ହେଡଲାଇନସ୍:

କିଏ ହେଲେ କେଉଁ ସମବାୟ ସଂସ୍ଥାର ମୁଖିଆ , ଦେଖନ୍ତୁ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ସବୁ ସଂସ୍ଥାର ଅଧ୍ୟକ୍ଷ ପଦ ପୋଛି ନେଲା ବିଜେଡି 

ଭୁୁବନେଶ୍ୱର: ସବୁ ଜିଲ୍ଲା ପରିଷଦ, ସଂଖ୍ୟାଧିକ ପୌରସଂସ୍ଥା ଦଖଲ କଲାପରେ ଆଉ ଏକ ରାଜନୈତିକ ସଫଳତା ହାସଲ କରିଛି ବିଜେଡି | ନିକଟରେ ଅନୁଷ୍ଠିତ ହୋଇଥିବା ରାଜ୍ୟର ୧୫ ଟି ଯାକ ଶୀର୍ଷ ସମବାୟ ନିର୍ବାଚନରେ ବି ସବୁ ସଂସ୍ଥାର ଅଧ୍ୟକ୍ଷ ପଦ ପୋଛି ନେଇଛି ବିଜେଡି | ନିର୍ବାଚନରେ ବିଜେଡି ମନୋନୀତ ପ୍ରାର୍ଥୀମାନେ ବିଜୟ ଲାଭ କରିଛନ୍ତି । ଦଳର ଏ ଅପୂର୍ବ ସଫଳତା ପରିପ୍ରେକ୍ଷୀରେ ଖୁସି ବ୍ୟକ୍ତ କରିଛନ୍ତି ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ସମବାୟ ସଂସ୍ଥାର ଉନ୍ନତି ପାଇଁ ଆମ ସରକାର ଉତ୍ସର୍ଗୀକୃତ । ଆଗାମୀ ଦିନରେ ସମବାୟ ସଂସ୍ଥା ଆହୁରି ଉତ୍କର୍ଷତା ହାସଲ ଦିଗରେ ଅଗ୍ରସର ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏ ନେଇ ଭିଜନ୍ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯାଇଛି ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ଶ୍ରୀ ନାୟକ ।
କିଏ କେଉଁ ସଂସ୍ଥାର ଅଧ୍ୟକ୍ଷ
୧. ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ବ୍ୟାଙ୍କ ଲି.(ଓଏସସିବି)- ଟି ପ୍ରସାଦ ରାଓ ଦୋରା
୨. ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ମାର୍କେଟିଂ ଫେଡେରେସନ୍ ଲି. (ଓଏସସିଏମଏଫ)- କବିତା ମଞ୍ଜରୀ ପରିଡ଼ା
୩. ଓଡ଼ିଶା ଷ୍ଟେଟ୍ କୋଅପରେଟିଭ ହାଉସିଂ କର୍ପୋରେସନ୍ ଲି.- ବିଶ୍ୱରଞ୍ଜନ ମହାନ୍ତି
୪. ଓଡ଼ିଶା କଂଜୁମର କୋପରେଟିଭ ଫେଡେରେସନ୍ ଲି.(ଓସିସିଏଫ)- ପ୍ରତାପ ଚନ୍ଦ୍ର ଧଳ
୫. ଓଡ଼ିଶା ଫେଡେରେସନ୍ ଅଫ ଅର୍ବାନ କୋଅପରେଟିଭ ବ୍ୟାଙ୍କସ ଆଣ୍ଡ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟ୍- ମହେନ୍ଦ୍ର କୁମାର ନାୟକ
୬. ଓଡ଼ିଶା ଷ୍ଟେଟ୍ ହାଣ୍ଡଲୁମ ୱିଭର୍ସ କୋଅପରେଟିଭ କୋଅପରେଟିଭ୍ ସୋସାଇଟି ଲି.(ବୟନିକା)- ପ୍ରକାଶ ଚନ୍ଦ୍ର ମେହେର
୭. ଓଡ଼ିଶା କୋଅପରେଟିଭ ଟସର୍ ଆଣ୍ଡ ସିଲ୍କ ଫେଡେରେସନ୍ ଲି.(ସେରିଫେଡ୍)- ଭାଗିରଥୀ ନନ୍ଦ
୮. ଓଡ଼ିଶା ଷ୍ଟେଟ୍ କୋଅପରେଟିଭ୍ ହାଣ୍ଡିକ୍ରାଫ୍ଟସ୍ କର୍ପୋରେସନ୍ ଲି.(ଉକ୍ରଳିକା)- ଦେବସ୍ମିତା ସାହୁ
୯. ଓଡ଼ିଶା ଫିସେରିଜ୍ କୋଅପରେଟିଭ କର୍ପୋରେସନ୍ ଲି.(ଫିସଫେଡ୍)- ସସ୍ମିତା ରାଉତ
୧୦. ଓପୋଲୋଫେଡ୍- ଭୋଳେଶ୍ୱର ସ୍ୱାଇଁ
୧୧. ଓମଫେଡ୍- କିଶୋର ଚନ୍ଦ୍ର ପ୍ରଧାନୀ
୧୨. ଓଡ଼ିଶା କୋଅପରେଟିଭ୍ କଏର୍ କର୍ପୋରେସନ୍ ଲି- ଗୋପୀନାଥ ମିଶ୍ର
୧୩. ଟିଡିସିସି- ଚାମେଲି ଓରାମ୍
୧୪. ଓଡ଼ିଶା ଏସସି ଆଣ୍ଡ ଏସଟି ଡେଭେଲପମେଣ୍ଟ ଫାଇନାନ୍ସ କୋଅପରେଟିଭ କର୍ପୋରେସନ୍- ଆଶିଷ କୁମାର ମହାନ୍ତି
୧୫. ଓଡ଼ିଶା ମହିଳା ବିକାଶ ସମବାୟ ନିଗମ ଲି(ଓଏମଭିଏସଏନ)- ସ୍ୱାଧୀନ ବାଳା ଦାସ

0
0
0
s2sdefault