ହେଡଲାଇନସ୍:

 ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଏବେ ରାଜ୍ୟରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ଆନ୍ତର୍ଜାତିକ ଇଞ୍ଜିନିୟରିଂ ଦିବସ ଅବସରରେ ବୈଷୟିକ ଛାତ୍ରଛାତ୍ରୀଙ୍କ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଭୁବନେଶ୍ୱର,:  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀରୁ ବିଜୁ ଜନତା ଦଳ ନିଜର ସାମାଜିକ ଉତ୍ତରଦାୟିତ୍ୱ ରୂପେ ଆରମ୍ଭ କରିଥିବା ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଏବେ ରାଜ୍ୟରେ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଏହାଦ୍ୱାରା ଅନେକ ବ୍ୟକ୍ତି ବିଶେଷଙ୍କୁ ପ୍ରତ୍ୟକ୍ଷ ସହାୟତା ପ୍ରଦାନ କରାଯାଉଛି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  ହେଲା, ରକ୍ତ ଅଭାବରୁ କେହି ଯେଭଳି ଅସୁବିଧାରେ ନପଡନ୍ତି । ଅଧିକରୁ ଅଧିକ ଯୁବକ, ଯୁବତୀ ଓ ବ୍ୟକ୍ତିବିଶେଷ ଏହାଦ୍ୱାରା ରକ୍ତଦାନ ପାଇଁ ସ୍ୱଇଚ୍ଛାରେ ଆଗେଇ ଆସିବା ସହ ଏଥିନେଇ ଅନେକ ବିଭ୍ରାନ୍ତି ଦୂର ହୋଇପାରିଛି । ଜଣକୁ ବଞ୍ଚାଇବାକୁ ହେଲେ ଆଉ ଜଣେ ରକ୍ତଦାନ କରିବା ଅପରିହାର୍ଯ୍ୟ ଓ ଏହା ଏକ ମହତ୍‍ କାର୍ଯ୍ୟ ।ଏପରି ମହତ୍‍ କାର୍ଯ୍ୟକୁ ସାକାର କରିବା ଲାଗି ଆଜି ଆନ୍ତର୍ଜାତିକ ଇଞ୍ଜିନିୟରିଂ ଦିବସ ତଥା ଭାରତରତ୍ନ  ଇଂ. ଏମ୍‍. ବିଶେଶ୍ୱରାୟଙ୍କ ଜୟନ୍ତୀ ଅବସରରେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବୈଷୟିକ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀଙ୍କ ପ୍ରଚେଷ୍ଟାରେ ଆୟୋଜିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୧୫୩ ୟୁନିଟ୍‍ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଶିବିରରେ ରାଜ୍ୟର ବିଭିନ୍ନ ବୈଷୟିକ ଶିକ୍ଷାନୁଷ୍ଠାନର କର୍ମକର୍ତ୍ତାମାନେ ପ୍ରମୁଖ ଭାବରେ ଅଂଶଗ୍ରହଣ କରି ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ ।

ରାଜ୍ୟ କାର୍ଯ୍ୟାଳୟ ଠାରେ ଆଜିର ରକ୍ତଦାନ ଶିବିରରେ ରକ୍ତଦାତାଙ୍କୁ ଉତ୍ସାହିତ କରିବା ପାଇଁ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଓଡ଼ିଶା ବିପିୟୁଟି ଛାତ୍ର ସଂଘର ପ୍ରତିଷ୍ଠାତା  ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ଅତନୁ ସବ୍ୟସାଚୀ ନାୟକ, ପ୍ରୀୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଜେଡି ରାଜ୍ୟ ସଂପାଦକ ତଥା ଜୀବନ ବିନ୍ଦୁ ରାଜ୍ୟ ସଂଯୋଜକ (ପ୍ରୋଗ୍ରାମ ଓ ମିଡିଆ) ବିଜୟ ନାୟକ, ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ, ଛାତ୍ର ବିଜେଡି ରାଜ୍ୟ ସଭାପତି ରାଣାପ୍ରତାପ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ର ସଂଘର ଉପଦେଷ୍ଟା ତଥା ଛାତ୍ର ବିଜେଡି ରାଜ୍ୟ ସାଧାରଣ ସଂପାଦକ ଇଂ ପାର୍ଥ ସାରଥୀ ମୁଦୁଲି, ମୁଖ୍ୟ ସଂଗଠକ ଶକ୍ତି ରଥ, ଆବାହକ ସଂସଦ କୁମାର ନାୟକ, ସାଇ ନାରାୟଣ ବେହେରା, ଛାତ୍ର ସଂଘର ସଭାପତି ଅନମୋଲ କୁମାର, କାର୍ଯ୍ୟକାରୀ ସଭାପତି ଶାସ୍ୱତ ସେନାପତି, ଉପ-ସଭାପତି ଜ୍ୟୋତି ରଞ୍ଜନ ଶତପଥୀ, ସାଇ ପ୍ରସାଦ ସାହୁ, ସିଦ୍ଧାର୍ଥ ନାୟକ, ସଭ୍ୟ ଲିଙ୍ଗରାଜ ମହାନ୍ତି, ସଂଗ୍ରାମ କେଶରୀ ସାହୁ, ସୁଧାଂଶୁ ଶେଖର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ । ମଡେଲ ବ୍ଲଡ୍‍ ବ୍ୟାଙ୍କ କ୍ୟାପିଟାଲ ହସ୍ପିଟାଲର ସହାୟତାରେ ଏହି ଶିବିର ସଂପାଦନା କରାଯାଇଥିଲା ।

 

0
0
0
s2sdefault