କାମାକ୍ଷାନଗର/ରିତେଶ ବ୍ରହ୍ମା: ଭୁବନ ଥାନା ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ ଦେଖାଦେଇଛି ଶୋକାକୂଳ ପରିବେଶ । ଅଷ୍ଟପ୍ରହରୀ ନାମ ଯଜ୍ଞ ନିମନ୍ତେ ଏକ ଟ୍ରାକ୍ଟର ଯୋଗେ ଛଅ ଜଣ ଗ୍ରାମ୍ୟ ଜଙ୍ଗଲରୁ ଜାମୁ ଝାଟି ନିମନ୍ତେ ଯାଇଥିଲେ । ଜାମୁ ଝାଟି ନେଇ ଫେରିବା ସମୟରେ ଜାତୀୟ ରାଜପଥ ୫୩ ଜମୁନାକୋଟ ଛକ ପଣ୍ଡା ପୋଖରୀ ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହି ଦୁର୍ଘଟଣାରେ ଛଅ ଜଣ ଗୁରୁତରଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ମଠକରୋଗଳା ମେଡିକାଲରେ ଭର୍ତ୍ତୀ କରାଇଥିବାବେଳେ ଚାରି ଜଣଙ୍କୁ ଭୁବନ ମେଡିକାଲରେ ଭର୍ତ୍ତୀ କରାଇଥିଲେ । ତେବେ ମଠକରୋଗଳା ମେଡିକାଲରେ ଡାକ୍ତର ପ୍ରଫୁଲ୍ଲ କୁମାର ସାମଲଙ୍କୁ ମୃତ ଘୋଷଣା କରିଥିବାବେଳେ ହରିହର ସାମଲଙ୍କୁ ମୃତ ଘୋଷଣା କରିଥିଲେ ଭୁବନ ମେଡିକାଲ ଡାକ୍ତର । ତେବେ ଏହି ଦୁର୍ଘଟଣାରେ ଦୁଇ ଜଣ ନାବାଳକ ଗୁରୁତର ହୋଇ ଅଧିକ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତରମାନେ ହେଲେ ଉମାଶଙ୍କର ରାଉତ ୧୪ ବର୍ଷ,ସତ୍ୟଜିତ ପୁହାଣ ୧୫ ବର୍ଷ,ଜଳଧର ସ୍ବାଇଁ୬୫ ବର୍ଷ,ଅଜୟ ମହାନ୍ତି ୪୮ ବର୍ଷ । ତେବେ ଟ୍ରାକ୍ଟରଟିକୁ ସୁରପ୍ରତାପପୁର ଫାଣ୍ଡିରେ ଜବତ କରିବାଥିବାବେଳେ ଟ୍ରାକ୍ଟର ଡ୍ରାଇଭରକୁ ଭୁବନ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।
ରାଜ୍ୟ
ଟ୍ରାକ୍ଟର ଓଲଟି ଦୁଇ ମୃତ ଚାରି ଜଣ ଗୁରୁତର
- Hits: 291