ହେଡଲାଇନସ୍:

ଲୋକଙ୍କ ଉପରେ ୨୦୦୦ ରହିଲେ କନେକ୍ସନ କାଟି ଦବ,  ହେଲେ କୋଡ଼ପୋଛା ଶିଳ୍ପ ସଂସ୍ଥା ଉପରେ ବାକିଆ  ୨୬୫୮ କୋଟି ଜଳକର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର,: ସାଧାରଣ ଲୋକଙ୍କ ଉପରେ ଟଙ୍କା ୨୦୦୦ ରହିଲେ ସରକାର ତା ପାଣି ବା ଲାଇଟ କନେକ୍ସନ କାଟିଦେବେ | ହେଲେ ଶିଳ୍ପ ସଂସ୍ଥା ଉପରେ ହଜାର ହଜାର କୋଟି ଜଳକର ଥିଲେ ବେ ତା କେଶଗ୍ର ଛୁଇଁପାରିବେନି ସରକାର | କାରଣ ସେ ଆଇଦର ଓକିଲ ପୋଷୁଥିବ ଅର  ଅଫିସର | ମାନେ ଓକିଲଙ୍କୁ ଲଗାଇ କୋର୍ଟ ରେ କେଶ ଟିଏ ଠୁଙ୍କି ବସି ଯାଇଥିବ, ନହେଲେ ଅଫିସରଙ୍କୁ ଦାଦା ବଟି ଦେଇ ଲାହିରେ ରେଳ ଦେଇ ବସି ଯାଇଥିବ | ନହେଲେ ଯେତେବେଳେ ବିଧାନ ସଭାରେ ପ୍ରଶ୍ନ ହେବ ସେତେବେଲେ ସେଇ ଏକ ଉତ୍ତର ...ପାଖାପାଖି ସମାନ | ହେଇ....ଏଥର ବେ ସେଇଆ ଆସିଛି |  ସରକାରଙ୍କ ସର୍ବଶେଷ ହିସାବ ଅନୁଯାୟୀ ଗତ ଜୁଲାଇ ଶେଷ ସୁଦ୍ଧା ଶିଳ୍ପ ସଂସ୍ଥାଗୁଡ଼ିକ ଉପରେ ୨୬୫୮ କୋଟି ଟଙ୍କାରୁ ଅଧିକ   ଜଳକର ବାକି ପଡ଼ିଛି । ବିଧାୟକ ଦିଲିପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା ଉଲ୍ଲେଖ କରିଛନ୍ତି । 

ଶିଳ୍ପାନୁଷ୍ଠାନମାନଙ୍କ ଠାରୁ ବକେୟା ଜଳକର ଆଦାୟ ପାଇଁ ଆଇନ୍ ଅନୁଯାୟୀ ବିହିତ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯାଇଛି ଓ ଅନାଦେୟ କର ବାବଦ ପ୍ରାପ୍ୟ ଉପରେ ମାସକୁ ଶତକଡ଼ା ୨ ହାରରେ ଚକ୍ରବୃଦ୍ଧି ସୁଧ ଲାଗୁ କରାଯାଉଥିବା ସେ କହିଛନ୍ତି । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ କମିଟିମାନ ଗଢ଼ା ଯାଇ ଜଳ କର ଆଦାୟ ଲାଗି ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି ଏବଂ ତଦନୁଯାୟୀ ଗତ ଦୁଇ ବର୍ଷରେ ମହାନଦୀ କୋଲ୍ ଫିଲ୍ଡ ଠାରୁ ୧୪୭ କୋଟି ଏବଂ ଗତବର୍ଷ ନାଲ୍କୋ ଠାରୁ ୫୮ କୋଟି ଟଙ୍କାର ବାକି ଆଦାୟ କରାଯାଇଛି । ଏହାଛଡ଼ା ବିଭାଗୀୟ ଯନ୍ତ୍ରୀମାନଙ୍କୁ ମଧ୍ୟ ବକେୟା ଜଳକର ଆଦାୟ ପାଇଁ ନିଦେ୍ର୍ଧଶ ଦିଆଯାଇଛି । 

ଅଦାଲତଙ୍କ ହସ୍ତକ୍ଷେପ ଯୋଗୁ ୧୮୩୩ କୋଟି ୩୫ ଲକ୍ଷ ଟଙ୍କାର ଜଳକର ଆଦାୟ ହୋଇପାରୁନଥିବା ସରକାର ସୂଚାଇଛନ୍ତି । ତେବେ ମାମଲା ରୁଜୁ କରିଥିବା ଶିଳ୍ପ ସଂସ୍ଥାମାନଙ୍କ ଠାରୁ ବକେୟା ଜଳକରର ଅଧା ଆଦାୟ ପାଇଁ ଉଚ୍ଚ ନ୍ୟାୟାଳୟରେ ବିବିଧ ମାମଲା ରୁଜୁ କରାଯାଇଛି । 

