ହେଡଲାଇନସ୍:

ବାଲୁଗାଁ ଏନଏସି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଣପୁର/ଖୋର୍ଦ୍ଧା:-(ସେକ୍ କୌସର)ଆଜି ବାଲୁଗାଁ ଏନଏସି ପକ୍ଷରୁ ପବିତ୍ର ଉତ୍କଳ ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଏନଏସି ଅଧ୍ୟକ୍ଷା ଶ୍ରୀମତୀ ସୁକାନ୍ତି ପାଇକରାୟ ଯୋଗ ଦେଇଥବା ବେଳେ ଉପାଧ୍ୟକ୍ଷ ଶ୍ରୀ ଭଗବାନ ପ୍ରଧାନ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀମତୀ ଅନିତା ସ୍ୱାଇଁ, ବିଜେଡି ଉପସଭାପତି ଶ୍ରୀ ଗଣେଶ ପ୍ରଧାନ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, ଡିଜିଟାଲ ସେକ୍ରେଟାରୀ ଶ୍ରୀ ବଟକୃଷ୍ଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ସମସ୍ତ ଏନଏସି କର୍ମଚାରୀ,ବାଲୁଗାଁ ଏନଏସି ବିଜେଡି ର କର୍ମୀ, ନାରୀ ନେତ୍ରୀ ମାନଙ୍କ ଗହବାରେ ଏନଏସି କାର୍ଯ୍ୟାଳୟ ଠାରେ ଉତ୍କଳ ଦିବସ ପାଳନ କରିବା ପରେ ଅତିଥି ବୃନ୍ଦ ଚାଲି ଚାଲି ଗାନ୍ଧିଛକ ଠାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଂଚି ପୁଷ୍ପ ମାଲ୍ୟ ପ୍ରଦାନ କରିବା ସହ ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଥିବା ଉତ୍କଳ ର ମହାପୁରୁଷ ମାନଙ୍କ ପ୍ରତିକୃତିରେ ପୁଷ୍ପ ମାଳ ଦେଇଥିଲେ |ତା ପରେ ଅଧ୍ୟକ୍ଷା ଶ୍ରୀମତୀ ପାଇକରାୟ ବାଲୁଗାଁ ଚିଲିକା କୁଳ ଠାରେ ଥିବା ସରକାରୀ ବାଳିକା ବିଦ୍ୟାଳୟ ରେ ପାଳନ ହେଉ ଥିବା ଉତ୍କଳ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ବକ୍ତବ୍ୟ ରଖୁବ ସହ ଶେଷରେ ଜରା ନିବାସ ରେ ବୃଦ୍ଧ ବୃଦ୍ଧାଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ | ଏ ଅବସରରେ ତାଙ୍କର ସୁବିଧା ଅସୁବିଧା ପଚାରି ବୁଝିବା ସହ ବିଦ୍ୟାଳୟ ମାନଙ୍କ ଉନ୍ନତି ବିଷୟରେ ଆଲୋଚନା କରିଥିଲେ |

0
0
0
s2sdefault