ହେଡଲାଇନସ୍:

ଗରିବ ନକରିବ ହରି,ଗରିବ ଚାଣ୍ଡାଲ ସରି !!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - କଥାରେ ଅଛି ଗରିବ ନକରିବ ହରି,ଗରିବ ଚାଣ୍ଡାଲ ସରି ।ଏଭଲି ଏକ ଦୟନୀୟ ଅବସ୍ଥା ଦେଖିବାକୁ ମିଳିଛି ପଦ୍ମପୁର ଉପଖଣ୍ଡସ୍ଥ ପାଇକମାଲ ବ୍ଳକ ଅନ୍ତର୍ଗତ ଟେମରୀ ଗ୍ରାମରେ ।ଟେମରୀ ଗ୍ରାମର ଦ୍ରୋଣ ବନଛୋର (ବୟସ ୫୫ବର୍ଷ)ପାଞ୍ଚ ପିଲା,ସ୍ତ୍ରୀ ଓ ବୁଢୀ ମାଁକୁ ନେଇ ତାଙ୍କ ସଂସାର ।ସୁରୁଖୁରୁରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟି ଯାଉଥିଲା। କିନ୍ତୁ ଦୁଇବର୍ଷ ତଳେ ଭଗବାନଙ୍କ କୋପଦୄଷ୍ଟି ତାଙ୍କ ଉପରେ ପଡିଥିଲା ଯାହାର ଫଳ ସ୍ବରୂପ ଏକ ସାଧାରଣ କ୍ଷତ ବଡ଼ ଘା ର ରୂପ ନେଇଥିଲା । ଚିକିତ୍ସିତ ହେବା ସମୟରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏକ ଆଙ୍ଗୁଠି କଟାଯାଇଥିଲା କିନ୍ତୁ ତାହା ଠିକ ହୋଇନଥିଲା ।ଚିକିତ୍ସା ପରେ ମଧ୍ୟ ଏହା ଉଗ୍ରରୂପ ନେଇଥିଲା ।ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେ ମଧ୍ୟ ସ୍ବାସ୍ଥ୍ୟର କୌଣସି  ପ୍ରକାରର ଉନ୍ନତି ହୋଇନାହିଁ । ପରିବାରର ପରିପୋଷଣ ପାଇଁ ଦ୍ରୋଣ ହି ଏକା ସାହା ଭରସା,କିନ୍ତୁ ବର୍ତ୍ତମାନ ସେ ଅର୍ଥ ଉପାର୍ଜନ ପାଇଁ ଅକ୍ଷମ ।ଅର୍ଥାଭାବ ଯୋଗୁଁ ଉଚ୍ଚତର ଚିକିତ୍ସା ରୁ ବଞ୍ଚିତ ହୋଇଛନ୍ତି ଦ୍ରୋଣ ।ବର୍ତ୍ତମାନ ତାଙ୍କ ସ୍ତ୍ରୀ ଙ୍କ ସ୍ବଳ୍ପ ରୋଜଗାରରେ ପରିବାର ପୋଷଣ ହେଉଛି ।ନିଜ ଉଦ୍ୟମରେ ଏ ଯାଏଁ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରି ଚିକିତ୍ସା କରାଇଥିବା ଦର୍ଶାଇଛନ୍ତି ଦ୍ରୋଣ । ପ୍ରଶାସନ ତଥା କୌଣସି ବ୍ୟକ୍ତି ବିଶେଷଙ୍କ ସହାୟତା ପାଇଲେ ଉଚ୍ଚତର ଚିକିତ୍ସା କରିପାରନ୍ତେ ଓ ପରିବାର ର ପରିପୋଷଣ କରିପାରନ୍ତି ବୋଲି କହିଛନ୍ତି ଦ୍ରୋଣ ।

0
0
0
s2sdefault