ଗର୍ଭଣା ଗ୍ରାମରେ ହିଙ୍ଗୁଳାଇ ଦେବୀ ଙ୍କ ସ୍ଥାୟୀ ପୀଠ ପ୍ରତିଷ୍ଠା ମହୋତ୍ସବ
--------------------------------------ବରଗଡ :- ଗତ ଦୁଇଦିନ ଧରି ବରଗଡ଼ ଜିଲ୍ଲା ସୋହେଲା ନିକଟସ୍ଥ ଗର୍ଭଣା ଗ୍ରାମ ରେ କାପୁଡି ସମାଜ ର ଇଷ୍ଟ ଦେବୀ ହିଙ୍ଗୁଳାଇ ଦେବୀ ଙ୍କ ସ୍ଥାୟୀ ପୀଠ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି ll ପ୍ରଥମ ଦିବସ ରେ କାପୁଡି ସମାଜ ଏବଂ ଗର୍ଭଣା ଗ୍ରାମର ମହିଳା ମାନଙ୍କ ଦ୍ୱାରା ଘଣ୍ଟବାଦ୍ୟ , କୃଷ୍ଣ ଗୁରୁ, ସଂକୀର୍ତ୍ତନ୍ୟ ମଣ୍ଡଳୀ ଏବଂ ବାଜା ପାଟି ରେ ତିନି ଶହ ରୁ ଊର୍ଧ୍ୱ ମହିଳା ସୁଦୂର ତ୍ରିଶୂଳ ବନ୍ଧ ରୁ କଳସ ଆଣି ଘଟ ସ୍ଥାପନ କରିଥିଲେ ll ପଶ୍ଚିମ ଓଡିଶା କାପୁଡି ସମାଜ ର ନିର୍ବାଚିତ ସଭାପତି କବିରାଜ ଶ୍ରୀମୁଖ ନାଏକ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ପ୍ରତିଦିନ ଚଣ୍ଡୀ ହୋମ , ନବଗ୍ରହ ହୋମ ଏବଂ ଦଶଦିଗପାଳ ପୂଜାଆଦି ପଣ୍ଡିତ ରତ୍ନାକର ଆଚାର୍ଯ୍ୟ , ପଣ୍ଡିତ ନିରୋଜ ଆଚାର୍ଯ୍ୟ ନୀତିକାନ୍ତି ରେ କରି ହିଙ୍ଗୁଳାଇ ଦେବୀଙ୍କ ନୂତନ ଅଷ୍ଟଧାତୁ ବିଗ୍ରହ ପ୍ରାଣ ପ୍ରତିଷ୍ଠା ପୂର୍ବକ ଦେବୀଙ୍କ ସ୍ଥାୟୀ ପୀଠ ର ପ୍ରତିଷ୍ଠା କାର୍ଯ୍ୟ କରିଥିଲେ ll ଏହି ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ରେ ଅକ୍ଷୟ ନାଏକ ଏବଂ ଅନୁସୟା ନାଏକ କର୍ତ୍ତା ରୂପେ ସପତ୍ନୀକ ଯୋଗ ଦେଇ କାର୍ଯ୍ୟ ନିର୍ବାହ କରିଥିଲେ ll ପ୍ରତ୍ୟହ ଶ୍ରଦ୍ଧାଳୁ ଏବଂ ଆବାଳ ବୃଦ୍ଧ ବନିତା ଙ୍କ ପାଇଁ ଅନ୍ନଛତ୍ର ର ବ୍ୟବସ୍ତା କାପୁଡି ସମାଜ ତରଫରୁ କରାଯିବା ସହ ରାତିରେ ମନୋରଞ୍ଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ l
