ହେଡଲାଇନସ୍:

ତେଲ ପାଇଁ କଂଗ୍ରେସ ଓ ବାମପନ୍ଥିଙ୍କ ଭାରତ ବନ୍ଦ ଡ଼ାକରାକୁ ଅଦ୍ଭୂତପୂର୍ବ ଜନସମର୍ଥନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବନ୍ଦରେ ସାମିଲ ହେଲେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା

ବାରିପଦା(ଦିଲ୍ଲୀପ ମହାନ୍ତି ) - ଦିନକୁ ଦିନ ବୃଦ୍ଧି ପାଉଛି ତେଲ ତାତି । ତେଲ ଦର ଲଗାମଛଡ଼ା ହୋଇଯାଇଛି । ଭାରତୀୟ ବଜାରରେ ପ୍ରାୟତଃ ପ୍ରତ୍ୟେକ ଦିନ ବୃଦ୍ଧି ପାଇବାରେ ଲାଗିଛି ପେଟ୍ରୋଲ ଓ ଡ଼ିଜେଲର ମୂଲ୍ୟ । ପରିସ୍ଥିତି ଏବେ ଅଭଆୟତ । ଗ୍ରାହକମାନଙ୍କ ଉପରେ ପଡ଼ିଲାଣି ଚଡ଼କ । କେନ୍ଦ୍ର ତୈଳ ମନ୍ତ୍ରାଣାଳୟର ତୃଟିପୂର୍ଣ୍ଣ ନିଷ୍ପତ୍ତି ଏବଂ ଜନବିରୋଧୀ ମନୋଭାବ ଯୋଗୁଁ  ବାରମ୍ବାର ଓ କ୍ରମାଗତ ଭାବେ ତୈଳ ସହିତ ପେଟ୍ରୋଲିଅମ ଜାତ ପଦାର୍ଥଗୁଡ଼ିକର ମୂଲ୍ୟ ହୁ ହୁ ହୋଇ ବୃଦ୍ଧି ପାଇଆସୁଛି ।  ଏହାର କୁପ୍ରଭାବ ସିଧାସଳଖ ଭାବେ ବଜାର ମୂଲ୍ୟକୁ ପ୍ରଭାବିତ କରାଇଛି ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଗୁଡ଼ିକର ମୂଲ୍ୟ ମଧ୍ୟ ବୃଦ୍ଧିପାଇବାରେ ଲାଗିଛି । ଫଳରେ ଗରୀବ, ଖଟିଖିଆ, ଦିନମଜୁରୀଆ ଓ ମଧ୍ୟବିତ୍ତ ଶ୍ରେଣୀର ଜନସାଧାରଣ ତ୍ରାହିତ୍ରାହି ଡ଼ାକଛାଡ଼ିଲେଣି । କେନ୍ଦ୍ର ସରକାର ଗତ ୪ବର୍ଷ ମଧ୍ୟରେ ୧୨ ଥର କେନ୍ଦ୍ରୀୟ ଉପôାଦ ଶୁଳ୍କ ବୃଦ୍ଧି କରି ପୋଟ୍ରୋଲ ଉପରେ ପ୍ରାୟ ଶହେ ପ୍ରତିଶତ ଓ ଡିଜେଲ ଉପରେ ପ୍ରାୟ ୫ଶହ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛନ୍ତି  । ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୁଲ୍ୟ ହ୍ରାସ ପାଉଥିବା ବେଳେ ଭାରତରେ ତୈଳର ମୂଲ୍ୟ ହ୍ରାସ ପାଇବା ବଦଳରେ ବୃଦ୍ଧି ପାଇ ଏକ ନୂଆ ଜାତୀୟ ରେକଡର଼୍ ସୃଷ୍ଟି କରାଇଛି । ତୈଳର ଏହି ପ୍ରକାରର ମୂଲ୍ୟବୃଦ୍ଧିକୁ ମୋଗଲ ସମ୍ରାଟ ଆଉରଙ୍ଗଜେବଙ୍କ ଜିଜିଆ କର ସହିତ ତୁଳନା କରିଛି ବାମପନ୍ଥି ସଙ୍ଗଠନଗୁଡ଼ିକ । ଖାଉଟିମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ କେନ୍ଦ୍ର ସରକାର ଯେଉଁ ଅପରାଧ କରିଛନ୍ତି, ତାହା ବିରୋଧରେ ପୁଞ୍ଜିଭୁତ ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିବାକୁ ବସିଛି । କେନ୍ଦ୍ର ସରକାରଙ୍କର ଏହି ପ୍ରକାରର ଟିକସ ଜାଲରେ ସାଧାରଣ ଖାଉଟି ଛନ୍ଦି ହୋଇ ହନ୍ତସନ୍ତ ହେଉଛନ୍ତି । ୨୦୧୪ ମଇ ୧୬ରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳଦର ବେରେଲ ପିଛା ୧୦୭.