ହେଡଲାଇନସ୍:

ଉତ୍କଳ ସମ୍ମିଳନୀ,ନବରଙ୍ଗପୁର ଶାଖା ତରଫରୁ ୮୮ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର/ଅଶୋକ ସାହୁ-.ସ୍ଥାନୀୟ ସାଇ କେୟାର ଏଜୁକେସନ ସମ୍ମିଳନୀ କକ୍ଷ ରେ ଉତ୍କଳ ସମ୍ମିଳନୀ, ନବରଙ୍ଗପୁର ଶାଖା ତରଫରୁ ୮୮ ତମ ଓଡିଶା ଦିବସ ତଥା ଉତ୍କଳ ଦିବସ ପାଳନ କରାଯାଇଅଛି ।
ଉତ୍କଳୀୟ ପରମ୍ପରା ଅନୁଯାୟୀ ପୁଜ୍ୟପୁଜା ସହପ୍ରଦୀପ ପ୍ରଜ୍ବଳନ ତଥା ଦିବଙ୍ଗତ ଉତ୍କଳ ର ବୀରପୁତ୍ର ଯେଉଁ ମାନଙ୍କ ତ୍ୟାଗରେ ଓଡିଶା ପ୍ରଦେଶ ଗଠନରେ ମୁଖ୍ଯ ଭୁମିକା ଥିଲା ସେମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।
ଉତ୍କଳ ସମ୍ମିଳନୀ, ନବରଙ୍ଗପୁର ଶାଖା ର ବରିଷ୍ଠ ସଦସ୍ଯ ଶ୍ରୀ ଅଶୋକ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ, ବରିଷ୍ଠ ସମାଜସେବୀ ତଥା ସଦସ୍ଯ ଶ୍ରୀ ବିଜୟ କୁମାର ଚୌଧୁରୀ , ସଂଗଠକ ଶ୍ରୀ ଗଣେଶ ଦାସ, ଆକାଶ ବାଣୀ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମିଶ୍ର, ପି ରବି କାନ୍ତ ରଘୁରାମ, ଶ୍ରୀମତି ମନରମା ମହାପାତ୍ର,ପ୍ରଦୀପ କୁମାର ନନ୍ଦ, ପ୍ରମୁଖ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର ଅତିଥି ମାନଙ୍କ ମଧ୍ୟରେ କର୍ମକାଣ୍ଡ ବିଶାରତ ତଥା ଜ୍ୟୋତିଷ ଶାସ୍ତ୍ର ପଣ୍ଡିତ ଶରତ ଚନ୍ଦ୍ର ତ୍ରିପାଠୀ, ପୁରପଲ୍ଲୀ ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପଣ୍ଡା,ପ୍ରାକ୍ତନ ଏକାଡେମୀ ସଦସ୍ୟା ଶ୍ରୀମତି ଜେନାମଣି ବିଷୋୟୀ, ସଂପାଦକ ତଥା ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ସୁର୍ଯ୍ୟ ନାରାୟଣ ତ୍ରିପାଠୀ,ସଂପାଦକ ,ଭାଗିରଥି ସ୍ମୃତି ସଂସଦ ତଥା ବରିଷ୍ଠ ଆଇନ ଜୀବୀ ଶ୍ରୀଯୁକ୍ତ ରାମ ପ୍ରସାଦ ପାତ୍ର, ଓଡିଶା ରାଜସ୍ଵ ଅମଲା ସଂଘ ର ରାଜ୍ଯ ସଭାପତି ତଥା ବରିଷ୍ଠ ସଂଗଠକ ଶ୍ରୀଯୁକ୍ତ ତ୍ରିପତି ବାଲାଜୀ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଅନ୍ଯାନ୍ଯ ଅତିଥି ମାନଙ୍କ ମଧ୍ୟରେ କନ୍ୟା ସଂଗଠନର ଆବାହକ ପ୍ରଭଞ୍ଜନ ତ୍ରିପାଠୀ,ସ୍ବର୍ଣଲତା ପଟ୍ଟନାୟକ,ଜାହ୍ନବୀ ପଣ୍ଡା, ବାସନ୍ତି ଜେନା,ବିଷ୍ଣୁ ପ୍ରିୟା କର ସୁଧାରି ପଟ୍ଟନାୟକ,ଅଧ୍ୟାପିକା ସ୍ବପ୍ନା ମହାନ୍ତି ,ଶ୍ରୀ ସର୍ବେଶ୍ୱର ତ୍ରିପାଠୀ, ସୁବ୍ତ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।
ଉତ୍କଳ ସମ୍ମିଳନୀ ର ଜିଲ୍ଲା ସଂପାଦକ ଦୁର୍ଗା ପ୍ରସାଦ ପାଢୀ, କାର୍ଯ୍ୟକ୍ରମ ପୌରହିତ୍ଯ କରିଥିଲା ବେଳେ ଶ୍ରୀ ରତିକାନ୍ତ ଦୁବେ ମଂଚ ପରିଚାଳନା କରିଥିଲେ। ଏହି ସମ୍ମିଳନୀ କକ୍ଷରେ ପ୍ରତ୍ୟେକଙ୍କ ଭାବ ଓଡ଼ିଆ ଭାଷା ସଂସ୍କୃତି ତଥା ଆଂଚଳିକତାର ବିସ୍ତାର , ପ୍ରଚାର ପ୍ରସାର କୁ ଧ୍ୟାନ ଦିଆଯାଇଥିଲା।

0
0
0
s2sdefault