ହେଡଲାଇନସ୍:

ଭଦ୍ରକରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଜନଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ)- ଭଦ୍ରକ ଜିଲ୍ଳାପାଳଙ୍କ ସଦ୍ଭାବନା ସଭାଗୃହ ପରିସରରେ ମିଳିତ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା  । ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ୍ ରାଜେଶ କୁମାର, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର, ଉପଜିଲ୍ଳାପାଳ ସୂଚାରୁ ବଳ, ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୁଦନ ମିଶ୍ର ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଆଜିର ଜନଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଳାର ବିଭିନ୍ନ ଅଂଚଳରୁ ୩୮ଟି ଅଭିଯୋଗ ଜିଲ୍ଳାପାଳଙ୍କ ନିକଟରେ ଆଗତ କକରାଯାଇଥିଲା । ଏହି ଦରଖାସ୍ତଗୁଡ଼ିକୁ କାର୍ଯ୍ୟାନୁଷ୍ଠାନ  ନିମିତ୍ତ  ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଥିଲେ । ଭିନ୍ନକ୍ଷମ ମାନଙ୍କୁ ସହାୟତା, କେନ୍ସର ରୋଗରେ ପୀଡ଼ିତ ରୋଗୀ ଆର୍ଥିକ ସାହାଯ୍ୟ , ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ଚିକିତ୍ସା  ସାହାଯ୍ୟ, ବାର୍ଦ୍ଧକ୍ୟ ବିଧବା ଭତ୍ତା, ମୋ କୁଡ଼ିଆ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆଦି ଦରଖାସ୍ତ ଆସିଥିଲା । 

0
0
0
s2sdefault