ହେଡଲାଇନସ୍:

ଦାନା ବାନ୍ଧୁଛି ଆନ୍ଦୋଳନ, ଏକାଠି ହେଉଛନ୍ତି ଲୋକପ୍ରତିନିଧି : ଭୋଟ ପୂର୍ବରୁ ନେଇପାରେ ଉଗ୍ର ରୂପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କ୍ୟାନସର ହସପିଟାଲ ଦାବି ପାଇଁ ଦସ୍ତଖତ ଅଭିଯାନ ଓ ରକ୍ତଦାନ ଶିବିର  

Padampur/Nila Deep :ଦାନା ବାନ୍ଧୁଛି ଆନ୍ଦୋଳନ, ଏକାଠି ହେଉଛନ୍ତି ଲୋକପ୍ରତିନିଧି.. ଭୋଟ ପୂର୍ବରୁ ନେଇପାରେ ଉଗ୍ର ରୂପ | ବରଗଡ଼ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବିରେ ଜିଲ୍ଲା ସାରା ଚାଲିଛି ସଚେତନତା ରାଲି ଆଉ ଦସ୍ତଖତ ଅଭିଯାନ | ଏହି କ୍ରମରେ  ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଦିପ୍ତିପୁର ର ପଶ୍ଚିମଉତ୍କଳ  କୃଷିକେନ୍ଦ୍ର ଠାରେ ପଶ୍ଚିମାଂଚଲ ଏକତା ମଂଚ ତରଫରୁ ବରଗଡରେ କ୍ୟାନସର ହସପିଟାଲ ପ୍ରତିଷ୍ଠା  ଦାବି ନେଇ ଦସ୍ତଖତ ଅଭିଯାନ, ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏହି ଦାବି ଧୀରେ ଡ଼ିଜିରେ ବ୍ୟାପକ ହେବ ସହ ଏଥିପ୍ରତି ବିପୁଳ ଜଣ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି | ଭୋଟ ପୂର୍ବରୁ ଏଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଲିଥିବା ଛୋଟ ଛୋଟ ଆନ୍ଦୋଳନ, ସଚେତନତା କାର୍ଯ୍ୟକ୍ରମ ଓ ଦସ୍ତଖତ ଅଭିଯାନ ଏକ ବଡ ଧାରଣର ଆନ୍ଦୋଳନ ରୂପ ନେଇ ରାଜ୍ୟ ସରକାରଙ୍କ ପାଇଁମୁଣ୍ଡ ବିନ୍ଧାର କାରଣ ଓ  ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ପାଲଟି ଯାଇଥିବ ...ସେ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ | 

