ହେଡଲାଇନସ୍:

ବିବାଦରେ ନିଶାଙ୍କ ସହ ସୁରଙ୍କ ରଙ୍ଗ ଖେଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମହିଳା ନେତ୍ରୀ କଲେ ସଭାପତିଙ୍କୁ ଫେରାଦ

 ଚେଲାକୁମାରଙ୍କୁ ଲେଖି ବି କରିବେ ଅଭିଯୋଗ

ଭୁବନେଶ୍ୱର (ଶାସକ ପ୍ରଶାସକ) : ନିଜକୁ ଲଙ୍ଗଳା ଅଭିନେତ୍ରୀ ସନି ଲିଓନର ଓଡିଶା ଭର୍ସନ କହୁଥିବା ବିବାଦୀୟ ଓଡ଼ିଆ ଯୁବତୀ ନିଶା ମହାରଣା ଆଲିଆସ ନିଶା ମଲ୍ଲିକଙ୍କୁ ନେଇ ଅଡୁଆରେ ବିଧାୟକ ସୁର ରାଉତରାୟ | କଂଗ୍ରେସ ଭବନରେ ନିଶା ମହାରଣା ସହ ସୁରଙ୍କ ରଙ୍ଗ ଖେଳ କୁ ନେଇ ଜିଲ୍ଲା ମହିଳା କଂଗ୍ରେସ ଉପ-ସଭାନେତ୍ରୀ ତଥା ସମ୍ପାଦିକା, ରାଜ୍ୟ ମହିଳା କଂଗ୍ରେସ ସୁଭଦ୍ରା ମିଶ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟରେ କଲେ ଫେରାଦ | କଂଗ୍ରେସ ହ୍ଵାଟ୍ସଆପ ଗ୍ରୁପରୁ ମିଳିଥିବା ସୁଭଦ୍ରାଙ୍କ ଖୋଲା ଚିଠି ବା ମେସେଜ ଆଜି ଏ ପ୍ରସଙ୍ଗ ପଦାକୁ ଆଣିଛି | ନିଶା ମହାରଣା ବା ନିଶା ମଲ୍ଲିକ ଭଳି ଜଣେ ବିବାଦୀୟ ଯୁବତୀଂକୁ ସହ ସୁର ବାବୁ କଂଗ୍ରେସ ଭବନରେ ରଙ୍ଗ ଖେଳ କରିବା ସେମାନଙ୍କୁ ଆଘାତ ଦେଇଛି ବୋଲି ଶ୍ରୀମତୀ ମିଶ୍ର ଜଣାଇବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଏଇଭଳି କାର୍ଯ୍ୟରୁ ନିବୃତ ରହିବା ପାଇଁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି | ଏ ବିଷୟରେ ସେ କଂଗ୍ରେସ ପ୍ରଭାରୀ ଶ୍ରୀ ଚେଲା କୁମାରଙ୍କୁ ଲେଖିକି ଜଣାଇବେ ବୋଲି ମଧ୍ୟ ଆମ ପ୍ରତିନିଧିଙ୍କୁ ଫୋନ ଯୋଗେ ସୂଚନା ଦେଇଛନ୍ତି |
ସମାଜସେବୀ ତଥା ନାରୀନେତ୍ରୀ ଶ୍ରୀମତୀ ସୁଭଦ୍ରା ମିଶ୍ର ସଭାପତିଙ୍କୁ ଯାହା ଲେଖିଛନ୍ତି ଆମେ ତାହା ପାଠକଙ୍କ ଅବଗତି ନିମନ୍ତେ ଅବିକଳ ରଖୁଛୁ |

ସମ୍ମାନୀୟ,
ସଭାପତି ମହୋଦୟ,
ଓଡିଶା ପ୍ରଦେଶ କଂଗ୍ରେସ,କମିଟି ଭୁବନେଶ୍ୱର, ଓଡିଶା.

