ହେଡଲାଇନସ୍:

ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଇଣ୍ଡିଆନ ବ୍ୟୁରୋ ଅଫ୍‍ ମାଇନ୍ସ ପକ୍ଷରୁ ଫାଇଭ ଷ୍ଟାର ମାନ୍ୟତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାଶୀପୁର /ଟିକିରି ରୁ ବୈକୁଣ୍ଠ ଦୁରିଆ : ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ୍‍ ଲିମିଟେଡର ଏକ ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନାର ବାଫିଲମାଳି ବକ୍ସାଇଟ ଖଣିକୁ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ପକ୍ଷରୁ ସମ୍ମାନଜନକ ୫ ଷ୍ଟାର୍‍ ମାନ୍ୟତା ୨୦୨୩ ମାର୍ଚ୍ଚ ୧ରେ ‘ଖଣିଜ ଦିବସ’ ଅବସରରେ ପ୍ରଦାନ କରାଯାଇଛି । ଭାରତ ସରକାରଙ୍କ ମାନନୀୟ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଏବଂ ତାଙ୍କ ସହିତ ଇସ୍ପାତ ଓ ଖଣି ସଚିବ ଶ୍ରୀ ବିବେକ ଭରଦ୍ୱାଜ, ଅତିରିକ୍ତ ସଚିବ ଏବଂ ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସର କଂଟ୍ରୋଲର ଜେନେରାଲ ଉପସ୍ଥିତ ରହି ବିଜେତାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।
ସାମାଜିକ ଦାୟିତ୍ୱବଦ୍ଧତା, ପରିବେଶଗତ ଅନୁକୂଳ, ବୈଷୟିକ ଏବଂ ବିଜ୍ଞାନସମ୍ମତ ଭାବରେ ମଜଭୁତ ଖଣିକାର୍ଯ୍ୟ ପରିଚାଳନା ଏବଂ ଦୀର୍ଘସ୍ଥାୟୀ ଭୂମି ବ୍ୟବହାର କ୍ଷେତ୍ରରେ ସର୍ବୋତ୍ତମ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିବା ସକାଶେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଦ୍ୱାରା ଏହି ପୁରସ୍କାର ପ୍ରଦାନ କରାଯାଉଛି । ଏହି ଅବସରରେ ୫ ଷ୍ଟାର୍‍ ଖଣି ମାଲିକମାନଙ୍କୁ ସମ୍ବର୍ଦ୍ଧିତ କିରବାକୁ ଆଇବିଏମ୍‍, ନାଗପୁର ପକ୍ଷରୁ ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନା କରାଯାଇଥିଲା ।
ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜ ତାହାର ବାଫିଲମାଳି, ଆମ୍‍ତିପାଣି, ଭୂସର ଓ ସାମ୍ରି ଆଦି ଭାରତର ବିଭିନ୍ନ ସ୍ଥାନରେ ଅବସ୍ଥିତ
ବକ୍ସାଇଟ ଖଣିଗୁଡିକ ସକାଶେ ଚାରିଟି ୫ଷ୍ଟାର୍‍ ମାନ୍ୟତା ଲାଭ କରିସାରିଛି । ହିଣ୍ଡାଲ୍‍କୋର ସର୍ବବୃହତ୍‍ ଖଣି ଭାବରେ ବାଫିଲମାଳି ବକ୍ସାଇଟ ଖଣି ବକ୍ସାଇଟ ଉତ୍ତୋଳନ, ଜମିର ପୁନଃଭରଣା ଏବଂ ପୁନର୍ବାସ, ସିଏସ୍‍ଆର ଏବଂ ଦୀର୍ଘସ୍ଥାୟୀ ପ୍ରୟାସସମୂହ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ୨୦୨୧-୨୨ ବର୍ଷ ପାଇଁ ରିଟର୍ଣ୍ଣର ଯାଞ୍ଚ, ରେକର୍ଡ ଏବଂ ସଫଳତା ଆଦି ସମୟରେ ଆଇବିଏମ୍‍ ଅଧିକାରୀମାନଙ୍କ ଦ୍ୱାରା କଡାକଡି ତଦାରଖ କରାଯିବା ପରେ ଏହି ପୁରସ୍କାର ପ୍ରଦାନ ପାଇଁ ମନୋନୀତ କରାଯାଇଥିଲା । ବାଫିଲମାଳି ବକ୍ସାଇଟ ଖଣିକୁ ଏସଡିଏଫ ସର୍ତ୍ତାବଳୀନ ଅନୁପାଳନ କରି ଏହାର ପ୍ରଶଂସନୀୟ ଏବଂ ସଠିକ କାର୍ଯ୍ୟ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।
ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ ସମାରୋହରେ ଶ୍ରୀ ରାଜେଶ ଗୁପ୍ତା, ବିଜନେଓ ହେଡ୍‍, ହିଣ୍ଡାଲ୍‍କୋ, ଶ୍ରୀ ବ୍ରିଜେଶ ଝା, ବକ୍ସାଇଟ ହେଡ୍‍, ହିଣ୍ଡାଲ୍‍କୋ, ଶ୍ରୀ ମୁକେଶ କୁମାର ଝା, ମାଇନ୍ସ ହେଡ୍‍, ଉତ୍କଳ ଆଲୁମିନା, ଶ୍ରୀ କେ ସି ଜ୍ୟୋତିଷୀ, ଜିଓଲୋଜି ହେଡ୍‍, ଉତ୍କଳ ଆଲୁମିନା ଏବଂ ଶ୍ରୀ ପ୍ରଦ୍ୟୁମ୍ନ ଦାସ, ମ୍ୟାନେଜର ମାଇନ୍ସ, ଉତ୍କଳ ଆଲୁମିନା ଏବଂ ହିଣ୍ଡାଲ୍‍କୋ ଇଣ୍ଡଷ୍ଟ୍ରିଜର ଅନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ ।
ଉତ୍କଳ ଆଲୁମିନାର ୟୁନିଟ ହେଡ୍‍ ତଥା ପ୍ରେସିଡେଣ୍ଟ ଶ୍ରୀ ମଜହର ବେଗ୍‍ ଆନନ୍ଦ ପ୍ରକାଶ କରିବା ସହିତ ଏହି ପୁରସ୍କାର ନିମନ୍ତେ ଆଇବିଏମ୍‍କୁ କୃତଜ୍ଞତା ଜଣାଇଥିଲେ । ସେ ଉଲ୍ଲେଖ କରିଥିଲେ ଯେ, ଉତ୍କଳ ଆଳୁମିନା ଦୀର୍ଘସ୍ଥାୟୀ ଖଣି ମାନକ ଅନୁପାଳନ କରି ଜନସାଧାରଣଙ୍କର ସାମଗ୍ରିକ ବିକାଶ ନିମନ୍ତେ ସର୍ବଦା ପ୍ରତିବଦ୍ଧ ରହିଛି ।

0
0
0
s2sdefault