ହେଡଲାଇନସ୍:

ଜାତୀୟ ସୁରକ୍ଷା ଦିବସ : ନିଜର ସର୍ବବୃହତ ଆଲୁମିନିୟମ ସ୍ମେଲ୍ଟର ପାଇଁ ଟ୍ରାନ୍ସଜେଣ୍ଡର ସୁରକ୍ଷା ପ୍ରଫେସନାଲମାନଙ୍କୁ ନିଯୁକ୍ତ କଲା ବେଦାନ୍ତ ଆଲୁମିନିୟମ୍ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ :ରାଷ୍ଟ୍ରୀୟ ସୁରକ୍ଷା ଦିବସ ଅବସରରେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ କମ୍ପାନୀ ବେଦାନ୍ତ ଆଲୁମିନିୟମ ଝାରସୁଗୁଡ଼ା (ଓଡ଼ିଶା) ଠାରେ ଥିବା ବିଶ୍ୱର ସର୍ବବୃହତ ସ୍ମେଲ୍‌ଟର ପ୍ଲାଂଟରେ ସୁରକ୍ଷା କାର୍ଯ୍ୟ ପାଇଁ ସାତଜଣ ତୃତୀୟ ଲିଙ୍ଗ ପେଷାଦାର ନିଯୁକ୍ତ କରିଛି । ସାତଜଣ କର୍ମଚାରୀ ଅରୁନିତା ପୟାସିଂହ, ଆରୋହି ଶର୍ମା, ସନ୍ଧ୍ୟା ଯାଦବ, ସିଦ୍ଧି ନାଗେ, ଖୁସି ଧ୍ରୁବ, ପବିତ୍ର ଏବଂ ରୋମା ଧ୍ରୁବ କମ୍ପାନୀର ସୁରକ୍ଷା ଦଳରେ ଯୋଗଦେଇଛନ୍ତି | ଏମାନେ ଦିନରାତି କମ୍ପାନୀ ସମ୍ପତି ଓ ଲୋକବଳଙ୍କର ସୁରକ୍ଷାକୁ ସୁନିଶ୍ଚିତ କରିବେ । ବେଦାନ୍ତ ଆଲୁମିନିୟମରେ ଏଲଜିବିଟିକ୍ୟୁଆଇଏ+ ପେଷାଦାରଙ୍କ ଏହା ହେଉଛି ଦ୍ୱିତୀୟ ନିଯୁକ୍ତି, ଏହା ପୂର୍ବରୁ କମ୍ପାନୀର ଛତିଶଗଡ଼ ଭିତିକ ସହାୟକ କମ୍ପାନୀ ବାଲ୍‌କୋଠାରେ ପୂର୍ବରୁ ନିଯୁ୍‌କ୍ତି ଦିଆଯାଇଥିଲା । ଗତବର୍ଷ, କମ୍ପାନୀ ଏଲକ୍ୟୁବିଟିକ୍ୟୁଆଇଏ+ ପ୍ରତିଭା ପୁଲ୍‌ରେଏହାର ନିଯୁକ୍ତି ଆଭିମୁଖ୍ୟକୁ ବିସ୍ତାର କରିବାକୁ ଲକ୍ଷ୍ୟ ରଖିଥିଲା, ଯେଉଁମାନେଏପର୍ଯ୍ୟନ୍ତ ମୁଖ୍ୟସ୍ରୋତ ଏବଂ କର୍ପୋରେଟ୍ ଗତରେ ଗ୍ରହଣୀୟ ହୋଇନାହାନ୍ତି ସେମାନଙ୍କୁ ନିଯୁକ୍ତି ଦେଇଛି ।
