ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ସମନ୍ୱିତ ଇସ୍ପାତ ଉତ୍ପାଦନକାରୀ ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ନିକଟରେ ସପ୍ତଦଶ ପରିବେଶ କମିଟି (ଇସିଓ) ବୈଠକ ନିମନ୍ତେ ସମ୍ମାନଜନକ ବିଶ୍ୱ ଷ୍ଟିଲ୍ ଆସୋସିଏସନ୍ (ୱର୍ଲଡଷ୍ଟିଲ୍) ପ୍ରତିନିଧି ଦଳକୁ ସ୍ୱାଗତ କରିବା ସହିତ ଆତିଥ୍ୟ ପ୍ରଦାନ କରିଥିଲା । ଏହି କାର୍ଯ୍ୟକ୍ରମ କର୍ଣ୍ଣାଟକର ବିଜୟନଗର ଠାରେ ଥିବା ଦେଶର ସର୍ବବୃହତ ଏକକ ଅବସ୍ଥାନ ଭିତ୍ତିକ ସମନ୍ୱିତ ଇସ୍ପାତ ଉତ୍ପାଦନ କାରଖାନାରେ ଆୟୋଜିତ ହୋଇଥିଲା । ୱର୍ଲଡଷ୍ଟିଲ୍ର ସମ୍ମାନଜନକ ପ୍ରତିନିଧିମଣ୍ଡଳୀ ବହୁ ମୂଲ୍ୟବାନ ଅଭିଜ୍ଞତା ଏବଂ ନେତୃତ୍ୱ ଏହି ସପ୍ତଦଶ ପରିବେଶ କମିଟି (ଇସିଓ) ବୈଠକରେ ସହଭାଗୀତା କରିଥିଲେ ।
ୱର୍ଲଡଷ୍ଟିଲ୍ ପରିବେଶ କମିଟି (ଇସିଓ)ର ଚେୟାରମ୍ୟାନ ଶ୍ରୀ ଜୋସ୍ ଫୋନ୍ରୋଗ୍ଙ୍କ ନେତୃତ୍ୱରେ ଆସିଥିବା ଏହି ପ୍ରତିନିଧିମଣ୍ଡଳୀରେ ସଷ୍ଟେନେବଲ୍ ମାନୁଫାକ୍ଚରିଂ ଡାଇରେକ୍ଟର ଶ୍ରୀ ଆଣ୍ଡି୍ରୟୁ ପର୍ଭିସ୍ ଏବଂ ଏନ୍ଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ୍ ଚେଞ୍ଜ ହେଡ୍ ଆସାଏକ୍ଦାହଲ୍ ସ୍ଥାନ ପାଇଥିଲେ । ବିଶ୍ୱ ଇସ୍ପାତ ଶିଳ୍ପ ମଧ୍ୟରେ ଦୀର୍ଘସ୍ଥାୟୀ କାର୍ଯ୍ୟାଭ୍ୟାସ ଏବଂ ପରିବେଶ ପ୍ରତି ଦାୟିତ୍ୱବୋଧକୁ ଆଗେଇନେବା ସକାଶେ ସେମାନେ ୱର୍ଲଡଷ୍ଟିଲ୍ର ପ୍ରତିବଦ୍ଧତା ସମ୍ପର୍କରେ ଉଦାହରଣ ଦେଇଥିଲେ । ଶ୍ରୀ ପ୍ରବୋଧ ଆଚାର୍ଯ୍ୟ, ଚିଫ୍ ସଷ୍ଟେନେବିଲିଟି, ଜେଏସ୍ଡବ୍ଲୁ୍ୟ ଗ୍ରୁପ୍, ଇସିଓ ବୈଠକରେ ଜେଏସ୍ଡବ୍ଲୁ୍ୟ ଟିମ୍ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ । ଏହି ବୈଠକରେ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ୩୨ଜଣ ପ୍ରତିନିଧି ଶାରୀରିକ ଭାବରେ ଉପସ୍ଥିତ ରହିଥିବାବେଳେ ୩୦ ଜଣ ସଦସ୍ୟ ଏଥିରେ ଆଭାସୀରେ ଯୋଗଦେଇଥିଲେ ।
ଭାରତ ସରକାରଙ୍କ ପୂର୍ବତନ ଅର୍ଥ ଓ ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ତଥା ସଂସଦ ସଦସ୍ୟ (ଉଚ୍ଚ ସଦନ) ଶ୍ରୀ ଜୟନ୍ତ ସିହ୍ନାଙ୍କ ଆଧାର ବ୍ୟାଖ୍ୟାନ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଜଳବାୟୁ ପରିବର୍ତ୍ତନର ମୁକାବିଲା ନିମନ୍ତେ ପରିବେଶ ସପକ୍ଷବାଦୀ ଏବଂ ବୈଶ୍ୱିକ ପ୍ରୟାସର