ନୟାଗଡ଼,୬/୪: 'ସେବା' ଅନୁଷ୍ଠାନରେ ନୟାଗଡ ଜିଲ୍ଲା ଅଇନସେବା ପ୍ରାଧିକରଣ ତରଫରୁ -ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଅଛି । ବୈକୁଣ୍ଠନାଥ ବେହେରା ସ୍ବାଗତ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାଧିକରଣ ତରଫରୁ
ପବନ କୁମାର ବେହେରା ବିଷୟ ବସ୍ତୁର ତାତ୍ପର୍ଯ୍ୟ ବାଖ୍ୟା କରିଥିଲେ । ପ୍ରାଧିକରଣ ସଚିବ ତଥା ବରିଷ୍ଠ ବର୍ଗ ବିଚାରପତି ବିଶେଷ କୁମାର ସାହୁ ବାଳିକା ଏବଂ ମହିଳା ଶକ୍ତିର ସୁଦୁପୋଯୋଗ ଏବଂ ଏହି ଦିଗରେ ଆଇନଗତ ସୁରକ୍ଷା ବର୍ଣନା କରିଥିଲେ ।
ପ୍ରାଧିକରଣ ସଦସ୍ୟ କ୍ଷଣପ୍ରଭା କର, ବରିଷ୍ଠ ଆଇନଜୀବୀ ରମେଶ ଚନ୍ଦ୍ର ମହାରଣା ନିଜ ନିଜର ବକ୍ତବ୍ୟ ରଖିଥିଲେ ।
ଉପସ୍ଥିତ ଶତାଧିକ ଶ୍ରୋତା ମଧ୍ୟରେ କେତେକ ତାହାଙ୍କ ସନ୍ଦେହକୁ ପଚାରି ବୁଝିଥିଲେ । ସେବାର ସାଧାରଣ ସମ୍ପାଦକ ସଞ୍ଜୟ କୁମାର ସୁବୁଦ୍ଧି ଏହି ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରିବା ସହିତ, ଧନ୍ୟବାଦ ଅର୍ପଣ କରିଥିଲେ ।
ରାଜ୍ୟ
ନୟାଗଡ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅନୁକୁଲ୍ୟରେ - ଆନ୍ତର୍ଜାତିକ ମହିଳା ଦିବସ ପାଳିତ
- Hits: 335