ହେଡଲାଇନସ୍:

ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନା ଚକ୍ର ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନୀଳ ଦୀପ - ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଜବୋଡାସମ୍ବର  ବି.ଇ.ଓ ସୁନୀଲ ମୁଣ୍ଡ , ମୁଖ୍ୟଅତିଥି ରୂପେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ  ବିଜ୍ଞାନ ଭିତ୍ତିକ ଆଲୋଚନା ରେ ଭାଗ ନେବା ପାଇଁ ଉତ୍ସାହିତ କରିଥିଲେ । ଏଥିରେ ରାଜବୋଡାସମ୍ବର ବ୍ଲକରୁ ମୋଟ ୧୭ ଜଣ ଛାତ୍ରଛାତ୍ରୀ ଭାଗନେଇଥିଲେ । ବିଚାରକ ଭାବେ ମଧୁସୂଦନ ଦେବତା ଓ ରମେଶ ଚନ୍ଦ୍ର ଭୋଇ ଯୋଗ ଦେଇଥିଲେ। ମେଳଛାମୁଣ୍ଡା ଉଚ୍ଚ ବିଦ୍ୟାଳୟର ଛାତ୍ର ଅଂଶୁମାନ ମିଶ୍ର ପ୍ରଥମ ହୋଇ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ବିବେଚିତ ହୋଇଛନ୍ତି ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ ଆଦର୍ଶ ବିଦ୍ୟାଳୟ ବାନ୍ଦୁପାଲିର ଛାତ୍ର ତିଳକ ଅଗ୍ରୱାଲ । ଶେଷରେ ଶିକ୍ଷକ ରାଜେଶ କୁମାର ଖମାରୀ ଧନ୍ୟବାଦ ଦେଇଥିଲେ।

0
0
0
s2sdefault