ହେଡଲାଇନସ୍:

ସାଇନିଂ ଷ୍ଟାର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର(ନୀଳ ଦୀପ) -ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ବରିଷ୍ଠ ଶିକ୍ଷକ ବୄନ୍ଦାବନ ଦାଶଙ୍କ ସଭାପତିତ୍ବରେ ସାଇନିଂ ଷ୍ଟାର ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ଶ୍ରୀମତୀ ସୁମିତ୍ରା ମିଶ୍ର ଓ ଶ୍ରୀ ପ୍ରତାପ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।ଇଂରାଜୀର ସାଧନା କର୍ମୀ ଶ୍ରୀ ଗୋପାଳଜୀ ପାଣିଗ୍ରାହୀ ଓ ପଦାର୍ଥ ବିଜ୍ଞାନର ଶ୍ରୀ ରାଜେଶ ଖମାରୀ, ଧୀରୋଜ କୁମାର ପଟ୍ଟନାୟକ ଏବଂ ଜୀବ ବିଜ୍ଞାନର ସାଧନା କର୍ମୀ ଶ୍ରୀ ଦ୍ବାଦଶ କୁମାର ପ୍ରଧାନ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସନ୍ଦେହ ଦୂର କରିଥିଲେ । ବସନ୍ତ ବାଗ ଓ ନନ୍ଦିନୀ ବାଗ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ରାଜବୋଡାସମ୍ବର ,ଝାରବନ୍ଧ, ପାଇକମାଲ, ଗାଇସିଲାଟ ବ୍ଳକର ୧୭ଜଣ ସାଇନିଂ ଷ୍ଟାର ଛାତ୍ରଛାତ୍ରୀ ଉପସ୍ଥିତ ରହି ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରକାଶ କୁମାର ଯୋଷୀଙ୍କ ଏହି ପଦକ୍ଷେପ କୁ ପ୍ରଶଂସା କରିଥିଲେ |

0
0
0
s2sdefault