ହେଡଲାଇନସ୍:

ଝାରସୁଗୁଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆଦିଲ୍ଲୀ : ଝାରସୁଗୁଡ଼ା ବିଧାନସଭା ଆସନ ଉପନିର୍ବାଚନ ପାଇଁ ବାଜିଲା ବିଗୁଲ | ଘୋଷଣା ହୋଇଛି ଉପନିର୍ବାଚନ ତାରିଖ । ମେ’ ୧୦ରେ ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ମେ’ ୧୩ରେ ଭୋଟଗଣତି ହୋଇ ଫଳ ଘୋଷଣା ହେବ । ସେହିପରି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ତାରିଖ ଏବଂ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ |
ଘୋଷଣା ଅନୁଯାୟୀ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏପ୍ରିଲ୍ ୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ । ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୨୪ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ମେ’ ୧୦ ରେ ଭୋଟ ଗ୍ରହଣ ହୋଇ ୧୩ ତାରିଖରେ ଫଳ ଘୋଷଣା ହେବ ।
ଜାନୁଆରୀ ୨୯ ତାରିଖରେ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଆଭାବନିୟ ମୃତ୍ୟୁ ପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡ଼ିଛି ।
ସେହିପରି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ମେ’ ୧୦ ରେ ନିର୍ବାଚନ ଅନୁଷ୍ଠିତ ହେବ । ମେ’ ୧୩ ତାରିଖରେ ଫଳ ଘୋଷଣା ହେବ ।କାର୍ଯ୍ୟସୂଚୀ ଅନୁଯାୟୀ, ଏପ୍ରିଲ୍ ୧୩ ରେ ବିଜ୍ଞପ୍ତି ପ୍ରକାଶ ପାଇବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ୨୧ ତାରିଖରେ ନାମାଙ୍କନପତ୍ର ଯାଞ୍ଚ ଏବଂ ୨୪ ତାରିଖରେ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରଖାଯାଇଛି ।

0
0
0
s2sdefault