ଲେଖିବାର ଅଭିପ୍ରାୟ ଏହିକି ଯେ ମୁ ସୁଭଦ୍ରା ମିଶ୍ର, (ଉପ- ସଭାପତି, ଜିଲ୍ଲା ମହିଳା କଂଗ୍ରେସ ଏବଂ ସମ୍ପାଦିକା, ରାଜ୍ୟ ମହିଳା କଂଗ୍ରେସ )ଭାବେ କାର୍ଯ୍ୟ କରି ଆସୁଅଛି, ହୋଲି ଅବସରରେ ପ୍ରତିବର୍ଷ ଭଳି ଆମ୍ଭେ ଓ ଆମ୍ଭର ସମର୍ଥକ ମାନଙ୍କ ଶହ କଂଗ୍ରେସ ଭବନ ରେ ହୋଲି ଉତ୍ସବ ପାଳନ କରିବା ସହିତ ଏକ ନୂତନ ସଦଭାବନା ଓ ଭାଇଚାରା ସୃଷ୍ଟି କରି ଆସୁଅଛୁ, କିନ୍ତ ଏଇ ବର୍ଷ ହୋଲି ରେ ଆମ୍ଭେ ଆମର ସମର୍ଥକ ଙ୍କ ସହିତ ପହଂଚି ଦେଖିଲୁ ଯେ ସମାଜ କୁ ନଷ୍ଟ କରୁଥିବା ଏବଂ ସମାଜ ଆଖିରେ ଘୃଣାର ପାତ୍ରୀ ସାଜିଥିବା ନିଶା ମଳିକ, (ଯେ ନୂତନ ନାମ ନିଶା ମହାରଣା )ଭଳି କୁସଂସ୍କାରି ଚରିତ୍ରାହିନା ନାରୀ ସହିତ ଆମ ଦଳର କିଛି ବରିଷ୍ଠ ନେତୃବୃନ୍ଦ, ଏକ ମାନ୍ୟଗଣ୍ୟ ବିଧାୟକ ଏବଂ ସକ୍ରିୟ ଦଳୀୟ କର୍ମୀ ସହିତ ହୋଲି ଖେଳରେ ମସଗୁଲ ଥିଲେ, କହି ରଖେକି ଯେଉଁ ନାରୀ କୁ ସାରା ଓଡିଶା ଛି, ଛାକର କରି ଆସୁଛନ୍ତି, ଯାହାର ଭାଷା ଶୈଳୀ, ଅଭଦ୍ର ଆଚରଣ, ନଗ୍ନ ଫୋଟୋ,ଭିଡ଼ିଓ ସମସ୍ତ ସାମାଜିକ ଗଣମାଧ୍ୟମ ରେ ଘୁରି ବୁଲୁଅଛି,ସାରା ଓଡିଶା ବାସୀଙ୍କ ନଜର ରେ ଯେ ନାରୀ ବହୁତ ତଳକୁ ତଳକୁ ଯାଇ ସାରିଛି ସେଇ ନାରୀ ସହିତ ଆମ 150 ବର୍ଷ ଧରି ଜାତୀୟ କଂଗ୍ରେସ ଦଳ ସାରା ଭାରତ ରେ ଅଖଣ୍ଡ ବଜାୟ ରଖିଥିବା ବେଳେ କେମିତି ପ୍ରଶ୍ରୟ ଦିଆଗଲା, ଏହାଦ୍ୱାରା ଆମ ରାଜ୍ୟ କଂଗ୍ରେସ, ମହିଳା କଂଗ୍ରେସ, ଏବଂ ଜିଲ୍ଲା କଂଗ୍ରେସ କେଉଁ ଭଳି ଭାବେ ପଦକ୍ଷେପ ଦେଉଛନ୍ତି କି ଏଇଭଳି କାର୍ଯ୍ୟ କୁ ସମର୍ଥନ ଦେଉଛନ୍ତି ସେଇ ବିଷୟରେ ରାଜ୍ୟବାସି ଜାଣିବା ନିହାତି ଦରକାର,ଯଦି ଏଇ ଭଳି ଚାଲୁ ରହେ ଆମର ସ୍ଲୋଗାନ ଥିବା (ନଅ ରୁ ନବେ,)ବୋଧ ହୁଏ ଆସନ୍ତା 2024 ନିର୍ବାଚନରେ ସ୍ଲୋଗାନ ପରିବର୍ତନ ହୋଇ ଯାଇ କେବଳ ଶୁଭିବ( ନଅ ରୁ ନଥିବେ),

