ହେଡଲାଇନସ୍:

ପ୍ରଦୂଷଣ ବୃଦ୍ଧି ପ୍ରତିବାଦ ରେ ନାଚୁରାଲ ରାଇସ ମିଲ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର/ରିତେଶ ବ୍ରହ୍ମା-ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ବ୍ଲକ ଅଁଳାବେରେଣୀ ସ୍ଥିତ ନାଚୁରାଲ ରାଇସ ମିଲ ସମ୍ମୁଖରେ ଏହି ଧାରଣା ଦେଇଛନ୍ତି ଗ୍ରାମାସୀ |ଅଭିଯୋଗ ମୁତାବକ ଗ୍ରାମ ନିକଟରେ ଥିବା ନାଚୁରାଲ ଏଗ୍ରିଟେକ ପ୍ରାଇଭେଟ ଲିମିଟେଡ଼ ରାଇସ ମିଲ ରୁ ଦୀର୍ଘ ଦିନ ହେବ ବାହାରୁ ଥିବା ଦୂଷିତ ବର୍ଜ୍ୟବସ୍ତୁ ପାଇଁ ଚାଷ ଜମି ନଷ୍ଟ ହେବା ସହ , ଦୂଷିତ ଧୂଆଁ ପାଇଁ ଗ୍ରାମ ର ଲୋକମାନେ ରୋଗାକ୍ରାନ୍ତ ହେଉଛନ୍ତି |ସେପଟେ ଗ୍ରାମ ରାସ୍ତା ରେ ଉକ୍ତ ରାଇସ ମିଲ ର ଭାରୀଯାନ ଚଳା ଚଳ ପାଇଁ ରାସ୍ତା ଟି ଶୀଘ୍ର ନଷ୍ଟ ହେବା ସହ ଯାତାୟତ ରେ ବାଧା ଉପୁଜୁଛି |ତେଣୁ ଏ ନେଇ ପୂର୍ବରୁ କମ୍ପାନୀ କତୃପକ୍ଷ ଙ୍କୁ ବାରମ୍ବାର ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମିଲି କତୃପକ୍ଷ କର୍ଣ୍ଣାପାତ କରୁନାହାନ୍ତି |ତେଣୁ ଏ ନେଇ ଆଜି ବାଧ୍ୟ ହୋଇ ଗ୍ରାମବାସୀ ମିଲି ସମ୍ମୁଖରେ ଧାରଣା ଦେଇଛନ୍ତି |ତେବେ ଦୀର୍ଘ ସମୟ ଧାରଣା ରେ ବସିବା ପରେ ପୋଲିସ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା ଜାରି ରଖିଛି |ଏସେପଟେ ଏ ନେଇ ଅଁଳାବେରେଣୀ ସରପଞ୍ଚ ଆଜି ଉପଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିବା ବେଳେ , ଖୁବ ଶୀଘ୍ର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନିଆ ଯିବ ବୋଲି କହିଛନ୍ତି କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ |

0
0
0
s2sdefault