ହେଡଲାଇନସ୍:

ସାଇନିଂ ଷ୍ଟାର ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ -ବରଗଡ଼ ଶିକ୍ଷା ଜିଲ୍ଲା ତରଫରୁ ଅନୁଷ୍ଠିତ ଦ୍ବିତୀୟ ସାଇନିଂ ଷ୍ଟାର ପ୍ରବେଶିକା ପରୀକ୍ଷାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁର ର ଦୁଇଜଣ ଛାତ୍ରୀ ନଫିସ ଫାତମା ଓ ଗୁଲନାଜ ପରବିନ କୄତକାର୍ଯ୍ୟ ହୋଇଥିବାରୁ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସେବାଶ୍ରୀ ଭୋଇ ଏବଂ ବିଦ୍ୟାଳୟ ପରିବାର ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସଭାରେ ଉଭୟଙ୍କ ଅଭିଭାବକ ଓ ଅଭିଭାବିକା ତଥା ସାଇନିଂ ଷ୍ଟାର ପ୍ରବେଶିକା ପରୀକ୍ଷାରେ ପୂର୍ବରୁ କୄତକାର୍ଯ୍ୟ ହୋଇଥିବା ଛାତ୍ରୀ ସନ୍ତୋଷିନୀ ଦୀପ ଉପସ୍ଥିତ ରହି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରକାଶ କୁମାର ଯୋଷୀଙ୍କ ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରି ସାଧୁବାଦ ଜଣାଇଥିଲେ ।

 

0
0
0
s2sdefault