ହେଡଲାଇନସ୍:

ପୁଇଁତଳା ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁଇଁତଳା/ନିରୋଜ ମିଶ୍ର - ପୁଇଁତଳା ବ୍ଲକ ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଗୌନ୍ତିଆ ବୁଢା ବିଦ୍ୟାପୀଠ, ପଥର୍ଲା ଠାରେ ଅନୁଷ୍ଠିତ ହୋଇଯାଇଛି ।  ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଭାରେ ଜିଲ୍ଲା  ପରିଷଦ ସଭ୍ୟ ରାଜକିଶୋର ନାଏକ, ସରପଞ୍ଚ ମନ୍ଦାକିନୀ ମେର୍ଲି, ସମିତି ସଭ୍ୟ ଶେଷଦେବ ମେହେର ମଞ୍ଚାସୀନ ଥିଲେ । ଶିକ୍ଷକ ସରୋଜ କୁମାର ହୋତାଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା । ପୁଇଁତଳା ବ୍ଲକର ୧୭ଟି ବିଦ୍ୟାଳୟରୁ ୧୭ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ  ‘ଔଦ୍ୟୋଗିକ କ୍ରାନ୍ତି (୪.୦): ଆମେ ପସ୍ତୁତ କି?’ ବିଷୟରେ ସେମାନଙ୍କର ମନ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ପ୍ରଥମ ସ୍ଥାନ ଜବାହରଲାଲ ନୋଡାଲ ଉଚ୍ଚ ବିଦ୍ୟାଳୟ, ବିଲେଇସର୍ଡା ର ଛାତ୍ର ସୌରଭ କୁମାର ବିଶ୍ୱାଳ ପ୍ରଥମ, ଦ୍ୱିତୀୟ ସ୍ଥାନ ସୁରେଶ୍ୱରୀ ମହାକୁର, ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଛତାପିପଲ ଓ ତୃତୀୟ ସ୍ଥାନ ବିନୋଦିନୀ ବିଶ୍ୱାଳ, ଆଟଗାଁ ନୋଡାଲ ଉଚ୍ଚ ବିଦ୍ୟାଳୟ ଅଧିକାର କରିଥିଲେ । ଉଦ୍ୟାପନୀ ଉତ୍ସବରେ ବ୍ଲକ ଶିକ୍ଷା ଅଧିକାରୀ ନେପାଲ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଓ ଜିଲ୍ଲା ବିଜ୍ଞାନ ତତ୍ତ୍ୱାବଧାରକ ନିଳମଣୀ ପଟେଲ ଯୋଗ ଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଦୀପ ବେହେରା, ବ୍ଲକ ସଂଯୋଜକ ଜୟ କୃଷ୍ଣ ନାଏକ, ଆଟଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ ସେନ ପଟେଲ, ଭାଲେର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲୋକନାଥ ସୁନା, ସରପଞ୍ଚ ମନ୍ଦାକିନୀ ମେର୍ଲି, ଜିଲ୍ଲା ପରିଷଦ ସଭ୍ୟ ରାଜ କିଶୋର ନାଏକ, ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ସାହୁ, ସମିତି ଶେଷଦେବ ମେହେର ମଞ୍ଚାସୀନ ଥିଲେ ।  ବିଚାରକ ଭାବରେ ସାଲେଭଟା କୃଷ୍ଣ ପ୍ରସାଦ ମିଶ୍ର ମେମୋରିଆଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାଲକୃଷ୍ଣ ମହାନନ୍ଦ ଓ ହରିହର ନୋଡାଲ ଉଚ୍ଚ ବିଦ୍ୟାଳୟ, ଯୋଗିସର୍ଡା ନୋଡାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନରେଶ ଦ୍ୱାରୀ ଯୋଗ ଦେଇଥିଲେ । ବିଭିନ୍ନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ସମସ୍ତ କର୍ମଚାରୀ ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭ୍ୟ ମାନେ ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ସୌରଭ କୁମାର ବିଶ୍ୱାଳ ଚଳିତ ମାସ ୨୩ ତାରିଖରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିବେ । 

0
0
0
s2sdefault