ହେଡଲାଇନସ୍:

ପିଏମଜିଏସୱାଇ ରୋଡ଼ ନିର୍ମାଣରେ ଓଡିଶା ୧ ନମ୍ବର, ଗ୍ରୀନ୍ ଟେକ୍ନୋଲୋଜି ରାସ୍ତା ତିଆରିରେ ଦ୍ଵିତୀୟ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶା ୨୦୧୭-୧୮ ଆର୍ଥିକ ବର୍ଷରେ ୭୧୭୬ କିଲୋମିଟର ରାସ୍ତା ନିର୍ମାଣ କରି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି  । ଏହି ରାସ୍ତା ନିର୍ମାଣ ପୂର୍ବ ବର୍ଷମାନଙ୍କରେ ରାସ୍ତା ନିର୍ମାଣ ହେବା ଠାରୁ ସର୍ବାଧିକ ଅଟେ  ।

ଏତଦ୍ବ୍ୟତୀତ ୧୭୭୬ ଗୋଟି ଅସଂଯୋଜିତ ଗ୍ରାମ ସଂଯୋଗ କରିଛି ଯଦ୍ୱାରା ରାଜ୍ୟ ଏହି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ସର୍ବଭାରତ ସ୍ତରରେ ହାସଲ କରିଛି  । ପୁନଶ୍ଚ,ଗ୍ରାମାଞ୍ଚଳରେ ଆଧୁନିକ ବୈଷୟିକ ପ୍ରଣାଳୀରେ (ଗ୍ରୀନ୍ ଟେକ୍ନୋଲୋଜି) ୮୫୫ କି.ମି. ନିର୍ମାଣ କରି ମଧ୍ୟ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ।ଏହି ପ୍ରସଙ୍ଗରେ କେନ୍ଦ୍ରସରକାର ରାଜ୍ୟକୁ ତା ୧୧.୯.୨୦୧୮ ରିଖ ଦିନ କେନ୍ଦ୍ର ସରକାରଙ୍କର ଗ୍ରାମ୍ୟ ଉତ୍ତୟନ ସଚିବ ଓ ଉଚ୍ଚକର୍ତୃପକ୍ଷ ଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାମକୃପାଳ ଯାଦବ୍ ରାଜ୍ୟକୁ ପୁରସ୍କୃତ କରିଛନ୍ତି ।୧୯୮୪୨ ଗୋଟି ଜନବସତିକୁ ସଂଯୋଗୀକରଣ ପାଇଁ ୬୦୫୯୪ କି.ମି. ରାସ୍ତା ନିର୍ମାଣ ସହିତ ୪୯୬ ଗୋଟି ସେତୁର ପ୍ରସ୍ତାବକୁ ୨୫୬୦୨ କୋଟି ୪୬ ଲକ୍ଷ ଟଙ୍କା ମୂଲ୍ୟରେ ମଞ୍ଜୁର କରିଛନ୍ତି  । ଏଥି ମଧ୍ୟରୁ କେନ୍ଦ୍ରସରକାର ୧୭୨୩୪ କୋଟି ୩୦ ଲକ୍ଷ ଟଙ୍କା ଏବଂ ରାଜ୍ୟ ସରକାର ୪୨୯୧ କୋଟି ୪୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି  ।

ଏହି ଅର୍ଥ ମଧ୍ୟରୁ ୨୦୫୪୬ କୋଟି ୭୮ ଲକ୍ଷ ଟଙ୍କା ବିନିଯୋଗ କରାଯାଇ ୪୭୮୪୯ କି.ମି. ରାସ୍ତା ଏବଂ ୨୪୦ ଗୋଟି ସେତୁର ନିର୍ମାଣ  କରାଯାଇ ୧୬୬୨୮ ଗୋଟି ଜନବସତିକୁ ସବୁଦିନିଆ ରାସ୍ତା ଦ୍ୱାରା ସଂଯୋଗୀକରଣ କରାଯାଇଛି ।ଏଥିମଧ୍ୟରୁ ୨୦୧୭-୧୮ ଆର୍ଥିକ ବର୍ଷରେ ୨୬୬୭ କୋଟି ୩୧ ଲକ୍ଷ ଟଙ୍କା ମୂଲ୍ୟରେ ୭୧୭୬ କି.ମି. ରାସ୍ତାର ନିର୍ମାଣ କରାଯାଇ ୧୭୭୬ ଗୋଟି  ଜନବସତିକୁ ସଂଯୋଗ କରାଯାଇଛି  । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା କେନ୍ଦ୍ର ଓ ରାଜ୍ୟ ସହଭାଗିତାରେ କାଯର୍ୟକାରୀ ହୋଇଥାଏ । ବିନିଯୋଗ ହୋଇଥିବା ୨୬୭୬ କୋଟି ୩୧ ଲକ୍ଷ ଟଙ୍କା ମଧ୍ୟରୁ ରାଜ୍ୟ ସରକାର ତାଙ୍କ ଅଂଶ ହିସାବରେ ୧୦୭୦ କୋଟି ୫୩ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି  ।ଚଳିତ ବର୍ଷ ୨୦୧୮-୧୯ ପାଇଁ ୪୧୬୬ କୋଟି ୬୭ ଲକ୍ଷ ଟଙ୍କା ବିନିଯୋଗରେ ୮୦୦୦ କିଲୋମିଟର ରାସ୍ତା ନିର୍ମାଣ କରି ୨୫୦୦ ଗୋଟି ଗ୍ରାମକୁ ସଂଯୋଗୀକରଣ ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ଧାଯର୍ୟ କରିଛନ୍ତି  । ଏହି ୮୦୦୦ କି.ମି. ରାସ୍ତା ମଧ୍ୟରୁ ନୂତନ ବୈଷୟିକ ପ୍ରଣାଳୀରେ ୧୭୦୦ କି.ମି. ରାସ୍ତା ନିର୍ମାଣ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି  ।ଏହି ସଫଳତା ରାଜ୍ୟର ଗ୍ରାମ୍ୟ ଉତ୍ତୟନ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଗ୍ରାମ୍ୟ ଉତ୍ତୟନ ପ୍ରମୁଖ ସଚିବ ଡ. ମୋନା ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନଦ୍ୱାରା ଏହା ସମ୍ଭବ ହୋଇପାରିଛି  । 

 

0
0
0
s2sdefault