ଟେନସନ ଭିତରେ ଖୁସି ଖବର: ନିଆଁ ଲାଗିଥିବା କୋଠାରୁ ଜୀବିତ ଉଦ୍ଧାର ହେଲା କଇଁଚ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ(ଅନିମେଶ ପଟ୍ଟନାୟକ): କଥାରେ ଅଛି ରଖେ ହରି ତ ମାରେ କିଏ । ବଡଦାଣ୍ଡ ସ୍ଥିତ ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ ଟ୍ରାଜେଡିରୁ ଆସିଛି ଏପରି କିଛି ଘଟଣା । ନିଆଁ ଲାଗିଥିବା କମ୍ପ୍ଲେକ୍ସରୁ ଉଦ୍ଧାର କାର୍ଯ୍ଯ ବେଳେ ଗୋଟେ ଛୋଟ କଇଁଚକୁ ଓଡ୍ରାଫ ଟିମ ଜୀବିତ ଉଦ୍ଧାର କରିଛନ୍ତି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । କଇଁଚକୁ ଜଣେ ସ୍ଥାନୀୟ ବାସିନ୍ଦା ନିଜ ଘରକୁ ନେଇଯାଇଥିବା ଜଣାପଡିଛି ।
କମ୍ପ୍ଲେକ୍ସକୁ ନିଆଁ ଲାଗିବାର ୧୬ ଘଣ୍ଟା ବିତି ଯାଇଛି । ହେଲେ ଆୟତ ହେଉନି ନିଆଁ । ଏହାକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ସମେତ ଅଗ୍ନିଶମ ଓ ଓଡ୍ରାଫ କର୍ମଚାରୀ ଟେନସନରେ ଥିବା ବେଳେ କଇଁଚକୁ ଜୀବିତ ଉଦ୍ଧାର କରିଥିବାରୁ ଉଦ୍ଧାରକାରୀ ଟିମକୁ ସାଧୁବାଦ ଦେଉଛନ୍ତି ସାଧାରଣ ଲୋକେ । କଇଁଚ ହେଉ ପଛେ ଜୀବନ ମରଣ କେବଳ ଜଗନ୍ନାଥଙ୍କ ହାତରେ । ତେଣୁ ରଖେ ହରି ତ ମାରେ କିଏ ବୋଲି କହି ମହାପ୍ରଭୁ ଜଗନ୍ନାଥଙ୍କୁ କୋଟି ପ୍ରଣାମ କରୁଛନ୍ତି ସାଧାରଣ ଲୋକେ ।

0
0
0
s2sdefault