ହେଡଲାଇନସ୍:

କଳିଙ୍ଗ ହସ୍ପିଟାଲ୍ ପକ୍ଷରୁ ଉତ୍କଳ ଦିବସ ମହାସମାରୋହରେ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳିଙ୍ଗ ହସ୍ପିଟାଲରେ ୨୦ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିବା ୮୦ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୂବନେଶ୍ୱର : ଓଡିଶାର ସର୍ବପୁରାତନ କର୍ପୋରେଟ୍ ହସ୍ପିଟାଲ୍ ଭାବେ ଖ୍ୟାତି ଅର୍ଜନ କରିଆସିଥିବା କଳିଙ୍ଗ ହସ୍ପିଟାଲ ଭୂବନେଶ୍ୱର ପକ୍ଷରୁ ଭବ୍ୟ ସମାରୋହ ସହିତ ଉତ୍କଳ ଦିବସ ପାଳନ ହୋଇଛି । ଏହି ସମାରୋହରେ ଓଡିଶାର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷମାନେ ଅଂଶଗ୍ରହଣ କରି ଓଡିଶାର କଳା, ଐତିହ ତଥା ଦୀର୍ଘବର୍ଷ ଧରି କଳିଙ୍ଗ ହସ୍ପିଟାଲ୍ ତଥା ପଡୋଶୀ ରାଜ୍ୟର ଜନସାଧାରଣମାନଙ୍କୁ ସୁଲଭ ମୂଲ୍ୟରେ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ କରିବାରେ ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ । ଓଡିଶାର ପ୍ରଖ୍ୟାତ ପ୍ରଶାସକ ଓ ଲେଖକ ଶ୍ରୀଯୁକ୍ତ ସହଦେବ ସାହୁ, ପୂର୍ବତନ ବିଚାରପତି ଓଡିଶା ଉଚ୍ଚ ନ୍ୟାୟାଳୟ ଜଷ୍ଟିସ ଚୌଧୁରୀ ପ୍ରତାପ କେଶରୀ ମିଶ୍ର ଏବଂ ଆଧ୍ୟାତ୍ମିକଗୁରୁ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେଯୋଗ ଦେଇଥିଲେ ।
ବିଶ୍ୱବିଖ୍ୟାତ ବୈଜ୍ଞାନିକ ତଥା କଳିଙ୍ଗ ହସ୍ପିଟାଲ୍ ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାସ୍ ନୂତନ ଭାବରେ କଳିଙ୍ଗ ହସ୍ପିଟାଲ୍ ପରିଚାଳନା କରିବାକୁ ବଦ୍ଧ ପରିକର ବୋଲି ଦୃଢୋକ୍ତି ପ୍ରକାଶ କରିବା ସହ ଦୀର୍ଘତିନି ଦଶନ୍ଧିରୁ ଉଦ୍ଧ୍ୱ ର୍ସମୟ ଧରି ଓଡିଶାର ଲୋକମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା କଳିଙ୍ଗ ହସ୍ପିଟାଲ୍ ଆଗମୀଦିନରେ ସୁଲଭ ମୂଲ୍ୟରେ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଦାୟିତ୍ୱବୋଧକୁ ଉନ୍ନତ ରୁ ଉନ୍ନତତର କାଟିବା ପାଇଁ ପ୍ରତିବଦ୍ଧତା ପ୍ରତିପାଦନ କରିଥିଲେ । ଓଡିଶାର ଚମତ୍କାର କଳା, ସ୍ଥାପତ୍ୟ ଓ ଐତିହ୍ୟ ଉପରେ ମଧ୍ୟ ଅଧ୍ୟକ୍ଷ ଶ୍ରୀ ଦାଶ ଆଲୋକପାତ କରିଥିଲେ |
କଳିଙ୍ଗ ହସ୍ପିଟାଲର କୋଡିଏ ବର୍ଷରୁ ଉର୍ଧ୍ଵ କର୍ମଚାରୀଙ୍କ ଦ୍ୱାରା ନିରନ୍ତରସେବାକୁ ପ୍ରୋତ୍ସାହନ ଦେବା ପାଇଁ, କଳିଙ୍ଗ ହସ୍ପିଟାଲ ସେବା ପୁରସ୍କାର ସମାରୋହର ଆୟୋଜନ ହୋଇଥିଲା । କଳିଙ୍ଗ ହସ୍ପିଟାଲ ର ୮୦ରୁ ଉଦ୍ଧ୍ୱର୍ଡାକ୍ତର, ନର୍ସ ଓ କର୍ମଚାରୀମାନେ ୨୦ ବର୍ଷରୁ ଅଧିକ ଅନବରତ ସେବା ପ୍ରଦାନ କରିଥିବା ହେତୁ ସମ୍ବର୍ଦ୍ଧିତ ହେଲେ ।
""କଳିଙ୍ଗ ହସ୍ପିଟାଲରେ ଦୀର୍ଘ ଦିନ ଧରି ଅନବରତ ସେବା ପ୍ରଦାନ ପାଇଁ ଏହି ପୁରସ୍କାର ଉତ୍ସବର ଆୟୋଜନ କରାଯାଇଥିଲା ।କର୍ମଚାରୀମାନଙ୍କର କଠିନ ପରିଶ୍ରମ, ପ୍ରତିବଦ୍ଧତା ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ପୁରସ୍କାର କର୍ମଚାରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପ୍ରେରଣା ଯୋଗାଇବ'' ବୋଲି କହିଛନ୍ତି କଳିଙ୍ଗହସ୍ପିଟାଲ୍ ଲିମିଟେଡ୍ ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ନୀଲାଞ୍ଜନା ମୁଖେର୍ଜୀ।

0
0
0
s2sdefault