୧୪ ଜଣ ତୃତୀୟଲିଙ୍ଗ କର୍ମଚାରୀଙ୍କ ସହିତ ବେଦାନ୍ତ ଆଲୁମିନିୟମ ବର୍ତମାନ ଭାରତ ଓ ବିଶ୍ୱରେ ହାତଗଣତି ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ରହିଛି, ଯେଉଁଥିରେ କୋର ଅପରେସନରେ ଏଲଜିବିଟିକ୍ୟୁଆଇଏ+ କର୍ମଚାରୀ ରହିଛନ୍ତି । ସର୍ବଭାରତୀୟସ୍ତରରେ ଉତ୍ପାଦନ ଏବଂ ହେଭି ଇଞ୍ଜିନିୟରିଂଶିଳ୍ପରେ ଲିଙ୍ଗ ବିବିଧତା ଅନୁପାତ ପାରମ୍ପରିିକ ଭାବରେ କମ ହିଛିଏବଂଏହି ଅଭାବ ଏପରିକି ଧାତୁ ଓ ଖଣିରେ ଅଧିକ ଦ୍ରୁତ ଓ ଏକ ବିବିଧକର୍ମଜୀବୀ ଗଠନ ପାଇଁ ବେଦାନ୍ତ ଆଲୁମିନିୟମ ଉଚ୍ଚଦକ୍ଷତାସମ୍ପନ୍ନ ମହିଳା ଓ ଏଲଜିବିଟିକ୍ୟୁଆଇଏ+ ପେଷାଦାରମାନଙ୍କୁଏଥିରେ ଯୋଗଦେବାକୁ ଆକର୍ଷିତ କରିବା ଦିଗରେ ବ୍ୟାପକ କାର୍ଯ୍ୟ କରୁଛି ।
ସ୍ମାର୍ଟ ଉତ୍ପାଦନ ପ୍ଲାଂଟକୁ ସେମାନଙ୍କୁ ଆଣିବାପାଇଁ ଏବଂ ସେମାନଙ୍କୁ ଅର୍ଦ୍ଧ-କୁଶଳୀବ୍ୟକ୍ତିଙ୍କ ଠାରୁ ବୃତିଗତ ହେବାରେ ସାହାଯ୍ୟ କରିବାକୁ, ବେଦାନ୍ତ ଆଲୁମିନିୟମଏକ ତିନି-ପ୍ରଣାଳୀ ବ୍ୟବସ୍ଥା ଗ୍ରହଣ କରିଛି, ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି: କୌଶଳ ମ୍ୟାପିଂ ଅଧ୍ୟୟନ କରି ଏକ ଉତ୍ପାଦନ କାର୍ଯ୍ୟ କରିବା ପାଇଁ ସର୍ବନିମ୍ନ ଆବଶ୍ୟକ କୌଶଳ ଥିବା ଟ୍ରାନ୍‌ସଲୋକମାନଙ୍କର ଚିହ୍ନଟ । ନିଯୁକ୍ତମାନଙ୍କ ପାଇଁ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯାହା ସଫ୍‌ଟ-ସ୍କିଲ୍ ଓ ବ୍ୟବସାୟ ଜ୍ଞାନ ସହିତ ଆବଶ୍ୟକ ଦକ୍ଷତା ବୃଦ୍ଧି ରେ ସହାୟକ ହେବ ।