ଏହି ଠାରେ କହି ରଖେ କି ମୋର ଭୁବନେଶ୍ୱର ରେ ଥିବା ଏକ ସଂସ୍ଥା ଯାହାର ନାମ (voice for Women), କିଛି ଦିନ ତଳେ ନିଶା ମଳିକ ର ଏହି ପରି କାର୍ଯ୍ୟ କଳାପ ବିରୁଦ୍ଧରେ DCP office ରେ ଏକ ଏତଲା ଦିଆ ଯାଇଥିଲା,ଯେଉଁଥିରେ କି ମୋ ସଂସ୍ଥାର ସଭ୍ୟ ମାନଙ୍କ ସହିତ ଆମ କଂଗ୍ରେସ ଦଳର ବହୁ ନେତୃବୃନ୍ଦ ଉପସ୍ଥିତ ଥିଲେ,

ତେଣୁ ଏଇ ବର୍ଷ ଦୋଳ ଉତ୍ସବ ମନେଇବାକୁ ଆମ୍ଭେ କଂଗ୍ରେସ ଅଫିସ ଯାଇ ବାହାରୁ ବାହାରୁ ଚାଲି ଆସିଲୁ, ଯେଉଁଟା କି ଆମ ମନରେ ଘୋର କୁଠାର ଘାତ ଭଳି ଆଘାତ ହେବା ସହିତ ବହୁତ ଦଳ ପ୍ରେମୀ ଙ୍କ ଉପରେ ଘୋର ପ୍ରଭାବ ପକାଇ ଅଛି,
ଆମ୍ଭେ ସଦା ସର୍ବଦା ଆମ ଜାତୀୟ କଂଗ୍ରେସ ଦଳ ର ଉନ୍ନତି ଚିନ୍ତା କରୁଥିବା ବେଳେ ଯଦି ଏଇ ଭଳି କାର୍ଯ୍ୟ କଳାପ ଚାଲୁ ରହେ ତେବେ ଆମ ଦଳର ଅବସ୍ଥା ବଡ଼ ଶୋଚନୀୟ ହେବା ଅବଶ୍ୟ ହୋଇ ପଡିବ,

ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଭବିଷ୍ୟତରେ ଏଇଭଳି କାର୍ଯ୍ୟରୁ ନିବୃତ ରହି ଦଳକୁ ଆସନ୍ତା 2024 ନିର୍ବାଚନ ପାଇଁ ସୁଦୃଢ କରିବା ଉଧେଶ୍ୟ ରେ କାର୍ଯ୍ୟ କରି ଚାଲିଲେ, ଆମ୍ଭେ ନିଶ୍ଚୟ ସଫଳ ହେବା |

ଇତି ଆପଣଂକର ଆଜ୍ଞାଧୀନ

ସୁଭଦ୍ରା ମିଶ୍ର,
ଉପ ସଭାପତି ଜିଲ୍ଲା ମହିଳା କଂଗ୍ରେସ
ଓ ସମ୍ପାଦିକା, ରାଜ୍ୟ ମହିଳା କଂଗ୍ରେସ,
ଭୁବନେଶ୍ୱର, ଓଡିଶା
ତା 12-03-2023ରିଖ

 

0
0
0
s2sdefault