଇଁ ବିଧାୟକ ଶ୍ରୀ ମିଶ୍ରଙ୍କୁ କନକପୁର ତଥା ଆଖପାଖର ଜନସାଧାରଣ ବିପୁଳ ସମ୍ବର୍ଦ୍ଧନା ଦେବା ସହ ଶୋଭାଯାତ୍ରାରେ ସମସ୍ତଙ୍କୁ ପାଛୋଟି ନେଇଥିଲେ । ସଭାରେ ସେ କହିଥିଲେ ନିର୍ବାଚନର ସମୟରେ ଗ୍ରାମବାସୀ କରିଥିବା ଦାବି ଗୋଟି ଗୋଟି କରି ପୁରଣ କରାଯାଉଛି । ରାସ୍ତା ପାଇଁ ମଧ୍ୟ ସମସ୍ତଙ୍କର ଦାବି ଥିଲା ଯାହା ଆଜି ଭିତ୍ତିପ୍ରସ୍ତର ଦିଆହୋଇଛି ଏବଂ ନିର୍ଦ୍ଧାରିତ ସମୟ ମଧ୍ୟରେ ଏ ରାସ୍ତା ସମ୍ପୁର୍ଣ୍ଣ ହେବାର ଆଶା କରାଯାଉଛି ବୋଲି ସେ କହିଥିଲେ । ସ୍ଥାନୀୟ ଲୋକେ ବିପିଏଲ୍ ବିଜୁଳି, ରାସନ କାର୍ଡ, ବାର୍ଦ୍ଧକ୍ୟଭତ୍ତା ଇତ୍ୟାଦିକୁ ନେଇ କରିଥିବା ଦାବୀ ସମ୍ପର୍କରେ ଶ୍ରୀ ମିଶ୍ର କହିଥିଲେ ଗ୍ରାମରେ କୌଣସି ବି ଯୋଗ୍ୟ ହିତାଧିକାରୀ ବିପିଏଲ୍ ବିଜୁଳି, ରାସନ କାର୍ଡ, ଭତ୍ତା କିମ୍ବା ଇନ୍ଦିରା ଆବାସରୁ ଯେପରି ବଂଚିତ  ନ ହେବ ସେ ଉପରେ ସେ ବିଶେଷ ଯତ୍ନ ନେଉଛନ୍ତି । ଦରକାର ପଡିଲେ ସ୍ୱତନ୍ତ୍ର ଭାବେ ଉପରୋକ୍ତ ଯୋଜନାମାନଙ୍କର ବିଭାଗୀୟ କର୍ମଚାରୀମାନଙ୍କୁ ପଠାଇ ଠିକ୍ ହିସାବରେ ସର୍ଭେ କରି ତାଲିକା ପ୍ରସ୍ତୁତ କରିବା ପାଇଁ ଗାଁକୁ ପଠେଇବେ ବୋଲି ପ୍ରତିଶୃତି ଦେଇଥିଲେ । ବିଧାନସଭାରେ ମଧ୍ୟ ବାର୍ଦ୍ଧକ୍ୟଭତ୍ତାକୁ ବଢେଇବା ପାଇଁ ଜୋରଦାର ଦାବି କରାଯାଉଛି ଆଶା ଅଛି ତାହା ମଧ୍ୟ ଶିଘ୍ର ପୁରଣ ହେବ |  ନ ହେଲେ ଆଗାମୀ ନିର୍ବାଚନରେ ଲୋକେ ଏଭଳି ଜନବିରୋଧି ସରକାରକୁ ଉଚିତ ଜବାବ ଦିଅନ୍ତୁ ବୋଲି ଆହ୍ୱାନ ଦେଇଥିଲେ ଏବଂ ଆଗାମୀ ଦିନରେ ଯଦି କଂଗ୍ରେସ ସରକାର ଆସେ ବାର୍ଦ୍ଧକ୍ୟଭତ୍ତା, ବିକଳାଙ୍ଗ ଭତ୍ତାକୁ ନିଶ୍ଚୟ ୧୫୦୦ ରୁ ୨୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ । 

 ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ସରୋଜ ଦୋରା, ବ୍ଲକ ସଭାପତି ରାମ ପ୍ରସାଦ ମିଶ୍ର, ଜୋନ ସ୍ତରୀୟ ସରୋଜ କୁମାର ରଥ, ସମିତି ସଭ୍ୟ କମଳେନ୍ଦୁ ନନ୍ଦ, ଜନାର୍ଦ୍ଧନ ଶତପଥି, ଉମାକାନ୍ତ ନାଏକ, ଆକାଶ ପଣ୍ଡା, ଦୁଃଖିଶ୍ୟାମ ଶତପଥି, ଅନ୍ତ କୁଅଁର, ଫୁଲବାବୁ ମିର୍ଦ୍ଧା, ମଗସିର ନାଗ ଏବଂ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।

0
0
0
s2sdefault