୦୯ ଡ଼ଲାର ରହିଥିବା ବେଳେ ଭାରତୀୟ ବଜାରରେ ପେଟ୍ରୋଲ ସର୍ବାଧିକ ୭୧.୪୧ ପଇସା ଓ ଡ଼ିଜେଲ ଲିଟର ୫୫.୪୯ପଇସାରେ ବିକ୍ରି ହେଉଥିଲା । କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଥିବା ସମୟରେ ଭାରତୀୟ ବଜାରରେ ତୈଳର ମୂଲ୍ୟ ହ୍ରାସ ପାଇବା ବଦଳରେ କ୍ରମାଗତ ବୃଦ୍ଧି ପାଉଛି । ବର୍ତ୍ତମାନ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୭୭ ଡ଼ଲାର ରହିଛି ଓ ଭାରତୀୟ ବଜାରରେ ପେଟ୍ରୋଲ ଲିଟର ପିଛା ସର୍ବାଧିକ ୮୭.୮୯ ଓ ଡ଼ିଜେଲ ୭୬.୫୧ ପଇସାରେ ପହଁଞ୍ଚି ଯାଇଛି ବୋଲି କଂଗ୍ରେସର ମୟୂରଭଞ୍ଜ  ଜିଲ୍ଲା ସଭାପତି ହେମନ୍ତ ଦାସ କହିଛନ୍ତି ।  ତୈଳଦର ବୃଦ୍ଧିକୁ ନେଇ ଏହି ଭାରତ ବନ୍ଦ ଡ଼ାକରାକୁ ଓ କରାଇବା ନିମନ୍ତେ ଆଜି ମୟୂରଭଞ୍ଜ ଜିଲ୍ଲା ସଭାପତି ଶ୍ରୀଦାସଙ୍କ ନେତୃତ୍ୱ ଓ ପୂର୍ବତନ ସାଂସଦ ସୁଶୀଳା ତିରିଆ, ଜିଲା କୋଷାଧକ୍ଷ ବିଜନ ଦାସ, ଯୁବ ସଭାପତି ରାକେଶ ସିଂ, ରାଜ୍ୟ ସମ୍ପାଦକ ଯୁଗେଶ ଅଗ୍ରୱାଲା, ଶ୍ୟାମ ସୁନ୍ଦର ହାଁସଦାଃ, ଜ୍ୟୋତିପ୍ରକାଶ ରଥ, ସ୍ୱରୂପ ମିଶ୍ର, ପୂର୍ବତନ ମନ୍ତ୍ରୀ ସ୍ୱରସ୍ୱତୀ ହେମ୍ବ୍ରମ , ଜିଲା କାର୍ଯ୍ୟକାରୀ ସଭାପତି ଲକ୍ଷ୍ମଣ ମାଝୀ , ରାଜ୍ୟ କଂଗ୍ରେସ ସଂପାଦକ ନିରୋଜ ଲୋଚନ ଦାଶ , ଜିଲା ମହିଳା କଂଗ୍ରେସ ସଭାପତି ସୁସ୍ମୀତା ଘୋଷାଲ , ଉପସଭାପତି ଅରବିନ୍ଦ ଦାଶ ,  ଅଜୟ ମହାପାତ୍ର , ସୁଦୀପ ମନ୍ତ୍ରୀ , ପ୍ରଦୀପ ଦାସ , ବିକାଶ ମହାଭୋଇ, ପ୍ରତିଭା ମିଶ୍ର , ଆଶିଷ କୁମାର ବାରିକ ପ୍ରମୁଖଙ୍କ ସହଯୋଗରେ ଶତାଧିକ ମହିଳା ଓ ପୁରୁଷ ସକାଳ ୬ରୁ ୧୮ ନମ୍ବର ରାଜପଥରେ ପିକେଟିଂ ଆରମ୍ଭ କରି ଗାଡ଼ିମୋଟର ଚଳାଚଳକୁ ବନ୍ଦ କରାଇଥିଲେ । ସେହିପରି ପୂର୍ବାହ୍ନ ୯ରୁ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଫାଟକକୁ ବନ୍ଦ କରିଦେବା ଫଳରେ କର୍ମଚାରୀମାନେ ଭିତରକୁ ପ୍ରବେଶ କରି ନ ପାରି ଫେରିଯାଇଥିଲେ । କୋର୍ଟର ଫାଟକ ନିକଟରୁ ବିଚାରପତିମାନେ ଫେରିଯାଇଥିଲେ । ସେହିପରି ବାମପନ୍ଥି