-
ଅତାବିରା ଏନ ଏ ସି ନିର୍ବାଚନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ମାନଙ୍କର ନାମାଙ୍କନ ଦାଖଲ
-
ଅଧ୍ୟକ୍ଷ ପଦ ପାଇଁ ବନମାଳୀ ବରିହା ଦାଖଲ କଲେ ନାମାଙ୍କନ
ବରଗଡ :-ଵେଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନ ପାଇଁ ପ୍ରଥମ ଦଳଭାବେ ଆଜି ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦଳୀୟ ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିବା ପୂର୍ବରୁ ସ୍ଥାନୀୟ ଧର୍ମଶାଳା ପାଖରେ ଅନୁଷ୍ଠିତ ଏକ ବିରାଟ ଜନ ସଭାରେ ଯୋଗଦାନ କରିଥିଲେ । ଏହି ସଭା କୁ ପୂର୍ବତନ ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ସ୍ଥାନୀୟ ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ , ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସୁଶାନ୍ତ ସିଂ , ବରଗଡ଼ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଉଦବୋଧନ ଦେଇଥିଲେ । ବରଗଡ଼ ଜିଲ୍ଲା ରେ ବିଜୁ ଜନତା ଦଳ ଖୁବ ସସକ୍ତ ଓ ସଂଗଠିତ ରହିଛି । ତେଣୁ ବିଜୁ ଜନତା ଦଳର ପ୍ରାର୍ଥୀ ମାନେ ବଡ଼ ବ୍ୟବଧାନ ରେ ବିଜୟ ହାସଲ କରିବେ ବୋଲି ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ଶ୍ରୀ ସିଂ କହିଛନ୍ତି । ଏହି ସଭାରେ ସମସ୍ତ ୧୨ଟି ଯାକ ୱାର୍ଡ ପ୍ରାର୍ଥି ପ୍ରାର୍ଥିନୀ ଏବଂ ଅଧ୍ୟକ୍ଷ ପ୍ରାର୍ଥି ଉପସ୍ଥିତ ଥିଲେ । ପରେ ସେଠାରୁ ଦଳୀୟ ନେତୃ ମଣ୍ଡଳୀ ଙ୍କର ନେତୃତ୍ବରେ ଏକ ବିରାଟ ଶୋଭାଯାତ୍ରା ଏନଏସି ପର୍ଯ୍ୟନ୍ତ ଯାଇଥିଲେ । ବାଟରେ ମାଁ ଦୁର୍ଗାଙ୍କ ମନ୍ଦିରରେ ଦଳୀୟ ନେତୃ ମଣ୍ଡଳୀ ଓ ପ୍ରାର୍ଥୀ ମାନେ ପୂଜାର୍ଚ୍ଚନା କରିଥିଲେ । ଅତାବିରା ଏନଏସି କାର୍ଯ୍ୟାଳୟଠାରେ ନିର୍ବାଚନ ଅଧିକାରୀ ତଥା ବରଗଡ଼ ଉପଜିଲ୍ଲାପାଳ ଲଲାଟ କୁମାର ଲୁହାଙ୍କ ଠାରେ ପ୍ରଥମେ ଅଧ୍ୟକ୍ଷ ପ୍ରାର୍ଥି ବନମାଳି ବରିହା ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରେ ସମସ୍ତ ପ୍ରାର୍ଥି ପ୍ରାର୍ଥିନୀମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ୱାର୍ଡ଼ ନମ୍ବର ୧ପାଇଁ ସତ୍ୟନାରାୟଣ ମିଶ୍ର,ୱାର୍ଡ ୨ପାଇଁ ଶିବାନନ୍ଦ ତ୍ରୀପାଠି,ୱାର୍ଡ ୩ପାଇଁ ନେପାଳ ପ୍ରଧାନ,ୱାର୍ଡ ୪ପାଇଁ ସବିତା ମଲ୍ଲିକ,ୱାର୍ଡ ୫ପାଇଁ ରାଜିବ କହର ଓ ଡିଲେଶ୍ବର ମହାନନ୍ଦ,ୱାର୍ଡ ୬ପାଇଁ ପ୍ରମିଳା ପ୍ରଧାନ,ୱାର୍ଡ ୭ପାଇଁ ବିଲୋସ ଜୋନପୁରୀ,ୱାର୍ଡ ୮ପାଇଁ ରେଣୁକା ପ୍ରଧାନ,ୱାର୍ଡ ୯ପାଇଁ ନାରାୟଣ ସାହୁ,ୱାର୍ଡ ୧୦ପାଇଁ ସୁରେଖା ବାଗ,ୱାର୍ଡ ୧୧ପାଇଁ ଅନୁସୟା ବିଶାଲ ଏବଂ ୱାର୍ଡ ୧୨ପାଇଁ ଜମୁନା ଭୁଏ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରକାଶ ଥାଉକି ୧୫ତାରିଖ ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ଦିନ । କଗ୍ରେସ ଏବଂ ବିଜେପି ପକ୍ଷରୁ ଏପର୍ଯ୍ୟନ୍ତ କେହି ନାମାଙ୍କନ ପତ୍ର ଦାଖଲ କରିନାହାନ୍ତି । ୧୭ତାରିଖ ନାମାଙ୍କନ ପତ୍ର ଯାଞ୍ଚ କରାଯାଇ ୧୮ତାରିଖରେ ତାଲିକା ପ୍ରସ୍ତୁତ କରାଯିବ । ୨୦ତାରିଖଦିନ ପ୍ରାର୍ଥିପତ୍ର ପ୍ରତ୍ୟାହରର ଶେଷଦିନ ରହିଛି ଏବଂ ସେହିଦିନ ଚୂଡାନ୍ତ ତାଲିକା ପ୍ରକାଶନ କରାଯିବ । ଅପ୍ରିଲ ମାସ ୩ତାରିଖରେ ନିର୍ବାଚନ ହେବାକୁ ଥିବାବେଳେ ୫ତାରିଖରେ ମତଗଣନା ହେବ ।