ଏଠାରେ ସୂଚନାଯୋଗ୍ୟ ଯେ ଗତପ୍ରାୟ ଚାରି ଶହ ବର୍ଷ ରୁ ଉର୍ଦ୍ଧ୍ବ ହେବ ମହାରାଷ୍ଟ୍ର ର କାନପୁର ଅଞ୍ଚଳ ରୁ ପଶ୍ଚିମ ଓଡ଼ିଶା ବିଭିନ୍ନ ଗ୍ରାମକୁ ଆସିଥିଲେ । ପ୍ରଥମେ କାନପୁର ରୁ ଆସିଥିବା କାରଣରୁ ଏମାନଙ୍କୁ କାନପୁରୀ ଓ ଧୀରେ ଧୀରେ କାନପୁରୀ ରୁ ଅପଭ୍ରଂଶ ହୋଇ କାପରି ଭାବରେ ପରିଚିତ ପାଇଥିବା ଏହି ସମାଜ ର ଲୋକେ ମୁଖ୍ୟତଃ , ମସଲା ଓ କବିରାଜି ଔଷଧ ର ବ୍ୟବସାୟ କରି ଜୀବନଜୀବିକା ନିର୍ବାହନ କରୁଥିବା ଏହି ସମାଜ ର ଲୋକେ ଭଟଲି କୁ ନିଜର ମୁଖ୍ୟାଳୟ ବୋଲି ଭାବନ୍ତି । ଏହି କାରଣରୁ ଏହି ଭଟଲି ନିର୍ବାଚନ ମଣ୍ଡଳୀର ଯେକୌଣସି ସ୍ଥାନରେ ନିଜର ପୂଜାପାଠ ତଥା ଉପାସନା ଓ ପର୍ବପର୍ବାଣୀ ପାଇଁ ନିଜର କୂଳଦେବୀ ଙ୍କର ସ୍ଥାୟୀ ମନ୍ଦିର ନିର୍ମାଣ କରାଯିବାର କଥା ଭଟଲି ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀ ସୁଶାନ୍ତ ସିଂ ଙ୍କୁ ଜଣାଇଥିଲେ । ଏହି ସମାଜର ଲୋକଙ୍କ ଆବଶ୍ୟକତା କୁ ଦେଖି ଶ୍ରୀ ସିଂ କଥା ଦେଇଥିଲେ ଦେବୀ ଙ୍କର ଏକ ସ୍ଥାୟୀ ପୀଠ ର ନିର୍ମାଣ କରାଯିବ ବୋଲି । ଶେଷରେ ମନ୍ଦିର ନିର୍ମାଣ କାର୍ୟ୍ଯ ସମ୍ପୂର୍ଣ୍ଣ ହେବା ପରେ ସମାଜର ଅନୁରୋଧ କ୍ରମେ ମୁଖ୍ୟ ଅତିଥି ରୂପେ ମାନ୍ୟବର ବିଧାୟକ ସୁଶାନ୍ତ ସିଂହ ଯୋଗ ଦେଇ ହିଙ୍ଗୁଳାଇ ଦେବୀ ଙ୍କ ଆଶୀର୍ବାଦ ଭିକ୍ଷା ସହ କାପୁଡି ସମାଜ ର ଉନ୍ନତି ପାଇଁ ଦେବୀ ଙ୍କ ନିକଟରେ ପ୍ରାର୍ଥନା କରିଥିଲେ l ଏହା ସହିତ ପର୍ଯାୟ କ୍ରମେ ସମାଜ ର ସମାଜର ଅନ୍ୟାନ୍ୟ ଆବଶ୍ୟକତା କୁ ମଧ୍ୟ ପୂରଣ କରାଯିବ ବୋଲି ମାନ୍ୟବର ବିଧାୟକ କହିଥିଲେ । ଏହି କାର୍ଯ୍ୟକ୍ରମ ରେ ପଶ୍ଚିମ ଓଡିଶା ର ସମଗ୍ର କାପୁଡି ସମାଜ ର ସଦସ୍ୟ ଏବଂ ପଡୋଶୀ ଛତିଶଗଡ଼ , ମଧ୍ୟପ୍ରଦେଶ ରାଜ୍ୟ ରେ ରହୁଥିବା କାର୍ଯ୍ୟକର୍ତ୍ତା ଏବଂ ତାଙ୍କ ପରିବାର ବର୍ଗ ମାନେ ଯୋଗଦାନ କରିଥିଲେ ll
ରାଜ୍ୟ
କଥା ଦେଇ କଥା ରଖିଲେ ସୁଶାନ୍ତ ସିଂ
- Hits: 1297