ହେଡଲାଇନସ୍:

ଟାଟା ଷ୍ଟିଲ୍ ମାଇନିଂ ପକ୍ଷରୁ ରପ୍ତାନି ପାଇଁ ମଲ୍ଟି-ମୋଡାଲ୍ କଂଟେନରାଇଜଡ୍ ରେକ୍ ପରିବହନର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


 ସବୁଜ ଭବିଷ୍ୟତ ଲକ୍ଷ୍ୟରେ କାର୍ବନ ଫୁଟ୍ପ୍ରିଂଟ୍ ହ୍ରାସ ପାଇଁ ପଦକ୍ଷେପ


ଭୁବନେଶ୍ୱର,: ଟାଟା ଷ୍ଟିଲ୍ ମାଇନିଂ (ଟିଏସ୍ଏମ୍ଏଲ୍) ପକ୍ଷରୁ ରପ୍ତାନି ପାଇଁ ଯାଜପୁରର ଏପିଜେ ଲଜିଷ୍ଟିକ୍ସରୁ ରେକ୍ ଜରିଆରେ ପ୍ରଥମ ମଲ୍ଟି-ମୋଡାଲ୍ କଟେଂନରାଇଜଡ୍ ପରିବହନର ଶୁଭାରମ୍ଭ କରାଯାଇଛି । ପ୍ରଥମ ଥର ପାଇଁ କଂପାନି ସଡ଼କ, ରେଳ ଓ ସମୁଦ୍ର ପରିବହନର ମିଶ୍ରଣକୁ ଉପଯୋଗ କରିଛି ଯାହା ଦୀର୍ଘସ୍ଥାୟୀ ଓ ପରିବେଶ ଅନୁକୂଳ ସପ୍ଲାଏ ଚେନ୍ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଏକ ସବୁଜ ଭବିଷ୍ୟତ ଲାଗି ଅଧିକ ଦୀର୍ଘସ୍ଥାୟୀ ପ୍ରଥା ଗ୍ରହଣ କରିବାର ଆବଶ୍ୟକତାକୁ ହୃଦୟଙ୍ଗମ କରି ଟିଏସ୍ଏମ୍ଏଲ୍ ପକ୍ଷରୁ କାର୍ବନ ନିର୍ଗମନ ହ୍ରାସ କରିବା ନିମନ୍ତେ ଏହି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି । ମଲ୍ଟିମୋଡାଲ୍ ପରିବହନରେ ସମନ୍ୱୟ ସହିତ ଏହା ଦକ୍ଷତାରେ ଉନ୍ନତି, କାର୍ବନ ଫୁଟ୍ପ୍ରିଂଟ୍ ହ୍ରାସ ଓ ସାମଗ୍ରିକ ସପ୍ଲାଏ ଚେନ୍ ଭରସାଯୋଗ୍ୟତାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଟାଟା ଷ୍ଟିଲ୍ ମାଇନିଂର ପରିଚାଳନା ନିର୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ “ଦୀର୍ଘସ୍ଥାୟୀ ବ୍ୟବସାୟ ପ୍ରଥା ପ୍ରତି ଆମେ ପ୍ରତିବଦ୍ଧ ରହିଛୁ ଏବଂ ରପ୍ତାନି ପାଇଁ ରେକ୍ ଜରିଆରେ କଟେଂନରରେ ଫେରୋ ଆଲଏଜ୍ର ମଲ୍ଟି-ମୋଡାଲ୍ ପରିବହନ ଏହି ଦିଗରେ ଏକ ସଠିକ୍ ପଦକ୍ଷେପ । ସଡ଼କ, ରେଳ ଓ ସମୁଦ୍ର ପରିବହନକୁ ସମନ୍ୱିତ କରିବା ସହ ଆମ ରେଳ କ୍ଷମତାକୁ ବଢ଼ାଇ କାର୍ବନ ଫୁଟ୍ପ୍ରିଂଟ୍କୁ ଆହୁରି ହ୍ରାସ କରିବା ଏବଂ ଏକ ସବୁଜ ଭବିଷ୍ୟତ ଗଠନରେ ଯୋଗଦାନ ଦେବାକୁ ଆମେ ଲକ୍ଷ୍ୟ ରଖିଛୁ ।’’

