ବାରିପଦା : ବିଗତ ୧୯୫୦ ମସିହା ସେପ୍ଟେମ୍ବର ୬ ତାରିଖରେ କୁଡମୀ ଜାତିକୁ ଆଦିବାସୀ ବର୍ଗରେ ବାଦଦେବା ଦିନଠାରୁ ହିଁ କୁଡମୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟ , ଅବହେଳା ତଥା ପ୍ରତାରଣା ଆଜି ପର୍ଯ୍ୟନ୍ତ ଜାରି ରହିଅଛି । ଦୀର୍ଘ ୬୮ ବର୍ଷ ଧରି ଏହି ଜାତିର ସାମାଜିକ ତଥା ଅର୍ଥନୈତକ ସମସ୍ୟାଗୁଡିକ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆଖିବୁଜି ବସିଛନ୍ତି । ନିର୍ବାଚନ ସମୟରେ ଆମଜାତିର ଲୋକମାନଙ୍କର ଭୋଟ ହାତେଇବା ପାଇଁ ସମସ୍ତ ରାଜନୈତିକ ଦଳମାନେ ବର୍ଷ ବର୍ଷ ଧରି ମିଛ ପ୍ରତିଶୃତି ଦେଇଆସିଛନ୍ତି ଏବଂ ନିର୍ବାଚନ ସରିବାପରେ ପ୍ରତାରଣା କରିଥାଆନ୍ତି ବୋଲି କୁଡମୀ ସେନା ଓଡିଶା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ସେନାର ରାଜ୍ୟ ସଭାପତି ଜୈମୁନୀ ମହାନ୍ତ କହିଛନ୍ତି । କୁଡମୀ ଜାତିକୁ ପୁନଃ ଆଦିବାସୀ ମାନ୍ୟତା ପ୍ରଦାନ ଦାବୀରେ ଚଳିତମାସ ୬ ତାରିଖକୁ ଦିଲୀର ଯନ୍ତର ମନ୍ତର ଠାରେ କଳା ଦିବସ ଭାବେ ଅଭିହିତ କରି କୁଡମୀ ସେନା ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା । ତେବେ ଏହି ଅନ୍ୟାୟ ଓ ଅବହେଳାକୁ ଆଉ ବରଦାସ୍ତ କରାଯିବନାହିଁ ବରଂ ଆଦିବାସୀ ବର୍ଗରେ ସାମିଲ ହେବାର ଦାବୀ କୁ ହାସଲ କରିବାପାଇଁ କୁଡମୀ ଜାତିର ଜନସାଧାରଣ ଖୁବଶୀଘ୍ର ରାଜରାସ୍ତାକୁ ଓହ୍ଲାଇବେ ବୋଲି ରାଜ୍ୟସଭାପତି ଜୈମୁନୀ ମହାନ୍ତ ଚେତାବନୀ ଦେଇଛନ୍ତି । ଓଡିଶା ସମେତ ବିହାର ,ପଶ୍ଚିମବଙ୍ଗ , ଝାଡଖଣ୍ଡ ,ଆସାମ ଆଦି ରାଜ୍ୟର କୁଡମୀ ନେତାମାନଙ୍କ ମଧ୍ୟରେ ଇତି ମଧ୍ୟରେ ସମନ୍ୱୟ ସ୍ଥାପିତ ହୋଇଅଛି । ଆଗକୁ ମିଳିତ ଭାବେ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟପନ୍ଥା ହାତକୁ ନିଆଯିବ । ଅନ୍ୟପକ୍ଷରେ ରାଜ୍ୟ ସରକାର ଗତ ୧୨-୯-୨୦୧୭ ରେ ଦେଇଥିବାର ପ୍ରତିଶୃତି ର ଖିଲାପ କରିଥିବାର ପ୍ରତିବାଦରେ ଆସନ୍ତା ଅକ୍ଟୋବର ମାସର ଶେଷ ସପ୍ତାହରେ କୁଡମୀ ସେନା ପକ୍ଷରୁ ନବିନ ନିବାସ ଘେରାଓ କରାଯିବ ବୋଲି ଶ୍ରୀ ମହାନ୍ତ କହିଛନ୍ତି । ତା ସାଙ୍ଗକୁ ୧୨ ଘଣ୍ଟିଆ ଓଡିଶା ବନ୍ଦ ପାଇଁ ମଧ୍ୟ କୁଡମୀ ସେନା ର ପରବର୍ତ୍ତୀ କାର୍ଯ୍ୟପନ୍ଥା ରହିଥିବା ସାଙ୍ଗକୁ ଏହିପରି ଭାବରେ ଆ ନେ୍ଦାଳନକୁ ବ୍ୟାପକ କରାଯିବବୋଲି ମଧ୍ୟ କହିଛନ୍ତି । ଆୟୋଜିତ ଉକ୍ତ ସାମ୍ବାଦିକ ସମ୍ମିଳନୀର ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟ ସିଂ ମହାନ୍ତ , ଦୂର୍ଗାଚରଣ ମହାନ୍ତ , ଡମ୍ବୁରୁଧର ମହାନ୍ତ , ଫନ୍ତୁଶ ମହାନ୍ତ , ଦିନେଶ ମହାନ୍ତ , ଉପେନ୍ଦ୍ର ମହାନ୍ତ , ବିବେକା ମହାନ୍ତ , ସବିତା ମହାନ୍ତ , ଲାଲମୋହନ ମହାନ୍ତ , ହିମାଂଶୁ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।
ରାଜ୍ୟ
କୁଡମୀଜାତିର ଆନ୍ଦୋଳନ ଆଗକୁ ବ୍ୟାପକ କରାଯିବାର ଚେତାବନୀ
- Hits: 445