ସଂଗଠନ ସିପିଏମ, ସିପିଆଇ ଓ ଫରୱାଡର଼୍ ବ୍ଲକ ସହିତ ସିଟୁ ଆଦି ବାମପନ୍ଥି ସଂଗଠନ ପକ୍ଷରୁ ମଧ୍ୟ ଭାରତ ବନ୍ଦ ଡ଼ାକରା ଦିଆଯାଇଥିଲା । ସିପିଏମ ନେତା ଆଇନଜୀବୀ କମ୍ରେଡ଼ ରବି ଗୋସ୍ୱାମୀଙ୍କ ନେତୃତ୍ୱରେ ଅମଲ ଦେ, ବସନ୍ତ ପଣ୍ଡା, ଅକ୍ଷୟ ଖୁଣ୍ଟିଆ,  ଶକ୍ତିପଦ ସାହୁ, କାହ୍ନୁ ଦେହୁରୀ, ସଞ୍ଜୟ ଜେନା, କ୍ଷିତୀଶ ସାସମଲ, ଜଗବନ୍ଧୁ ମିଶ୍ର, ମହେଶ୍ୱର ବେହେରା, କାହ୍ନୁ ବେହେରା, ସାଇରା ଖାତୁନ, ମଞ୍ଜୁଲତା ମହାନ୍ତ, ଗେହ୍ଲି ମହାନ୍ତ, ରାଣୀ ମହାନ୍ତ, ପ୍ରସନ୍ନ ବିନ୍ଧାଣି, ଉଜାଲା ବିବି, ଶୁଭାସିନୀ ବିନ୍ଧାଣୀ  ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ବାରିପଦା ସହରର ବିଭିନ୍ନ ସ୍ଥାନମାନଙ୍କରେ ପିକେଟିଂ ଆରମ୍ଭ କରିଥିଲେ । ବନ୍ଦକୁ ସମର୍ଥନ ଦେଇଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର କେନ୍ଦ୍ରିୟ କମିଟି ସଦସ୍ୟ କଳିଙ୍ଗ କେଶରୀ ଜେନାଙ୍କ ନେତୃତ୍ୱ ଓ ଜିଲ୍ଲାସଭପତି ଫାଗୁ ହାଁସଦାଃ, ଦାସ ମାର୍ଣ୍ଡି, ନିମାଇଁ ତ୍ରିପାଠୀ, ଯୁବ ସଭାପତି ପିଣ୍ଟୁ ମାଇତି, ରାକେଶ ବେହେରା, ଅଭିଶେକ ଦାସ, ଅଭିଶେକ ବେହେରା, କାମ ହେମ୍ବ୍ରମ, ବାଘରାୟ ମାର୍ଣ୍ଡି, ଜ୍ଞାନରଞ୍ଜନ ପଟ୍ଟନାୟକ, ଶଙ୍କର ପ୍ରସାଦ ମୁର୍ମୁ, ସାଉନା ମୁର୍ମୁ ପ୍ରମୁଖଙ୍କ ସହେଯାଗରେ ଶତାଧିକ ମହିଳା ଓ ପୁରୁଷ ରାଜପଥ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, କୋର୍ଟ ସମ୍ମୁଖରେ ପିକେଟିଂ ଆରମ୍ଭ କରିଥିଲେ । ଆଜିର ଏହି ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପୂର୍ଣ୍ଣ ସଫଳ ହୋଇଛି ଏବଂ ଜନସାଧାରଣ ବନ୍ଦକୁ ସ୍ୱତ୍ତଃପ୍ରବୃତ୍ତ ଭାବେ ସମର୍ଥନ ଦେଇଥିବାର କଂଗ୍ରେସ, ବାମପନ୍ଥି ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଦାବି କରାଯାଇଛି । ବନ୍ଦ ପାଳନ ସମୟରେ ସହରରେ କୌଣସି ସ୍ଥାନରେ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇ ନ ଥିବାର ଜଣାପଡ଼ିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ବିଭିନ୍ନ ସ୍ଥାନରେ ବ୍ୟାପକ ପୁଲିସ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିଲା ।

 

0
0
0
s2sdefault