ହେଡଲାଇନସ୍:

ଜୀବନ କଣ ଜାଣିବା ଆଗରୁ ଯନ୍ତ୍ରଣାରେ ଛଟପଟ ପ୍ରିତମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଚିକିତ୍ସା ପାଇଁ ପଇସା ନାହିଁ, କେହି କଣ ସହୃଦ ନାହାନ୍ତି ସହାୟତା ପାଇଁ 

ଆନନ୍ଦପୁର : ବୟସ ମାତ୍ର ଦୁଇବର୍ଷ | ଜୀବନ କଣ ଜାଣିନି | ପିଲଖେଳର ମଜା କଣ ସେ ନେଇ ପାରୁନି | ତା ବୟସର ପିଲା ଡିଆଁ କୁଦା କରୁଥିବା ବେଳେ ଏଇ ପିଲାଟି ନିସ୍ତେଜ | ଜୀବନ ଆରମ୍ଭ ହେବା ଆଗରୁ ଥମି ଯାଇଛି, ତାକୁ ଯନ୍ତ୍ରଣାରେ ଜର୍ଜରିତ କରି ପକାଉଛି ଭୟାନକ ରୋଗ କ୍ୟାନ୍ସର | ଘରେ ପଇସା ନାହିଁ ପିଲାଟିର ଚିକିତ୍ସା ପାଇଁ | ଯାହା ଥିଲା ସବୁ ବିକି ଭାଙ୍ଗି ବାପା ମା ଗୋଟେ ତୁହା ଅପରେସନ କରି ସାରିଲେଣି| ଓଡିଶା ବାହାରକୁ ନେଲେ କୁଆଡେ ପିଲାଟି ସୁସ୍ଥ ହୋଇଯିବ | ବାପା ମା ବିକଳ ହୋଇ ୟା ତା ଆଗରେ ଗୁହାରି କରୁଛନ୍ତି ସହାୟତା ପାଇଁ | ହେଲେ ସତରେ କଣ କେହି ସାରୀଦ ନାହାଁନ୍ତି ସହାୟତା କରିବାକୁ ପିଲାଟିର ଚିକିତ୍ସା ପାଇଁ !!!!

ହଁ....ଆମେ କହୁଛୁ କେନ୍ଦୁଝର ଜିଲ୍ଲା  ଆନନ୍ଦପୁର ବ୍ଲକ ଅନ୍ତର୍ଗତ  ଜଂଘାର ଗ୍ରାମର ସନ୍ୟାସି ପାତ୍ରଙ୍କ ଦୁଇ ବର୍ଷର ଏକ ମାତ୍ର ପୁତ୍ର ପ୍ରିତମ ପାତ୍ର କଥା | ଦିବର୍ଷର ଶିଶୁ ଏବେ କ୍ୟାନସର ରୋଗରେ ପିଡିତ ।  ପ୍ରିତମ ଦୁଇବର୍ଷ ହୋଇଥିବାବେଳେ ତାକୁ କଟକ ବଡମେଡିକାଲକୁ ଚିକିତ୍ସା  ଲାଗି ନିଆଯାଇଥିଲା । ସେଠାରେ ବିଭିନ୍ନ ପ୍ରକାର ଟେଷ୍ଟ କଲାପରେ ତାର ମୁଣ୍ଡରେ ଟ୍ୟୁମର ହୋଇଥିବା ଜଣ ପଡିଥିଲା | ଆଉ ସେଠାରେ ତାର  ଅପରେସନ କରାଯାଇଥିଲା । ପୁନଶ୍ଚ ପୁଣି ୫ ମାସ ପରେ ତାର ଆଉ ଏକ ଦିତୀୟ ଅପରେସନ ହେବାଲାଗି କୁହାଯାଇଥିଲା । ମାତ୍ର ୫ ମାସପରେ ଗଲାପରେ ତାର ଟେଷ୍ଟରୁ କ୍ୟାନସର ବାହାରିବାରୁ ଡାକ୍ତର ତାକୁ ଅପରେସନ କଲେ ଛୁଆର ଜୀବନ ପ୍ରତି ବିପଦ ଅଛି କହି ଫେରାଇ ଦେଲେ । ୫ ମାସ ପୁର୍ବରୁ ଜମିବାଡି ବିକ୍ରି କରି ଚିକିତ୍ସା  କରାଇ ଆସିଥିବା ସନ୍ୟାସି  ପାତ୍ର ଏବେ ପୁଅର ଚିକିତ୍ସା  ଲାଗି ଗାଁ ଗାଁ ବୁଲି ମାଗଣ କରୁଛନ୍ତି । ପଚାରିଲେ କାନ୍ଦି କାନ୍ଦି କହୁଛନ୍ତି ଅଧିକା ପଇସା ହେଲେ ପୁଅକୁ ଚିକିତ୍ସା ଲାଗି ଓଡିଶା ବାହାରକୁ ନେବେ  । ସରକାରଙ୍କ ପକ୍ଷରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ମିଳିଥିଲେ ମଧ୍ୟ ତାହା ଚିକିତ୍ସା  ଏବଂ ଔଷଧ କିଣାରେ  କେବେଠୁ ସରିଗଲାଣି । ଏବେ ଲୋକଙ୍କଠୁ କିଛି ସାହାଯ୍ୟ ମିଳିଲେ ସେ ତାଙ୍କର ଏକ ମାତ୍ର ପୁଅର ଜୀବନ ବଂଚାଇ ପାରନ୍ତେ  । 

0
0
0
s2sdefault