ଅନୁଧ୍ୟାନ କଲେ ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରୀୟ ପ୍ରଦୂଷଣ ଅଧିକାରୀ
ପରଜଙ୍ଗ/ ରିତେଶ ବ୍ରହ୍ମା : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେଙ୍ଗୁଟିଆ ପଞ୍ଚାୟତ କୁଲେଇ ଗ୍ରାମଠାରେ ଗଢିଉଠିଥିବା ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରୁ ନିର୍ଗତ କଳାଧୂଆଁ ଯୋଗୁଁ ଆଖପାଖ ଅଞ୍ଚଳବାସୀଙ୍କ ଅତିଷ୍ଠ ହୋଇ ପଡିଲେଣି । ଗୋରୁ ଙ୍କ ଚାରୁଣ ସ୍ଥାନରେ କଳା ଧୂଆଁ ଆସ୍ତରଣରେ ଆଚ୍ଛାଦିତ ହୋଇ ରହିଛି ଯାହା ଫଳରେ ଗୋରୁ ଗାଈମାନଙ୍କୁ ନାନାପ୍ରକାର ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଘରବାଡ଼ି ରେ ଥିବା ଖୋଲା କୂଅ, ପୋଖରୀ, ବଗିଚା ଗୁଡ଼ିକରେ କଳା ପାଉଁଶ ଉଡ଼ି ପଡୁଥିବା ଯୋଗୁଁ ପାନୀୟ ଜଳ ଦୂଷିତ ହେଉଛି ଓ ପନିପରିବା ଚାଷ ଉପରେ ସମ୍ପୂର୍ଣ୍ଣ ବ୍ୟାଘାତ ସୃଷ୍ଟି ହେଉଛି । ଯାହାକୁ ନେଇ ଗତ ୪ ତାରିଖରେ ଲିଖିତ ଭାବେ ଅଷ୍ଟଶମ୍ଭୁ କୃଷକ ଜାଗରଣ ମଞ୍ଚ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସଚିବ ଭୁବନେଶ୍ୱର କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଢେଙ୍କାନାଳ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଉପଜିଲ୍ଲାପାଳ କାମାକ୍ଷାନଗର ଓ ପରଜଙ୍ଗ ତହସିଲଦାର କିଛି ଦିନ ତଳେ ତଦନ୍ତ କରି ଫେରିଥିବା ସୂଚନା ରହିଛି । ଜିଏମ ଆଇରନ ଆଣ୍ଡ ଷ୍ଟିଲ କାରଖାନାରେ ପ୍ରଦୂଷଣ, ଜଙ୍ଗଲ ଜମି ଜବରଦଖଲକୁ ନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ହୋଇଆସୁଥିଲେ ମଧ୍ୟ କୈାଣସି ସମାଧାନ ନହେବାରୁ ସ୍ଥାନୀୟ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା କାରଖାନା ବିରୋଧରେ ୨୯/୦୩/୨୦୨୨ ରିଖରେ ଜାତୀୟ ସବୁଜ ପ୍ରାଧିକରଣ (ଏନଜିଟି) ଙ୍କ ଦ୍ଵାରସ୍ଥ ହୋଇଥିଲେ । କାରଖାନାକୁ ପରିଦର୍ଶନ କରି ସତ୍ୟପାଠ ମାଧ୍ୟମରେ ରିପୋର୍ଟ ଦାଖଲ ନିମନ୍ତେ ଏକ ଯୁଗ୍ମ କମିଟି ଗଠନ ଲାଗି ଏନଜିଟି ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ନେଇ ୮/୬/୨୦୨୨ ରିଖରେ ଯୁଗ୍ମ କମିଟି କାରଖାନା କୁ ପରିଦର୍ଶନ କରି ସତ୍ୟପାଠ ଦାଖଲ ଏନିଜିଟ ଙ୍କ ନିକଟରେ କରିଥିଲେ । ମୈସୁମୀ ର ପରବର୍ତ୍ତୀ ସମୟରେ କାରଖାନାର ପ୍ରଦୂଷଣ ଉପରେ ପୁନଃ ଯାଞ୍ଚ ମାନ୍ୟବର ଏନଜିଟି ଙ୍କ ନିର୍ଦ୍ଦେଶ ମଧ୍ୟ ରହିଥିଲା ଯାହାକି ୧୦/୩/୨୦୨୩ ରିଖରେ ଢେଙ୍କାନାଳ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର, ପରଜଙ୍ଗ ତହସିଲଦାର ଶିରିୟଲ ସୁଭ୍ରା ପଟେଲ, ଅନଗୁଳ ଶାଖା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ ଅନୁପମ ମଲ୍ଲିକ,ବନପାଳ,କଲିକତା ସ୍ଥିତ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ (ସିପିସିବି), ଜଙ୍ଗଲ ଓ ପରିବେଶ ଜଳବାୟୁ ପରିବର୍ତ୍ତନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀ କାରଖାନା ପ୍ରଦୂଷଣ ସଂକ୍ରାନ୍ତୀୟ ଅଭିଯୋଗ ର ଅନୁଧ୍ୟାନ କରିଥିଲେ । ଏନଜିଟ ଙ୍କ ନିର୍ଦ୍ଦେଶକ୍ରମେ ଜିଏମ ଆଇରନ କାରଖାନା କୁ ଆସି ପ୍ରଦୂଷଣ ଉପରେ ଯାଞ୍ଚ କରାଯାଇଛି ସିପିସିବି ର ଅଧିକାରୀ ମାନେ ଉପସ୍ଥିତ ରେ ଯାଞ୍ଚ ହେଉଛି, ପାଉଁଶ ଗଦା ଉପରେ ବୃକ୍ଷ ରୋପଣ, ଭଙ୍ଗି ଯାଇଥିବା ପଚେରୀକୁ ଯଥାଶୀଘ୍ର ସଂମ୍ପୃର୍ଣ୍ଣ କରିବା,ଧୂଳିଧୂଆଁ ଉପରେ ପାଣି ସିଞ୍ଚନ ପ୍ରତ୍ୟେକ ଦିନ ନିମନ୍ତେ କାରଖାନାର କର୍ତ୍ତୃପକ୍ଷ ଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କାରଖାନାର ଯେଉଁ ପ୍ରଦୂଷଣ ଦିଗ ଉପରେ ଅଭିଯୋଗ ହୋଇଥିଲା ତାହା ଉପରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଟିମ୍ ଅନୁଧ୍ୟାନ କରୁଛନ୍ତି ବୋଲି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି । ମୈସୁମୀ ପରେ କାରଖାନାକୁ ପ୍ରଦୂଷଣ ସଂକ୍ରାନ୍ତ ପୁନଃ ଯାଞ୍ଚ ପାଇଁ ଏନଜିଟି ଙ୍କ ନିର୍ଦ୍ଦେଶନାରେ ଅନୁଧ୍ୟାନ ହୋଇଛି କେନ୍ଦ୍ରୀୟ ପ୍ରଦୂଷଣ ବିଭାଗର ଟେକ୍ନିକାଲ ଟିମ ଯାନ୍ତ୍ରିକ ମାଧ୍ୟମରେ ମନିଟରିଙ୍ଗ କରୁଛନ୍ତି । ସେମାନେ ରିପୋର୍ଟ ଦେଲା ପରେ ଏନଜିଟି ଙ୍କ ପାଖରେ ଦାଖଲ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ସୂଚନା ଦେଇଛନ୍ତି । ପ୍ରଦୂଷଣ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କରଖାନାକୁ ଯାଞ୍ଚ ପାଇଁ ଅସିବା ଜାଣି କାରଖାନା କର୍ତ୍ତୃପକ୍ଷ ପାଉଁଶ ଗଦା ଉପରେ ପାଲ୍ଲ ଢାଙ୍କି ବା ହେଉ ଅବା ରାସ୍ତାରେ ଜଳ ସିଞ୍ଚନ ତତ୍ପରତା ଦେଖାଉଛି । ଅଧିକାରୀ ଅନୁଧ୍ୟାନ କରି ଯିବା ପରେ ଯେଉଁ ପ୍ରଦୂଷଣ ଯେମିତି ସେମିତି ବୋଲି ସାମାଜିକ କର୍ମୀ ଶ୍ରୀ ଭୁକ୍ତା ଅଭିଯୋଗ କରିଛନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସାଧାରଣ ରେ ଦାବି ହୋଇଛି ।











