ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମାଗଣା ସିଟି ସ୍କାନ ଶୁଭରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୫.୩.୨୦୨୩/ସୁମନ୍ତକୁମାରଦାସ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଦ୍ଵାରା ଆୟୋଜିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ,ଜଗତସିଂହପୁର ଠାରେ ନିଦାନ ସେବା ଅନ୍ତର୍ଗତ ମାଗଣା ସିଟି ସ୍କାନ ର ଶୁଭାରମ୍ଭ ଆଜି ମାନ୍ୟବର ଏମ.ପି ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ମାନ୍ୟବର ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମୁଦୁଲିଙ୍କ କର କମଳରେ ଏହି ସିଟିସ୍କlନ ସେବାର ଶୁଭାରମ୍ବ ହୋଇଛି l ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଇନଚାର୍ଜ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ସାହୁ, ପୌରଦକ୍ଷ ଶ୍ରୀମତୀ ଅର୍ଚନା ସିଂହ, ଅଧକ୍ଷ, ଜିଲ୍ଲା ପରିଷଦ ମୋନଜ କୁମାର ଭୋଇ, ଜଗତସିଂହପୁର ଚିୟାର ମ୍ୟାନ ଶ୍ରୀମତୀ କନକପ୍ରଭା ଲେଙ୍କା ଓ ଭାଇସ ଚୟାରମ୍ୟାନ ଚିତ୍ତରଞ୍ଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ l ଏହି ମାଗଣା ସିଟି ସ୍କାନ ସେବା ଏହି ଓଡି଼ଶା ସରକାର ଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନର ପି. ପି. ପି (ପବ୍ଲିକ ପ୍ରାଇଭେଟ ପାର୍ଟନରସିପ ) ମାଧ୍ୟମ ରେ ଚାଲୁଅଛି l ଏହି ଉଦଘାଟନୀ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କ୍ଷେତ୍ରବାସୀ ଦାଶ ଏଡିଏମ ଓ ମେଡିକାଲ ଡାକ୍ତର ନିମାଇଁ ଚରଣ ନାୟକ, ଡି. ପି. ଏମ ଚକ୍ରଧର ଜେନା,ଡାକ୍ତର ଅଜୟ କୁମାର ସ୍ୱାଇଁ, ହସ୍ପିଟାଲ ମ୍ୟାନେଜର ସସ୍ମିତା ସାହୁ, ଡେ଼ପୁଟି ମ୍ୟାନେଜର ଶୁକାନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ଏଥି ସହିତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ କାମିନୀ ରଞ୍ଜନ ପଟ୍ଟନାୟକ ସହିତ ଗଣ ମାଧ୍ୟମ ପ୍ରତିନିଧି, ମହିଳା ସ୍ୱାସ୍ଥ୍ୟ କର୍ମୀ, ଆଶା କର୍ମୀ, ରାଜନେତା ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ l

0
0
0
s2sdefault