ବଲାଙ୍ଗିର/ନିରୋଜ ମିଶ୍ର - ବଲାଙ୍ଗିର ବିଜୁଯୁବ ବାହିନୀ ଅନୁକୁଲ୍ୟରେ ଜିଲ୍ଲା ସଂଯୋଜକ ରାଜେନ୍ଦ୍ର ଝାଙ୍କର ଙ୍କ ସଂଯୋଜନାରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ରାଜେନ୍ଦ୍ର ଶ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୌରାଧ୍ୟକ୍ଷା ସନ୍ତୋସିନି ବେହେରା, ଅନ୍ୟତମ ସମ୍ମାନୀତ ଅତିଥି ମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ଗୋଲାପ ବାଗ, ମୁନିସିପାଲିଟି ର ଇ.ଓ. ବିପିନ ବିହାରି ଦୀପ, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ରାଜେନ୍ଦ୍ର ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାପାତ୍ର, ସଦର ବ୍ଲକର ପଞ୍ଚାୟତ ଅଫିସର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜେନ୍ଦ୍ର କଲେଜ ଛାତ୍ର ସଂସଦର ସଭାପତି ସୁମନ କୁମାର ନନ୍ଦ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍, ବିଜୁ ଯୁବ୍ବାହିନୀ ସଂଯୋଜକ ରାଜେନ୍ଦ୍ର ଝାଙ୍କର, ଥବିର କାଲସାଏ, ବଂଶିଧର ମେହେର, ପ୍ରଶାନ୍ତ କୁମାର ପଣ୍ଡା, ପ୍ରମୁଖ ଯୋଗ ଦେଇଥିଲେ । ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ପ୍ରକାଶ ବଢେଇ, ପ୍ରମୋଦ ସେଠ, ଅଭିମନ୍ୟୁ ବଗର୍ତ୍ତି, ରହିମ ନାଗ, ରିଶ୍ମା କୁରାରୀ ଦଳବେହେରା ଏବଂ ବିକାଶ ପ୍ରଧାନଙ୍କୁ ସମ୍ମନୀତ କରାଯାଇଥିଲା । ତାପରେ ଛାତ୍ର ଛାର୍ତୀ ମାନଙ୍କୁ ନେଇ ବିଭିନ୍ନ କାର୍ଯକ୍ରମରେ ୩୫୦ ଛାତ୍ର ଛାତ୍ରୀ ଓ ୨୦୦ ବିଜୁ ଯୁବ ବାହିନୀର ସଭ୍ୟ ସଭ୍ୟା ଯୋଗଦାନ ଦେଇଥିଲେ ।
ରାଜ୍ୟ
ବିଜୁଯୁବ ବାହିନୀ ତରଫରୁ ରାଜେନ୍ଦ୍ର ମହାବିଦ୍ୟାଳୟରେ ମୁଁ ହିରୋ ମୁଁ ଓଡିଶା କାର୍ଯ୍ୟକ୍ରମ
- Hits: 454