ଜରୁରୀ ଆବଶ୍ୟକତା ଉପରେ ଶ୍ରୀ ସିହ୍ନା ଗୁରୁତ୍ୱ ଦେଇଥିଲେ । ୨୦୭୦ ନେଟ୍ ଜିରୋ (ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନକାରୀ) ହେବା ନିମନ୍ତେ ଭାରତର ପ୍ରତିବଦ୍ଧତା ଉପରେ ସେ ଗୁରୁତ୍ୱ ଦେବା ସହିତ ପ୍ରାୟ ୨-୩ ଟ୍ରିଲିଅନ ଡଲାର ପୁଞ୍ଜି ନିବେଶ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଆପଦଗୁଡିକ ସମାଧାନ କରିବାକୁ ନବୋନ୍ମେଷୀ ଆଭିମୁଖ୍ୟ ଏବଂ ସଫଳ ପ୍ରଯୁକ୍ତି ଆପଣେଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ । ଶ୍ରୀ ପି କେ ମୁରୁଗାନ୍, ପ୍ରେସିଡେଣ୍ଟ, ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ବିଜୟନଗର ଓ ସାଲେମ୍ ୱର୍କସ୍ ପ୍ରତିନିଧି ମଣ୍ଡଳୀଙ୍କୁ ଭବ୍ୟ ସ୍ୱାଗତ କରିବା ସହିତ ସେମାନଙ୍କୁ ଉଦ୍ବୋଧନ ଦେଇ ନବସୃଜନ, ସର୍ବାଧୁନିକ ପ୍ରଯୁକ୍ତି ଏବଂ ଗବେଷଣା ଓ ବିକାଶ ଜରିଆରେ ଦୀର୍ଘସ୍ଥାୟୀ ଭବିଷ୍ୟତ ନିର୍ମାଣ ଦିଗରେ ଇସ୍ପାତ ଶିଳ୍ପର ନିରନ୍ତର ପ୍ରୟାସ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜଳ ବ୍ୟବହାର ପରିମାଣ, ବର୍ଜ୍ୟବସ୍ତୁ ସୃଷ୍ଟି ଏବଂ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ଉପରେ କମ୍ପାନୀର ଦୃଷ୍ଟିନିବଦ୍ଧ ଉପରେ ସେ ଗୁରୁତ୍ୱ ଦେଇଥିଲେ । ପୁନଶ୍ଚ ଦାୟିତ୍ୱସମ୍ପନ୍ନ କର୍ପୋରେଟ ନାଗରିକତା ଏବଂ ଏକ ମଜଭୁତ ନୀତି ଓ ନିୟାମକ ବିଧିବ୍ୟବସ୍ଥା ଜରିଆରେ ଶିଳ୍ପ ମଧ୍ୟରେ ଏକ ଦୀର୍ଘସ୍ଥାୟୀ ସଂସ୍କୃତିକୁ ପ୍ରୋତ୍ସାହିତ କରିବାର ଗୁରୁତ୍ୱ ଉପରେ ସେ ଜୋର୍ ଦେଇଥିଲେ ।
ଶ୍ରୀ ଆଣ୍ଡି୍ରୟୁ ପର୍ଭିସ୍, ଡାଇରେକ୍ଟର, ସଷ୍ଟେନେବଲ୍ ମାନୁଫାକ୍ଚରିଂ, ୱର୍ଲଡଷ୍ଟିଲ୍ ଇସିଓ ବୈଠକ ଆୟୋଜନ ଓ ଆତିଥ୍ୟ ପ୍ରଦାନ ନିମନ୍ତେ ଜେଏସ୍ଡବ୍ଳୁ୍ୟ ଷ୍ଟିଲ୍କୁ ପ୍ରଶଂସା କରିଥିଲେ । ତାଙ୍କର କୃତଜ୍ଞତା ଶିଳ୍ପ ନେତୃତ୍ୱଙ୍କ ମଧ୍ୟରେ ସହଯୋଗିତା ଭିତ୍ତିକ ମନୋଭାବରେ ପ୍ରତିଫଳିତ ହୋଇଥିଲା, ଯେଉଁମାନେ ସକାରାତ୍ମକ ପରିବର୍ତ୍ତନକୁ ଆଗେଇ ନେବା ସକାଶେ ଜ୍ଞାନ ଏବଂ ଅଗ୍ରଣୀ କାର୍ଯ୍ୟାଭ୍ୟାସ ସମ୍ପର୍କରେ ଭାବ ଆଦାନ ପ୍ରଦାନର ଗୁରୁତ୍ୱକୁ ସ୍ୱୀକାର କରିଥିଲେ । ଶ୍ରୀ ପର୍ଭିସ୍ ସାମ୍ପ୍ରତିକ ବିଶ୍ୱରେ ପରିବେଶଗତ ଅସାମଞ୍ଜସ୍ୟତା ଦୂର କରିବାର ଜରୁରୀ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ନେଟ୍ ଜିରୋ ଇସ୍ପାତ ଶିଳ୍ପ ଲକ୍ଷ୍ୟ ହାସଲ ଏବଂ ନିମ୍ନ ଅଙ୍ଗାରକାମ୍ଳ ଭବିଷ୍ୟତ ଦିଗରେ ଶିଳ୍ପର ରୂପାନ୍ତରଣକୁ ଆଗେଇନେବା ସକାଶେ ନବୋନ୍ମେଷୀ ଆଭିମୁଖ୍ୟ ଏବଂ ନିର୍ଣ୍ଣାୟକ ପ୍ରଯୁକ୍ତି ଆପଣେଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଦେଇଥିଲେ ।
ତିନିଦିନ ବ୍ୟାପୀ ଇସିଓ ବୈଠକରେ ପରିବେଶ, ଦୀର୍ଘସ୍ଥାୟୀତ୍ୱ ଏବଂ ଶାସନ (ଇଏସ୍ଜି) ଆଦି ବିଷୟ ସମ୍ବଳିତ ବିଭିନ୍ନ ମୁଖ୍ୟ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା । ଏଗୁଡିକ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ଉପରେ ଆଲୋଚନା ସ୍ଥାନ ପାଇଥିଲା, ଯେଉଁଥିରେ ସିଓପି-୨୭ର ଫଳାଫଳ ଏବଂ ସିଓପି-୨୮ ପାଇଁ ନକ୍ସା ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ନିର୍ଣ୍ଣାୟକ ପ୍ରଯୁକ୍ତି, ଇସ୍ପାତ ଶିଳ୍ପ ସମ୍ପର୍କିତ ଜି୭ କାର୍ଯ୍ୟକଳାପ, ତଥ୍ୟ ଭିତ୍ତିକ ଶିଳ୍ପକୁ ଅଙ୍ଗାରକାମ୍ଳମୁକ୍ତ କରିବା ଏବଂ ନେଟ୍-ଜିରୋ ଇସ୍ପାତ ଶିଳ୍ପ ହାସଲ ନିମନ୍ତେ ଅଙ୍ଗାରକାମ୍ଳ ପରିମାପ ଆଦି ବିଷୟ ଉପରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା । ଏଥିସହିତ ଆଲୋଚନାରେ ଅଙ୍ଗରକାମ୍ଳକୁ ଧରି ରଖିବା, ବ୍ୟବହାର ଓ ମହଜୁଦ (ସିସିୟୁଏସ୍) ପ୍ରଯୁକ୍ତି ଏବଂ ଇସ୍ପାତ ଶିଳ୍ପରେ ତାହାର ପ୍ରୟୋଗ, ଜଳବାୟୁ ସମ୍ପର୍କିତ ବିବାଦ ଏବଂ ଜଳବାୟୁ ପରିବର୍ତ୍ତନ ପାଇଁ ଆନ୍ତର୍ଜାତିକ ପ୍ରୟାସସମୂହ ତଥା ଇସ୍ପାତ ଶିଳ୍ପର ରୂପାନ୍ତରଣ ଆଦି ପ୍ରସଙ୍ଗ ସ୍ଥାନ ପାଇଥିଲା ।
ୱର୍ଲଡ ଷ୍ଟିଲ ଆସୋସିଏସନ୍ର ବାର୍ଷିକ ପରିବେଶ କମିଟି ବୈଠକ ସଦସ୍ୟ ସଂସ୍ଥାଗୁଡିକ ମଧ୍ୟରେ ବିଶେଷଜ୍ଞମାନଙ୍କ ନିମନ୍ତେ ପରିବେଶଗତ ଦୀର୍ଘସ୍ଥାୟିତ୍ୱ ଉପରେ ଅନ୍ତର୍ଦୃଷ୍ଟି ସଂଗ୍ରହ ଓ ବିନିମୟ ନିମନ୍ତେ ଏକ ମଞ୍ଚ ଭାବରେ କାର୍ଯ୍ୟ କରୁଛି । ଏଭଳି ବୈଠକ ଆୟୋଜନ କରିବାର ଶ୍ରେୟ ଜେଏସ୍ଡବ୍ଲୁ୍ୟକୁ ଯାଉଥିବାବେଳେ ଏହା ନିଜର ବୈଶ୍ୱିକ ଶିଳ୍ପ ସମକକ୍ଷମାନଙ୍କର ସକ୍ରିୟ ଅଂଶଗ୍ରହଣକୁ ଉତ୍ସାହିତ କରୁଛି ।
ରାଜ୍ୟ
ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ବିଜୟନଗର କାରଖାନାରେ ସପ୍ତଦଶ ପରିବେଶ କମିଟି ବୈଠକ ନିମନ୍ତେ ବିଶ୍ୱ ଷ୍ଟିଲ୍ ଆସୋସିଏସନ୍ ପ୍ରତିନିଧିଦଳ
- Hits: 340