ଫିଲ୍ମ ଷ୍ଟାଇଲ ରେ ହେଉଥିଲା ଅବୈଧ ନିଶା ଚାଲାଣ
ବରଗଡ :- ପଦ୍ମପୁର ପୋଲିସ କୁ ବଡ ସଫଳତା ପାଖା ପାଖୀ ୫ ଲକ୍ଷ ଟଙ୍କା ର ଅବୈଧ ନିଷା ଦ୍ରବ୍ୟ ଚାଲାଣ ସମୟରେ ଧରିଲା ପଦ୍ମପୁର ପୋଲିସ । ଗତ ୧୨ ତାରିଖ ଦିନ ସନ୍ଧ୍ୟା ରେ ଓଡି-୧୭-ଭି-୮୬୮୭ ନମ୍ବର ଥୀବା ଏକ ପିକଅଫ ରେ କଟକ ରୁ ବରଗଡ ର ଏକ ବୁକ ଏଜଏନ୍ସି କୁ ନୋଟ ବୁକ ନେବା ବାହାନା ରେ ଅବୈଦ ଭାବରେ ଏସ୍କପ ସିରଫ ଏବଂ ପେଣ୍ଟାଜୋସିନ ମେଡିସିନ ଚାଲାଣ ବେଳେ ପଦ୍ମପୁର ଗାଇସିଲେଟ ରାସ୍ତା ରେ ଧରିଲା ପଦ୍ମପୁର ପୋଲିସ । ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ବିଭୂତି ଭୂଷଣ ଭୋଇ ଙ୍କ ସୁଚନା ଅନୁଯାୟି ନୋଟବୁକ ପେଟି ପଛ ରେ ୨୫୬୦ ଟି ସିରଫ ବୋଟଲ ଏବଂ ୬୦୦୦ଟି ପେଣ୍ଟାଜୋସିନ ମେଡିସିନ ଜାହାର ମୁଲ୍ୟ ପାଖା ପାଖୀ ୫ଲକ୍ଷ ୨୦ହଜାର ଟଙ୍କା ହବ ନୋଟବୁକ ପେଟି ପଛରେ ଲୁଚେଇ ନିଶା କାରବାର ପାଇଁ ଚାଲାଣ କରୁଥିବା ବେଳେ ଖବର ପାଇ ପଦ୍ମପୁର ଗାଇସିଲେଟ ରାସ୍ତା ଠାରେ ପିକଅଫ କୁ ଜବତ ସହ ପଦ୍ମପୁର ର ଗୁନନିଧି ସାହୁ ଏବଂ ଅତାବିରା ର ଭୃଗପତି ଭୂଏ ଙ୍କୁ ଅଟକ ରଖି ତଦନ୍ତ ସହ ଚାଲାଣ ର ମାଷ୍ଟର ମାଇଣ୍ଡ ପଦ୍ମପୁର ର ରାକେଶ ନାଏକ ଏବଂ ଫକିର ଖାନ ଙ୍କୁ ଧରିଛି ପଦ୍ମପୁର ପୋଲିସ । ଏହା ସହ ପଦ୍ମପୁର ଥାନା କେସ ନମ୍ବର ୭୩ ତା.୧୨.୦୩.୨୦୨୩ ୟୁ/ଏସ ୨୧(ସି)/୨୫/୨୯ ଏନ.ଡି.ପି.ଏସ ଏକ୍ଟ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ସହ ନିଶା ଦ୍ରବ୍ୟ କାରବାର ରେ ଆଉ କାହାର ସମ୍ପୃକ୍ତି ରହିଛି ଏବଂ କେଉଁ ଠାରୁ ସେମାନେ ଟଙ୍କା ଆଣୁଥିଲେ ତା ଉପରେ ତଦନ୍ତ ଚାଲିଥିବା ପଦ୍ମପୁର ପୋଲିସ ପକ୍ଷରୁ କୁହା ଯାଇଛି ।