 ଏହିକ୍ରମରେ ଦିପ୍ତୀପୁର ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ଠାରେ ମୂଖ୍ୟ ଅତିଥି ଘେଁସ ରେଂଜର ରେବତୀ ରଂଜନ ଯୋଶୀ ଙ୍କ କରକମଳରେ ବୃକ୍ଷରୋପଣ କରାଯାଇଥିଲା । ପଶ୍ଚିମାଂଚଲ ଏକତା ମଂଚ ବରଗଡ ଜିଲ୍ଲା ଆବାହକ ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଦିପ୍ତିପୁର ପଶ୍ଚିମ ଉତ୍କଳ  କୃଷିକେନ୍ଦ୍ର ଠାରେ ବରଗଡରେ କ୍ୟାନସର ହସପିଟାଲ ପ୍ରତିଷ୍ଟା ଦାବି ନେଇ ଦସ୍ତଖତ ଅଭିଯାନ ଓ ରକ୍ତଦାନ ଶିବିର ସହ ଏକ ସଭା ଅନୁଷ୍ଟିତ ହୋଇଥିଲା । ଅନୁଷ୍ଠିତ  ସଭାରେ ମୂଖ୍ୟ ଅତିଥି ଭାବେ ଟାଲ ଗ୍ରାମ ପଂଚାୟତ ସରପଂଚ ସୈାକିଲାଲ ସେଠ, ମେଲଛାମୁଣ୍ଡା ଗ୍ରା.ପ. ସରପଂଚ ସୁନିତା ବରିହା, ପଲସାପାଲି ସରପଂଚ ଜାହ୍ନବୀ ମେହେର, ମେଲଛାମୁଣ୍ଡା ସରକାରୀ ଚିକିତ୍ସାଳୟର ଚିକିତ୍ସକ  ଡା. ଆଦିତ୍ୟ କୁମାର ଭୋଇ, ସମ୍ବଲପୁର ପଶ୍ଚିମାଂଚଳ ଏକତା ମଂଚ ଆବାହକ ଭବାନୀ ଶଙ୍କର ଭୋଇ, କାର୍ଯ୍ୟକ୍ରମ ସଂଯୋଜକ ସମୀର ବାବୁ, ମୂଖ୍ୟ ସଂଯୋଜକ ମାନସ ରଂଜନ ବକ୍ସି, ସମ୍ବଲପୁର ସଂଯୋଜକ ଶାଶ୍ୱତ କୁମାର ପଣ୍ଡା, ସାହିତ୍ୟ ସଂଯୋଜକ ଦେବାଶିଷ ବେହେରା. ସୋସିଏଲ ମିଡିଆ ସଂଯୋଜକ ବିପ୍ଲବ ଡନସନା,ଜିତେନ୍ଦ୍ରିୟ  ଦୀପ, ମେଲଛାମୁଣ୍ଡା କୃଷି ସମବାୟ ସମିତିର ସଭାପତି ସଭାପତି ଚକ୍ରଧର ସାହୁ ପ୍ରମୁଖ ଯୋଗଦାନ କରିଥିଲେ । ଏହି ଅବସରରେ ପଦ୍ମପୁର ବ୍ଲଡ ବ୍ୟାଙ୍କ କର୍ମ•ରୀ ସଂଗ୍ରାମ କେଶରୀ ମହନ୍ତ ଙ୍କ ସଂଯୋଜନାରେ ବିରେନ ବାରିକ, ହେନେରୀ ଆର୍ ସାଗର, ସାନନ୍ଦ ମିଶ୍ର, ବାଚସ୍ପତି ପଧାନ, ପୂର୍ଣ୍ଣଚନ୍ଦ୍ର କୁମ୍ଭାର (ସମିତି ସଭ୍ୟ), ସୁରେଶ ବେରିଆ, ସୁଶାନ୍ତ ଦୀପ, ଅମନ ସାଗର, ବିକାଶ କନେ୍ଦର, ସପୁତି୍ରକ ନନ୍ଦ, ବିକାଶ ରଂଜନ ଭୋଇ, ସିମିୟନ ଭାଇ, ବିକାଶ ନନ୍ଦ, ସୁଦାମ ପଣ୍ଡା, ଉମେଶ ସାଗର, ପ୍ରମୁଖ ରକ୍ତଦାନ କରିଥିଲେ । ବରଗଡ ପଶ୍ଚିମାଂଚଲ ଏକତା ମଂଚ ସଂଯୋଜକ ମଲୟ ଭୋଇ, ପରେଶ ପଟେଲ, ତୁଲସୀରାମ ବେହେରା, ହିତେଶ ସାହୁ, କ୍ଷିତେନ୍ଦ୍ର ଗୁଲ୍ଲା, ନବୀନ ସାଗର, ପୁଟୁ ଭାଇ, ଦୟାନିଧି ବରିହା, ସୁମନ୍ତ ମହାନନ୍ଦ, ଜୟ ବିହାରୀ ବିଶ୍ୱାଲ, ଗହକି ଭୋଇ,  ପ୍ରଶାନ୍ତ ବାରିକ, କୃଷ୍ଣଚନ୍ଦ୍ର ବାରିକ, ବିମଲ ବେହେରା ଖ୍ରୀଷ୍ଟିୟାନ ୟୁଥ କ୍ଲବ ଦିପ୍ତିପୁର ର ସଭ୍ୟ, ସ୍ଥାନୀୟ ଡ୍ରାଇଭର ଓ ମାଲିକ ସଙ୍ଘ  ଓ ଗଣେଶ ପୂଜା କମିଟୀ ଦିପ୍ତିପୁର ସହଯୋଗ କରିଥିଲେ । ପରିଶେଷରେ ସମାଜସେବୀ ଶିବ ଶଙ୍କର ବିଶ୍ୱାଲ ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault