ହେଡଲାଇନସ୍:

ଚଳିତ ଶିକ୍ଷାବର୍ଷଠାରୁ ଏସସି ଏସଟି  ବିଭାଗର ଅଧିକ  ୨୧ଟି ବିଦ୍ୟାଳୟରେ ଯୁକ୍ତ-୨ ପାଠ୍ୟକ୍ରମ ଆରମ୍ଭ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟର ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ହାଇସ୍କୁଲ ଶିକ୍ଷାଦାନ ପଦ୍ଧତରି ପୁନର୍ଗଠନ କରାଯାଇଛିା ଜନଜାତି ବହୁଳ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରଦାନ ନିମନ୍ତେ ବିଭାଗ ପକ୍ଷରୁ ୨୦୧୭-୧୮ ଶିକ୍ଷାବର୍ଷ ମଧ୍ୟରେ ମୟୂରଭଞ୍ଜ, ଗଜପତି, କଳାହାଣ୍ଡି, ସମ୍ବଲପୁର, କେଉଁଝର, ସୁନ୍ଦରଗଡ଼, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର ଜିଲ୍ଲାର ୨୬ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକକୁ ଉନ୍ନୀତ କରାଯାଇ ଯୁକ୍ତ-୨ ବିଜ୍ଞାନ ଶ୍ରେଣୀରେ ପାଠପଢ଼ା ଚାଲିଛିା

ଚଳିତ ୨୦୧୮-୧୯ ଶିକ୍ଷାବର୍ଷରେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ଓ ଭିତ୍ତିଭୂମି ଅନୁସାରେ ରାଜ୍ୟ ସରକାର ଗଜପତି, କନ୍ଧମାଳ, ସୁନ୍ଦରଗଡ଼, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି, ମୟୂରଭଞ୍ଜ ଓ ବଲାଙ୍ଗୀର ଜିଲ୍ଲାରେ ଥିବା  ଅଧିକ  ୨୧ଟି ହାଇସ୍କୁଲରେ ଯୁକ୍ତ-୨ ବିଜ୍ଞାନ ଶ୍ରେଣୀ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତିା ଏହି ଉନ୍ନୀତ ବିଦ୍ୟାଳୟଗୁଡ଼ିକ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ନିମନ୍ତେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସାତଟି ବିଷୟ ଯଥା-ଫିଜିକ୍ସ, କେମିଷ୍ଟି୍ର, ଗଣିତ, ପ୍ରାଣୀବିଜ୍ଞାନ, ଉଦ୍ଭିଦ  ବିଜ୍ଞାନ, ଓଡ଼ିଆ ଓ ଇଂରାଜୀ ବିଭାଗରେ ୨୩୦ ଜଣ ପି.ଜି.ଟି ଶିକ୍ଷକଙ୍କୁ ନିଯୁକ୍ତି ଦେବା ନିମନ୍ତେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନଙ୍କୁ ଅନୁରୋଧ କରାଯାଇଥିଲା |  ଇତି ମଧ୍ୟରେ ଓ.ପି.ଏସ୍.ସି ପକ୍ଷରୁ ଏହି ବିଦ୍ୟାଳୟଗୁଡ଼ିକରେ ୧୫୪ ଜଣ ପ୍ରାର୍ଥୀଙ୍କ ନାମ ଚୟନ କରାଯାଇଛିା ସପ୍ତମ ବେତନ କମିଶନର ସୁପାରିଶ ଅନୁସାରେ ପି.ଜି.ଟି ଶିକ୍ଷକମାନେ ବେତନ ପାଇବୋ ଅତିଶୀଘ୍ର ରାଜ୍ୟ ସରକାର ୧୫୪ ଜଣ ନବନିଯୁକ୍ତ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷକମାନଙ୍କୁ ଏହି ଉନ୍ନୀତ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ନିଯୁକ୍ତି ଦେବେ ଏବଂ ଚଳିତ ବର୍ଷରୁ ଶିକ୍ଷାଦାନ ଆରମ୍ଭ ହେବ ବୋଲି ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ, ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ରମେଶ ଚନ୍ଦ୍ର ମାଝୀ ପ୍ରକାଶ କରିଛନ୍ତିା 

 

 

 

 

0
0
0
s2sdefault