ନୟାଗଡ଼ (ବିଶ୍ଵଜିତ ନାୟକ) - ନୟାଗଡ଼ ଖଣ୍ଡପଡ଼ା ରୋଡ଼ସ୍ଥିତ ନୀଳମାଧବ କଲ୍ୟାଣ ମଣ୍ଡପଠାରେ ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ, ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ, ନୟାଗଡ଼ ପୌରାଞ୍ଚଳ ଅଧ୍ୟକ୍ଷା ନିରୁପମା ଖଟ୍ଟେଇ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ସିଭିଲ ସୋସାଇଟର ସଭାପତି ଗୋଦାବରୀ ସାହୁ ଓ ସମ୍ପାଦକ ଧନେଶ୍ୱର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ବରିଷ୍ଠ ସମାଜସେବୀ ଭଗବତୀ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ସଭାପତି ଗୋଦାବରୀ ସାହୁ ସିଭିଲ ସୋସାଇଟର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ନୟାଗଡ଼ ସିଭିଲ ସୋସାଇଟ ନୟାଗଡ଼ ଜନ ସାଧାରଣଙ୍କ ସେବାରେ ଉତ୍ସର୍ଗିକୃତ ବୋଲି ପ୍ରକାଶ କରିଥିଲେ । ଏହି ଅନୁଷ୍ଠାନ ସମସ୍ତଙ୍କର ଭଲ ମଣିଷ ଖୋଜିବା ପାଇଁ ଏହି ଅନୁଷ୍ଠାନ ଗଢ଼ି ଉଠିଛି । ନୟାଗଡ଼ରେ ଏକ ମେଡିକାଲ କଲେଜ ସ୍ଥାପନ, ଆଇନ ମହାବିଦ୍ୟାଳୟ ସ୍ଥାପନ, ସଂଗ୍ରହାଳୟ, ବିଜ୍ଞାନ ସମାଜ, ସ୍ମୃତି ବନ ନିର୍ମାଣ, ଟାଉନ ବସ ଚଳାଚଳ ଓ ସର୍ବୋପରି ନୟାଗଡ଼ର ସର୍ବାଙ୍ଗିନ ବିକାଶ ପାଇଁ ସରକାରଙ୍କ ସମସ୍ତ ଯୋଜନାରେ ସହଯୋଗ କରିବା ପାଇଁ ଏହି ଅନୁଷ୍ଠାନ ଅଙ୍ଗିକାରବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁଙ୍କୁ “ନ୍ୟାସନାଲ ବିଲ୍ଡର ଆୱାର୍ଡ” ଭାବେ ସମ୍ମାନିତ କରାଯାଇଥିଲା । “କୃଷି ଓ ପରିବେଶବିତ” ଭାବେ ସୁରେଶ ଚନ୍ଦ୍ର ହୋତାଙ୍କୁ ସମ୍ବର୍ଦ୍ଧିତ କରାଇଥିବା ବେଳେ ନୟାଗଡ଼ର “ସାଧବ ପୁଅ” ଭାବେ କେଦାର ସାହୁ, “ଅନ୍ନଦାତା ସମ୍ମାନ” ବିଭୁତି ଭୁଷଣ ପଟ୍ଟନାୟକ, “ସରୋଜିନୀ ନାଇଡୁ” ସମ୍ମାନ ଭାବେ ସଂଯୁକ୍ତା କୁମାରୀ ଦାସ, “ଜୀବନ ଦାତା” ଭାବେ ଅଶ୍ୱିନୀ କୁମାର ଜେନା ଓ “ଜୀବନ ବିନ୍ଦୁ” ଭାବେ ପ୍ରତିମା କୁମାରୀ ଦେଇଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସିଭିଲ ସୋସାଇଟର ବରିଷ୍ଠ ଉପଦେଷ୍ଟା ଶ୍ରୀକାନ୍ତ ଖଟ୍ଟେଇ ଓ ନିରଞ୍ଜନ ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଡ.ସାହୁ ତାଙ୍କ ଅଭିଭାଷଣରେ ସୁସ୍ଥ ସମାଜ ଗଠନ ପାଇଁ ସୁସ୍ଥ ମାନସିକତା ଦରକାର ବୋଲି ମତବ୍ୟକ୍ତ କରିଥିଲେ । ଉକ୍ତ ଅନୁଷ୍ଠାନ ଭଲ କାର୍ଯ୍ୟ କରୁଥିବାରୁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସମସ୍ତ ସମାଜ କାହିଁକି ସିଭିଲାଇଜେସନ ହେଉନାହିଁ ବୋଲି ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ପ୍ରତ୍ୟେକ ମଣିଷ କାହିଁକି ସିଭିଲାଇଜେସନ ହେଉନାହିଁ ଏହାର କାରଣ ସମ୍ବନ୍ଧରେ ଆନ୍ତର୍ଜାତୀକ ସ୍ତରରୁ ସ୍ଥଳ ସ୍ତର ପର୍ଯ୍ୟନ୍ତ ବିଭିନ୍ନ ଉଦାହରଣ ଦେଇଥିଲେ । ଏଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ସଚେତନତାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ପ୍ରଥମେ ଘରେ ବାପା ମାଆ, ଶିକ୍ଷକ ଓ ବନ୍ଧୁ ପରିଜନ ମାନେ ମୂଲ୍ୟବୋଧ ଶିକ୍ଷାକୁ ଗୁରୁତ୍ୱ ଦେବା ପାଇଁ ପ୍ରକାଶ କରିଥିଲେ । ଏଥି ନିମନ୍ତେ ଏକ ସଚେତନତା ପୁସ୍ତିକା ପ୍ରକାଶ ହେବା ନିମନ୍ତେ ଆହ୍ୱାନ ଦେଇଥିଲେ । ପ୍ରତ୍ୟେକ ମଣିଷ ଆଜିକାର ଦିନରେ ଅନ୍ୟକୁ ସାହାର୍ଯ୍ୟ କରିବାର ଆବଶ୍ୟକତା ରହିଛି । ରୁଗ୍ଣ ଚିନ୍ତାଧାର ଆଜିର ସମାଜକୁ କଳୁଷିତ କରିବାକୁ ବସିଛି । ଏହି ପରିପ୍ରେକ୍ଷୀରେ ସମସ୍ତେ ସିଭିଲାଇଜେସନ ସେବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ସିଭିଲ ସୋସାଇଟର ମହତ ଉଦ୍ଦେଶ୍ୟକୁ ପ୍ରଶଂସା କରିଥିଲେ । ପ୍ରସାସନିକ ସ୍ତରରେ ସମସ୍ତ ସହଯୋଗ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସମସ୍ତ ଅତିଥି ମାନେ ସିଭିଲ ସୋସାଇଟି ର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସିଭିଲ ସୋସାଇଟ ପକ୍ଷରୁ ମହିଳା ସାଙ୍ଗଠନିକ ଦାୟିତ୍ୱ ନୀଳିମା ନନ୍ଦଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ବେଳେ ବିପର୍ଯ୍ୟୟ ପରିଚାଳନା ପାଇଁ ଶରତ କୁମାର ସାହୁଙ୍କ ଦାୟିତ୍ୱ ପ୍ରଦାନ କରାଯାଇଛି । ସିଭିଲ ସୋସାଇଟର ଉପଦେଷ୍ଟା ଶ୍ରୀକାନ୍ତ ଖଟ୍ଟେଇ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ସିଭିଲ ସୋସାଇଟର ବାର୍ଷିକ ଉତ୍ସବ ଅନୁଷ୍ଠିତ
- Hits: 352