ରାଜ୍ୟ ସରକାରଙ୍କ ଇଡକୋ, ଓଡ଼ିଶା ଖଣି ନିଗମ୍,ଓପିଜିସି (ବନହରପାଲୀର ତାପଜ ବିଦ୍ୟୁତ) ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କ ପାରାଦୀପ ବନ୍ଦର, ମହାନଦୀ କୋଲ୍ ଫିଲ୍ଡ, ନାଲକୋ ,ଏନଟିପିସି କୁ ମିଶାଇ  ନୀଳାଚଳ ଇସ୍ପାତ ନିଗମ୍,  ପାରାଦୀପ ଫସ୍ଫେଟ୍,  ବେଦାନ୍ତ, ଆଦିତ୍ୟ ଆଲୁମିନିୟମ୍, ଫାକର୍, କୋଣାର୍କ ଝୋଟକଳ, ବଲାରପୁର ଇଣ୍ଡଷ୍ଟ୍ରୀଜ୍, ଆରତୀ ଷ୍ଟିଲ୍, ମାହେଶ୍ୱରୀ ଇସ୍ପାତ, ଭୂଷଣ,  , ଆଧୁନିକ ମେଟାଲିକ୍ସ ,  ଓଡ଼ିଶା ସିମେଣ୍ଟ ଲିମିଟେଡ୍,  ଜିନ୍ଦଲ ଆଦି ୩୪୬ଟି ସଂସ୍ଥା ଉପରେ ଏହି ମୋଟା ଅଙ୍କର ଜଳକର ବକେୟା ପଡ଼ିଛି । ସବୁଠାରୁ ମଜା କଥା ହେଲା  ଟାଟା ଷ୍ଟିଲ୍, ଟାଟା ରିଫ୍ରାକ୍ଟୋରିଜ୍, ସେଲ୍, ଆସିକା ଚିନିକଳ, ଜିନ୍ଦଲ, ଭୂଷଣ, ବେଦାନ୍ତ ଆଦି ବହୁ ସଂସ୍ଥା ଜଳକର ବିରୋଧରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରାଇଛନ୍ତି । 

ଶିଳ୍ପସଂସ୍ଥାମାନଙ୍କ ଉପରେ ଏତେ ଜଳକର ବାକି ଥିବା ପ୍ରସଙ୍ଗରେ ବରଗଡ଼ର ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ "ସରକାରଙ୍କ କମ୍ପାନୀ ପୀରତି ଚାଲିଛି , କମ୍ପାନୀର କେବଳ ଜଳ କର ନାଇଁ ଆଜ୍ଞା..ବିଦ୍ୟୁତ କର ବି ବାକି ଅଛି  | କମ୍ପାନୀର ଲାଗି ଜଳ, ଜମି, ଜଙ୍ଗଲ ସବୁ ମାଫି ଦେଇଦେଉଥିବା ବେଳେ ଯେଉଁ ୭୦% ଚାଷୀ ଅଛନ୍ତି ସେମାନଙ୍କ ଲାଗି କିଛି କରାଯାଉନି | ଯଦି ଜନମଙ୍ଗଳ ରାଷ୍ଟ୍ର ତାହେଲେ ଲୋକଙ୍କ ପାଇଁ ମଧ୍ୟ କରିବାର ଦାଇତ୍ୱ ଅଛି | କମ୍ପାନୀମାନେ ଜଳକର ବାକି ରଖି ଆମ ହୀରାକୁଦ ଜଳ ଭଣ୍ଡାର ସମେତ ବିଭିନ୍ନ ନଦୀରୁ ପାଣି ଦେବା ବନ୍ଦ ହୋଇନଥିବା ଚାଷୀ ଉପରେ ପ୍ରଶାସନ ଦାଉ ସାଧୁଛି | ଜଳଭଣ୍ଡାର ପାଇଁ  ଜମି ଭିଟାମାଟି ହରାଇ ବିସ୍ଥାପିତ ହୋଇଥିବା ଚାଷୀଙ୍କ ପାଇଁ ସରକାର କୌଣସି ସୁବିଧା କରିନାହାନ୍ତି | ଏବେ ଚାଷକୁ କମ ପାଣି ଦିଆଯାଇ ଶିଳ୍ପ ସଂସ୍ଥାକୁ ଅଧିକ ପାଣି ଦିଆଯାଉଛି  | ସରକାରଙ୍କ ସବୁବେଳେ କମ୍ପାନୀ ପୀରତି " 

0
0
0
s2sdefault