ହେଡଲାଇନସ୍:

ବେହେରାପାଲି ଠାରେ ରାମଚଣ୍ଡୀ ଯୁବ ସଂଗଠନ ଗଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୋହେଲା ନିକଟସ୍ଥ ବେହେରାପାଲି ଠାରେ ନୂଆଁଖାଇ ଅବସରରେ ଗ୍ରାମର କୁଲିତା ସମାଜର ଯୁବକ ମାନଙ୍କୁ ନେଇ ରାମଚଣ୍ଡୀ ଯୁବ ସଂଗଠନ ଗଠିତ ହୋଇଯାଇଛି । ଗ୍ରାମର କୁଲ୍ତା ସମାଜ ସଭାପତି  ଚନ୍ଦ୍ରଶେଖର ବାରିକଙ୍କ ସଭାପତିତ୍ୱରେ  ଆନୁଷ୍ଠାନିକ ସଭାରେ ଡମ୍ବରୁଧର ସାହୁ,ଲଲିତକୁମାର ସାହୁ, ଡିଲେଶ୍ୱର ସାହୁ, ବିପିନ ବିହାରୀ ସାହୁଙ୍କ ସମାଜର ସଦସ୍ୟ ମାନେ ଉପସ୍ଥିତ ଥିଲେ । ସଭାପ୍ରାରମ୍ଭରେ ରଣେଶ୍ୱର ରାମଚଣ୍ଡୀଙ୍କ ଫଟୋଚିତ୍ର ସମ୍ମୁଖରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରିଥିଲେ । ସଭାପ୍ରାରମ୍ଭରେ ରାମଚଣ୍ଡୀ ଯୁବ ସଂଗଠନକୁ ଉପସ୍ଥିତ ସମାଜର ବରିଷ୍ଠ  ସଦସ୍ୟ ମନେ ଆନୁଷ୍ଠାନିକ  ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକାରୀ କମିଟୀରେ ସଭାପତି ବବୁନ ସାହୁ,ଉପସଭାପତି ସତୀଶ ସାହୁ,ସଂପାଦକ ଲୋକେଶ ସାହୁ,ସହସଂପାଦକ ସୌରଭ ସାହୁ,କୋଷାଧ୍ୟକ୍ଷ ସୁଜିତ ସାହୁଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରା ଯାଇଥିଲା । ଏହି ସଂଗଠନର ଉପଦେଷ୍ଟା ମଣ୍ଡଳୀ ଜଗଦୀଶ ସାହୁ,ସୁଶାନ୍ତ କୁମାର ସାହୁ,ହେମନ୍ତ ସାହୁ,ପ୍ରଦୀପ ସାହୁ,କେଦାରନାଥ ସାହୁଙ୍କୁ ନେଇ ଗଠନ କରାଯାଇଥିଲା । ନବନିର୍ବାଚିତ କାର୍ଯ୍ୟକାରୀ କମିଟୀ ରାମଚଣ୍ଡୀ ଯୁବ ସଂଗଠନ ସମାଜର ଉନ୍ନତୀ ତଥା ଅନ୍ୟାନ୍ୟ ସାମାଜିକ କାମରେ କାର୍ଯ୍ୟ କରିବାକୁ ଗଠନ କରାଯାଇଥିବା ପ୍ରକାଶ କରିଥିଲେ । 

 

0
0
0
s2sdefault