ହେଡଲାଇନସ୍:

ତୁଷୁରାରେ ମୁଁ ହିରୋ, ମୁଁ ଓଡିଶା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଟିଟିଲାଗଡ଼(ସୁନୀଲ ବେହେରା) ତୁଷୁରା ସ୍ଥିତ ଗୋରୁ ବଜାର ପଡିଆରେ ଶନିବାର ବିଜୁ ଯୁବବାହିନୀ ପକ୍ଷରୁ ମୁଁ ହିରୋ, ମୁଁ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏଥିରେ ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ, ଗୁଡଭେଲା ବ୍ଳକ ବିଡିଓ ରାମବିଳାଶ ମଙ୍ଗରାଜ, ଏନଏସି ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଆଦି ମଞ୍ଚାସୀନ ଥିଲେ । ମୁଁ ହିରୋ, ମୁଁ ଓଡିଶା ଉପରେ ଏକ ସଚେଚନତା ନାଟକ ହୋଇଥିବା ବେଳେ କଲେଜର ଛାତ୍ରୀ ଛାତ୍ର ଉପସ୍ଥିତ ଥିଲେ । ପରେ ତୁଷୁରା-ବଲାଙ୍ଗର ରାସ୍ତାସ୍ଥିତ ମହୀପୁରଠାରେ ନୂତନଭାବେ ନିର୍ମିତ ହୋଇଥିବା ସ୍ୱାଗତ ତୋରଣ ଗେଟକୁ  ଟିଟିଲାଗଡ଼ ବିଧାୟିକା ଶ୍ରୀମତୀ ଟୁକୁନି ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନଏସି ଅଧ୍ୟକ୍ଷା ଭାଗ୍ୟଶ୍ରୀ ନାଗ,ଉପାଧ୍ୟକ୍ଷ ଦିନଦୟାଲ ଶର୍ମା,ନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ,ଜେଇ ସନ୍ତୋଷ ବେହେରା,ନିରୋଦ ନାଗ ପ୍ରମୁଖ ଉପସ୍ଥିତ ଥିଲେ ।   

 

 

0
0
0
s2sdefault