ହେଡଲାଇନସ୍:

ମନ କିଣିଲା ବିଧାୟକଙ୍କ ଗୀତ   "ଇ ମାଁ ମୁଇ କାଏଁ କରସି ଗୋ,ମୋର ମନ ହେଉଛେ ଘାଟିଁ,

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର ରେ ଏ.ବି.ସି.ଡି ପକ୍ଷରୁ ନୁଆଁଖାଇ ଭେଟଘାଟ ପର୍ବ ପାଲିତ

ପାରମ୍ପରିକ ତଥା ଶାସ୍ତ୍ରୀୟ ନୄତ୍ୟ ଗୀତରେ  ଦୁଲକିଲା ବୋଡାସମ୍ବର ମଚାନ ...

ପଦ୍ମପୁର/Nila Deep -ସହରର ଅଗ୍ରମୀ ସାମାଜିକ ଅନୁଷ୍ଠାନ ଏ.ବି.ସି.ଡି ତରଫରୁ ୨୨ତମ ନୁଆଁଖାଇ ଭେଟଘାଟ ଉତ୍ସବ ବର୍ଣ୍ଣାତ୍ୟ ପରିବେଶରେ ବୋଡାସମ୍ବର ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ।ଝାଙ୍କର ସୁରେଶ ଡୁଡୁକା ପାରମ୍ପରିକ ରୀତିନୀତି ଅନୁସାରେ ମାଁ ସମଲେଇଙ୍କ ଠାରେ ଦୀପ ପ୍ରଜ୍ବଳନ କରି ପୂଜାର୍ଚ୍ଚନାକରି ନୁଆଁଚରା ଭୋଗ ଅର୍ପଣ କରିଥିଲେ ।ନାଟ୍ୟକାର କେଶରଞ୍ଜନ ପ୍ରଧାନ ଓ ନାଟ୍ୟକାର ଅଶୋକ ବହିଦାରଙ୍କ ଦ୍ଵାରା ପରିଚାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ଅନିଲ ବେହେରା ସ୍ବାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ରଘୁନାଥ ପୁରୀ ବିବରଣୀ ପାଠ କରିଥିଲେ ।ମୁଖ୍ୟ ବକ୍ତା ଭାବେ କବି ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ ନୁଆଁଖାଇର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ।ସଙ୍ଗୀତଜ୍ଞ ଅନ୍ତର୍ଯ୍ୟାମୀ ମେହେରଙ୍କ ନିର୍ଦ୍ଦେଶନାରେ ସରସ୍ବତୀ ଶିଶୁ ମନ୍ଦିରର ଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଚଲିତ ବର୍ଷ ଏବିସିଡି ନୁଆଁଖାଇ ସମ୍ମାନରେ ବିଶିଷ୍ଟ ଜୈବିକ ଚାଷୀ ଅଶୋକ କୁମାର ସାହୁ ଏବଂ ଓ.ଜେ.ଏସରେ କୄତିତ୍ବ ହାସଲ କରିଥିବା ଦୀପ୍ତିମୟୀ ସାହୁଙ୍କୁ ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ସମ୍ବର୍ଦ୍ଧିତ କରିଥିଲେ ।ସହରର ବିଭିନ୍ନ ବ୍ୟକ୍ତିବିଶେଷ ତଥା ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନୁଆଁଖାଇ ଜୁହାର କରିଯାଇଥିଲା ।ପରେ ରମେଶ ଗୁର୍ଲାଙ୍କ ପରିଚାଳନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଶିଶୁ କଣ୍ଠଶିଳ୍ପୀ ଆଦ୍ୟାଶା ତ୍ରିପାଠୀ ତାଙ୍କ ଗୀତରେ ଦର୍ଶକ ମାନଙ୍କ ମନମୁଗ୍ଧ କରିଦେଇଥିଲେ । ରାଉଲକେଲା ର ଭଞ୍ଜକଲାକେନ୍ଦ୍ର,ବଲାଙ୍ଗୀର ର ଢୋଲମୁହୁରୀ,ବରଗଡ଼ ର ବୋଧନ ଏବଂ ସଙ୍ଗୀତ ସମିତି ପଦ୍ମପୁରର କଳାକାର ମାନେ ଚିତ୍ତାକର୍ଶକ ଶାସ୍ତ୍ରୀୟ ଓ ପାରମ୍ପାରିକ ନୄତ୍ୟ ପରିବେଷଣ କରିଥିଲେ । ଆଉ ସବୁଠାରୁ ମୁଖ୍ୟ ଆକର୍ଷଣ ଥିଲା ବିଧାୟକ ପ୍ରଦୀପ ପୁରୋହିତଙ୍କ ଗୀତ | ଗନ୍ଧମାର୍ଦ୍ଦନ ସୁରକ୍ଷା ଅଭିଯାନ ବେଳେ ବିଧାୟକ ତଥା ସେତେବେଳେ ଅଭିଯାନର ନେତୃତ୍ୱ ନେଉଥିବା ପଦ୍ମପୁର ବିଧାୟକ ଶ୍ରୀଯୁକ୍ତ ପୁରୋହିତ ଯେଉଁ ଗୀତ ଗାଈ ଲୋକଙ୍କୁ ପ୍ରେରିତ କରିଥିଲେ   "ଇ ମାଁ ମୁଇ କାଏଁ କରସି ଗୋ,ମୋର ମନ ହେଉଛେ ଘାଟିଁ,କାହିଁ ଆଏଲା ବାଲକୋ ଅସୁର ", ଏଇ ଗୀତଟା ଗାଇଲା ବେଳେ ଦର୍ଶକ ମନମୁଗ୍ଧ ହୋଇଯାଇଥିଲେ ଥିଲେ। ଏଥି ସହିତ ପଦ୍ମପୁର ପୋଲିସ ବିଭାଗ ତରଫରୁ ସବୁବର୍ଷ ପରି ଉପସ୍ଥିତ ଦର୍ଶକ ମାନଙ୍କୁ ଖିରି ବଣ୍ଟନ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମ କୁ ସୁରେଶ ମିଶ୍ର, ସମ୍ପଦ ସାହୁ,ପ୍ରତାପ ନାଥ,ଶାନ୍ତସଂଗ୍ରାମ ଭୋଇ,ସୁନିଲ ଭୋଇ, ସରୋଜ ଦାନୀ,ବିରେନ୍ଦ୍ର ଦାଶ,ଅଂଶୁମାନ ମେହେର, ଅମୀୟ ପୁରୋହିତ,ଆଶିଷ ବୈକାର,ପ୍ରିତିଶ ରଥ,ସୁମନ୍ତ ସାହୁ,ଇନ୍ଦ୍ରମଣି ପୁରୋହିତ ପ୍ରମୁଖ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନାରେ ସହଯୋଗ କରିଥିଲେ।

0
0
0
s2sdefault