ହେଡଲାଇନସ୍:

ସମୃଦ୍ଧ ଓଡିଶା ରାଜ୍ୟ କାର୍ଯ୍ୟକାରିଣୀ ଓ ଯୁବ ମିଶ୍ରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରାକୃତିକ ସଂପଦ ଓ ରାଜ୍ୟ ରାଜକୋଷକୁ ଲୁଟ୍ କରୁଥିବା ବିଜେଡି ସରକାରର ମୁଖା ଖୋଲିବାକୁ ଆହ୍ୱାନ

ଭୁବନେଶ୍ୱର, ୧୨/୦୩ : ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାର ୧୪୭ ଆସନରେ ସମୃଦ୍ଧ ଓଡିଶା ପ୍ରାର୍ଥୀ ଦେବାର ନିଷ୍ପତ୍ତି ଆଜିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଘୋଷଣା କରାଗଲା । ସମୃଦ୍ଧ ଓଡିଶା ରାଜ୍ୟ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ପ୍ରତି ଜିଲ୍ଲାରୁ ଆସିଥିବା ଯୁବକମାନେ ଆଜି ସମୃଦ୍ଧ ଓଡିଶା ଦଳରେ ଯୋଗ ଦେଇଥିଲେ ।
ଓଡିଶାକୁ ଗରିବ ରଖି ପ୍ରାକୃତିକ ସଂପଦକୁ ଓ ରାଜ୍ୟ ରାଜକୋଷକୁ ଲୁଟ୍ କରୁଥିବା ବିଜେଡି ସରକାରର ମୁଖା ଖୋଲିବାକୁ ପଡିବ ବୋଲି ବୈଠକରେ ସର୍ବ ସମ୍ମତ ଘୋଷଣା ହୋଇଥିଲା । ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ବିଧାନସଭା ଅଞ୍ଚଳ ଓ ସମଗ୍ର ଗଞ୍ଜାମ ଜିଲ୍ଲାର ବିକାଶକୁ ମୂଲ୍ୟାଙ୍କନ କରିବା ପାଇଁ ସମୃଦ୍ଧ ଓଡିଶା ଦଳର ବରିଷ୍ଠ ପଦାଧିକାରୀ ଗସ୍ତ କରିବେ ବୋଲି ନିଷ୍ପତ୍ତି ନିଆଗଲା ।
ଏବେ ବି ଓଡିଶାର ଲୋକମାନେ ଦାଦନ ଖଟି ଯିବା, ଚାକିରୀ ନପାଇବା, ଖଣି ଖାଦାନରୁ ଲୁଟ୍ ହେବା, ଜମିରେ ଚାଷ ନହେବା, ସାରା ଓଡିଶାରେ ଆଇନ୍‌ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା, ମହିଳା ମାନଙ୍କୁ ସମ୍ମାନ ନ ମିଳିବା ଭଳି ସଙ୍ଗୀନ ଅଭିଯୋଗ ସମୃଦ୍ଧ ଓଡିଶାର କର୍ମୀମାନେ ଉପସ୍ଥାପନା କରିଥିଲେ । ପ୍ରତି ଅଫିସ୍‌ରେ ଚାଲିଥିବା ଦୁର୍ନୀତିକୁ ରୋକିବାର ବଜ୍ର ଶପଥ ନେଇ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍‌ଯାପନ ହୋଇଥିଲା । ଏଥିରେ ମୁଖ୍ୟ ଉପଦେଷ୍ଟା ଜଷ୍ଟିସ୍ ଉମାଚରଣ ମିଶ୍ର, ବରିଷ୍ଠ ଉପସଭାପତି ମନୋରଞ୍ଜନ ଦାସ, ସାଧାରଣ ସଂପାଦକ ଶରତ ଜେନା, ମନୀଷା ପଣ୍ଡା, ସନ୍ଦୀପ ବାଗ, ଆରିଫ୍ ଖାନ୍‌, ନିରାକାର ବେଉରା, ପ୍ରକାଶ ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ । ଉପସଭାପତି ସନ୍ତୋଷ ପାଣିଗ୍ରାହୀଙ୍କ ସଂଯୋଜନାରେ ଶତାଧିକ ଯୁବକ ମାନେ ସମୃଦ୍ଧ ଓଡିଶା ଦଳରେ ମିଶି ସମୃଦ୍ଧ ଓଡିଶା ଗଠନ ପାଇଁ ବଜ୍ର ଶପଥ ନେଇଥିଲେ ।

0
0
0
s2sdefault