ଟ୍ରାନ୍‌ସଲୋକଙ୍କ ସାମାଜିକ ତଥା ମାନସିକ ଆହ୍ୱାନ, ଉପଯୁକ୍ତ ଆଚରଣ ଏବଂସମସ୍ତଙ୍କ ପାଇଁ ଏକ ସମନ୍ୱିତ ତଥା ଉତ୍ସାହଜନକ ପରିବେଶ ଗଠନ ପାଇଁ କାର୍ଯ୍ୟକରିବାର ପଦ୍ଧତି ସହିତ ଏହାର କର୍ମଜୀବୀ ପାଇଁ ଲିଙ୍ଗ ସମ୍ବେଦନଶୀଳ ଅଧିବେଶନ କରି ଏକ ସହାନୁଭୂତିମୂଳକ ଏବଂ ଅନ୍ତର୍ଭୁକ୍ତି ପରିବେଶ ସୃଷ୍ଟି କରାଯାଇପାରିବ । ଆବଶ୍ୟକ ଭିତିଭୂମିର ବୃଦ୍ଧିକୁ ସୁନିଶ୍ଚିତ କରିବା ମଧ୍ୟଏଥିରେ ଅନ୍ତର୍ଭୁକ୍ତ ।
ଆଗକୁ ବଢ଼ିବାକୁ, କମ୍ପାନୀ ଏହାର ବ୍ୟବସାୟ ସହଭାଗୀ ମାନଙ୍କ ମାଧ୍ୟମରେ ଏହାର ଲୋକବଳ ବିବିଧତାକୁ ବୃଦ୍ଧି କରିବାପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଗାବରେ ଏଲଜିବିଟିକ୍ୟୁଆଇଏ+ ଗୋଷ୍ଠୀରୁ ଅଧିକ କର୍ମଚାରୀ ନିଯୁକ୍ତି କରିବାକୁ ଇଚ୍ଛା ପ୍ରକାଶ କରୁଛି ।
ନୂତନ ଟ୍ରାନ୍‌ସ ସହକର୍ମୀଙ୍କୁ ସ୍ୱାଗତ କରି ବେଦାନ୍ତ ଲିମିଟେଡ଼, ଝାରସୁଗୁଡ଼ାର ସିଇଓ ଶ୍ରୀଯୁକ୍ତ ସୁନୀଲ ଗୁପ୍ତା କହିଲେ, ବିବିଧତା ପାଇଁ ଆମର ଏକ ଅନ୍ତର୍ନିହିତ ଆଭିମୁଖ୍ୟ ରହିଛି, ଯାହା ଯୋଗ୍ୟତାକୁ ସ୍ୱୀକୃତି ଦେଇଥାଏ ଏବଂ ସମାନ କାର୍ଯ୍ୟକ୍ଷେତ୍ର ସୃଷ୍ଟି କରିବା ଦିଗରେ ବ୍ୟାପକ ପ୍ରୟାସ । ଆମର କର୍ମଚାରୀଙ୍କ ଆଧାରରେ ବିବିଧତାକୁ ଆହୁରି ବୃଦ୍ଧି କରିବାକୁ ଆମର ଯୋଜନା ଅଛି | ତେଣୁ ଆମର ବ୍ୟବସାୟକୁୁ ଆଗକୁ ନେବାପାଇଁ ମାନବପୁଞ୍ଜିର ର ପୂର୍ଣ୍ଣ ସମ୍ଭାବନାକୁ ବ୍ୟବହାର କରିପାରିବା ।
ନୂତନ ଭାବେ ନିଯୁକ୍ତ ତୃତୀୟ ଲିଙ୍ଗୀ କର୍ମଚାରୀଙ୍କ ମଧ୍ୟରୁ ଆରୋହୀ ଶର୍ମା କହିଲେ, ବେଦାନ୍ତ ଝାରସୁଗୁଡ଼ା ମୋର ତଥା ମୋ ସହକର୍ମୀ ମାନଙ୍କ ପାଇଁ ସଂସ୍ଥା ମଧ୍ୟକୁ ଏକ ସହଜ ପ୍ରବେଶକୁ ସୁନିଶ୍ଚିତ କରିଛି । ଆମକୁ ଦୃଢ଼ କାର୍ଯ୍ୟକ୍ଷମ କରିବା, ନିରାପତା ତାଲିମ, ବିବିଧ ଏବଂ ସମାନ ସୁଯୋଗ ଉପରେ ଅଧିବେଶନ, ଏବଂ କମ୍ପାନୀର ସୁରକ୍ଷା ବଳର ଅଂଶ ଭାବରେ ଆମର ଭୂମିକା ଓ ଦାୟିତ୍ୱ ପାଇଁ ବୈଷୟିକ ତାଲିମ ପ୍ରଦାନ କରାଯାଇଛି । ଏହି ଜୀବନ ପରିବର୍ତନକାରୀ ସୁଯୋଗ ପାଇଁ ମୁଁ ବେଦାନ୍ତକୁ ଧନ୍ୟବାଦ ଦେଉଛି ।