ଏହି କଟେଂନରାଇଜଡ୍ ରେକ୍ ଅଭିଯାନରେ ଟାଟା ଷ୍ଟିଲ୍ ମାଇନିଂର ଓଡ଼ିଶାରେ ଥିବା କାରଖାନାରୁ ଫେରୋ ଆଲଏଜ୍କୁ ପ୍ରଥମ ପର୍ଯ୍ୟାୟରେ ଟ୍ରକ୍ ମାଧ୍ୟମରେ କଳିଙ୍ଗନଗରରେ ଥିବା ଏପିଜେ ଲଜିଷ୍ଟିକ୍ସକୁ ପରିବହନ କରାଯାଇଥିଲା ଏବଂ ଏହା ପରେ ରେକ୍ ଉପରେ କଟେଂନରକୁ ଭାଇଜାଗ୍ କଟେଂନର ଟର୍ମିନାଲ୍ (ଭିସିଟି)କୁ ପଠାଯାଇଥିଲା । ଏହାପରେ ଆନ୍ତର୍ଜାତିିକ ଗ୍ରାହକମାନଙ୍କ ପାଖରେ ପହଂଚାଇବା ଲାଗି ରପ୍ତାନି ନିମନ୍ତେ ସେହି କଟେଂନରକୁ ଭିସିଟିରୁ ଜାହାଜରେ ବୋଝେଇ କରି ନିଆଯିବ ।

ଉଲ୍ଲେଖଯୋଗ୍ୟ, ଭାରତର ପଶ୍ଚିମାଚଂଳରେ ଥିବା ଗ୍ରାହକମାନଙ୍କ ପାଇଁ ଟିଏସ୍ଏମ୍ଏଲ୍ ପକ୍ଷରୁ ଏହାର ଓଡ଼ିଶାରେ ଥିବା କାରଖାନାର ଫେରୋ ଆଲଏଜ୍କୁ ମଲ୍ଟି-ମୋଡାଲ୍ ପରିବହନ ମାଧ୍ୟମରେ ପୂର୍ବରୁ ଉପକୂଳ ପଥ ଦେଇ ପାରାଦ୍ୱୀପ ବନ୍ଦର ଜରିଆରେ କାଣ୍ଡଲା ବନ୍ଦରକୁ ପଠାଯାଇଥିଲା ।

ଏହି ପରିବହନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଟାଟା ଷ୍ଟିଲ୍ ମାଇନିଂର ଏଜିଏମ୍ (ସପ୍ଲାଏ ଚେନ୍) ଅମିତ ଚୌବେ, ଟାଟା ଷ୍ଟିଲ୍ର ମୁଖ୍ୟ (କଂଟେନର ମ୍ୟାନେଜମେଂଟ୍-ୱାନ୍ ସପ୍ଳାଏ ଚେନ୍) ସୂର୍ଯ୍ୟ ଲେଙ୍କା, ଟାଟା ଷ୍ଟିଲ୍ ମାଇନିଂର ଏଡିଏମ୍ (ସପ୍ଲାଏ ଚେନ୍) ସୌମ୍ୟ ବସୁ, ଟାଟା ଷ୍ଟିଲ୍ ମାଇନିଂର ଏଡିଏମ୍ (ପୋର୍ଟ ଅପରେସନ) ସୁରେଶ ବାବୁ ରବିପତି, ଏପିଜେ ଲଜିଷ୍ଟିକ୍ସର ମୁଖ୍ୟ (ଅପରେସନ) ମଳୟ କୁମାର ବଳ, ଏପିଜେ ଲଜିଷ୍ଟିକ୍ସର ଉପଦେଷ୍ଟା ରତିକାନ୍ତ ପଣ୍ଡା ଉପସ୍ଥିତ ଥିଲେ ।

 

0
0
0
s2sdefault