ହେଡଲାଇନସ୍:

ଯାଜପୁରର ପୂର୍ବତନ  ସାଂସଦ ରାମ ଚନ୍ଦ୍ର ମଲ୍ଲିକଙ୍କ ଦେହାନ୍ତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର/Jayashankar Dash - ଯାଜପୁରର ପୂର୍ବତନ ଲୋକସଭା ସାଂସଦ ରାମ ଚନ୍ଦ୍ର ମଲ୍ଲିକଙ୍କର ବୁଧବାର ପୂର୍ବାହ୍ନ ୯ଟା ବେଳେ ଭୁବନେଶ୍ୱରର କଳିଙ୍ଗ ହସପିଟାଲରେ ୮୫ବର୍ଷ ବୟସରେ ଦେହାନ୍ତ ହୋଇଛି । ସେ କିଛି ଦିନ ହେବ ବ୍ରେନ ଷ୍ଟେ୍ରାକରେ ପଡି ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ  ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ଜନ୍ମସ୍ତାନ ବରୁଣ୍ଡାଇ ବଜାର ବନ୍ଦ ରହିଥିଲା । ୧୯୬୧, ୧୯୯୭୭ ଓ ୧୯୯୮ରେ ସମୁଦାୟ ଥର  ସାଂସନଦଭାବେ ନିର୍ବାଚିତ ହୋଇଥିଲେ । ମୃତୁ୍ୟ ବେଳକୁ ରେଲେଓ,ବୋର୍ଡ, ଷ୍ଟଲ ଓ ମାଇନ୍ସ ବୋଡ, ଜିଲ୍ଲା ଭିଜିଲାନ୍ସ ବିଭାଗସମେତ ବହୁ ସଂସ୍ଥାରେ ରହିଥିଲେ । ସାଂସଦ ବେଳେ ଯାଜପୁର ଜିଲ୍ଲା ତଥା କୋରାଇ ଅଂଚଳ ପାଇଁ ତାଙ୍କର ବଳିଷ୍ଠ  ଦାବି ଲୋକଙ୍କ ମନରୁ ଅବଧି ଲିଭି ନାହିଁ । ଅପରାହ୍ନରେ ତାଙ୍କ ମୃତ୍ୟୁ  ଶରୀର ବାସଭବନରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଶେଷ ଦର୍ଶନ ଓ ପରିବାରକୁ ସମବେଦନା ପାଇଁ ସୁଅ ଛୁଟିଥିଲା । ଯାଜପୁର ସାଂସଦ ରୀତା ତରାଇ, ପୂର୍ବତନ ସାଂସଦ ମୋହନ ଜେନା, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ବନ୍ଦିତା ପରିଡା, ପୂର୍ବତନ ଯାଜପୁର ଜିଲ୍ଲାପରିଷଦର ଉପାଧ୍ୟକ୍ଷ ଦିଗମ୍ବର କର, ଡ. ସୂର୍ଯ୍ୟମଣି ଖୁଂଟିଆ, ଇଂ ଆଲେକଜାଣ୍ଡାର ଦାସ, କୋରାଇ ବ୍ଲକ ପୂର୍ବତନ ଚେୟାରମ୍ୟାନ ଧରଣୀଧର ଘଡାଇ, ବିଜେଡି ଯୁବନେତା ପ୍ରିତୀରଂଜନ ସାହୁ, ବରିଷ୍ଠ କଂଗ୍ରେସ ନେତା ହରେକୃଷ୍ଣ ସାହୁ, ବରୁଣ୍ଡାଇ ସରପଂଚ ସୌଭାଗ୍ୟ ମହାନ୍ତି,ସମିତିସଭ୍ୟା ଜୟନ୍ତୀ ସାହୁ, ସନ୍ତୋଷ କୁମାର ବେହେରା, ବିଦ୍ୟାଧର ସାହୁ, ସୁରେନ୍ଦ୍ର ପାଣି, ପ୍ରଦୀପ ଧଳ, ବୃନ୍ଦାବନ ସାହୁ, ପ୍ରକାଶ ଧଳ, ବଳରାମ ମହାନ୍ତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପୁଅ ରବିନ୍ଦ୍ର ଓ ଦେବେନ୍ଦ୍ର, ବୋହୁ, ଝିଅ ଝିତା, ଗୀତା, ନାତି ଆଲୋକ, ଆକାଶ, ଆଦିତ୍ୟ, ଅନିଲଙ୍କ ସମେତ ପରିବାରେ ବଗଁ, ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜ୍ଜନ ଓ ସ୍ଥାନୀୟ ଅଂଚଳର ବ୍ୟବସାୟୀ, ଶିକ୍ଷାବିତ, ବୁଦ୍ଧିଜିବୀ, ସରକାରୀ କର୍ମଚାରୀ ଯୋଗଦେଇ ଶେେ ଦର୍ଶନ କରିଥିଲେ । ଭୁବନେଶ୍ୱରୁ ତାଙ୍କ ମରଶରୀର ଫେରିବା ବେଳେ ପାଣିକୋଇଲି ଛକରେ ତାଙ୍କୁ ଶ୍ରଦ୍ଧାଂଜଳୀ ଦିଆଯାଇଥିଲା ।

ଜିଲ୍ଲା ପାଳଙ୍କ ଶୋକ ।

ଯାଜପୁର,: ଯାଜପୁର ପୂର୍ବତନ ସାଂସଦ ରାମ ଚନ୍ଦ୍ର ମଲ୍ଲିକଙ୍କ ବିୟୋଗରେ ଜିଲ୍ଲାପାଳ ରଂଜନ କୁମାର ଦାସ ଗଭୀର ଶୋକ ବ୍ୟକ୍ତ କରିଚ୍ଥନ୍ତି ।  ସ୍ୱର୍ଗତ ମଲ୍ଲିକ ଜଣେ ଅମାୟିକ ଓ ସରଳ ବ୍ୟକ୍ତିତ୍ୱ ଭାବେ ବେଶ୍ ପରିଚିତ ଥିଲେ ।  ତାଙ୍କ ବିୟୋଗ ଦୁଃଖ ଦାୟକ ।  ତାଙ୍କ ପରିବାରକୁ ଭଗବାନ ସହାୟ ହୁଅନ୍ତୁ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ଶୋକ ବାର୍ତ୍ତାରେ କହିଚ୍ଥନ୍ତି । 

0
0
0
s2sdefault