ଅନ୍ୟଜଣେ କର୍ମଚାରୀ ରୋମା ଧ୍ରୁବ କହିଲେ, ସମାଜରେ ବଂଚିବା ପାଇଁ ସଂଘର୍ଷ କରିବା ଠାରୁ ଆରମ୍ଭ କରିବିଶ୍ୱର ଅନ୍ୟତମ ବୃହତମ ଆଲୁମିନିୟମ କାରଖାନାର ସୁରକ୍ଷା ପରିଚାନଳା ପାଇଁ କ୍ଷମତା ପ୍ରଦାନ କରାଯାଇଥିବାରୁମୁଁଗର୍ବିତ । ଏହା ଆମ ଜୀବନ ଏବଂ ତୃତୀୟ ଲିଙ୍ଗ ସମ୍ପମ୍ରଦାୟ ପାଇଁ ସବୁଠାରୁ ଖୁସିର ମୂହୁର୍ତ । ଆମକୁ କମ୍ପାନୀ ତାର ଅଭିବୃଦ୍ଧିର ଅଂଶ ହେବାର ସୁଯୋଗ ଦେଇଥିବାରୁ ମୁଁ ବେଦାନ୍ତ ଆଲୁମିନିୟମକୁ ଧନ୍ୟବାଦ ଜଣାଉଛି ।
ବେଦାନ୍ତ ଆଲୁମିନିୟମ, ବେଦାନ୍ତ ଲିମିଟେଡ଼ରଏକ ବ୍ୟବସାୟ ଅଟେ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ, ଏହା ଭାରତର ଅଧାରୁ ଅଧିକ ଆଲୁମିନିୟମ ନିର୍ମାଣ କରିିଥାଏ, ଯାହାକି ଆର୍ଥିକବର୍ଷ ୨୦୨୨ ରେ ୨.୨୭ ମିଲିଅନଟନ୍ |ମୂଲ୍ୟଯୁକ୍ତ ଆଲୁମିିନିୟମ ଉତ୍ପାଦ ଗୁଡ଼ିକରେ ଏହା ଅଗ୍ରଣୀ ଅଟେ । ବେଦାନ୍ତ ଆଲୁମିିନିୟମ ଡ଼ୋଜୋନ୍‌ସସଷ୍ଟେନେବିଲିଟି ଇଣ୍ଡେକ୍ସ (ଡ଼ିଜେଏସଆଇ) ୨୦୨୨ ରେ ଆଲୁମିିନିୟମ ଶିଳ୍ପ କ୍ଷେତ୍ରରେ ସାରାବିଶ୍ୱରେ ୨ୟ ସ୍ଥାନ ଅଧିକାରକରିଛି । ଏହା ସ୍ଥାୟୀ ବିକାଶ ଅଭ୍ୟାସର ପ୍ରତିଫଳନ ଅଟେ । ଭାତରରେଏହାରବିଶ୍ୱ ଶ୍ରେଣୀୟ ଆଲୁମିନିୟମ ସ୍ମେଲ୍‌ଟର, ଆଲୁମିନା ରିଫାଇନାରୀ ଓ ପାୱାରପ୍ଲାଂଟ ସହିତ କମ୍ପାନୀ ଆଲୁମିିନିୟମର ଉଦୀୟମାନ ପ୍ରୟୋଗକୁ ଭବିଷ୍ୟତର ଧାତୁ ଭାବରେ ତ୍ୱରାନ୍ୱିତ କରିବାର ଲକ୍ଷ୍ୟ ପୂରଣ କରେ ।

0
0
0
s2sdefault