ହେଡଲାଇନସ୍:

ଜିଲ୍ଲାପରିଷଦ ସଭାଗୃହ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ -

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁବର୍ଣ୍ଣପୁର,( ପ୍ରକାଶ କୁମାର ହାତୀ). ସେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ସଭାଗୃହ ରେ ଜିଲ୍ଲାସ୍ତରୀୟ ପଞ୍ଚାୟତି ରାଜ ଦିବସ ଓ ଲୋକସେବା ଦିବସ ପାଳନ ଅନୁଷ୍ଠିତ ହୋଇଯାଇଛି l ଦିବସ ପାଳନ ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟ ନାରାୟଣ ଦାଶ ମୁଖ୍ୟଅତିଥି ଭାବେ ଯୋଗଦାନ କରି ଦିବସ ପାଳନର ତାତ୍ପର୍ଯ୍ୟ କହିବା ସହ ଦିବସର ମହତ୍ୱ କୁ ସବୁ ବର୍ଗରେ ଗୁରୁତ୍ୱ ଦେଇ ସମସ୍ତେ ନିଜ ନିଜ ସ୍ତରରେ ସମାଜ ବିକାଶ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରି ଆଚରଣ ଓ ଉଚ୍ଚାରଣ ରେ ଦୃଢ଼ ହେବାକୁ ପରାମର୍ଶ ଦେଇଛନ୍ତି l ସମସ୍ତେ ସ୍ୱାର୍ଥ ର ଉର୍ଦ୍ଧରେ ରହି ଜିଲ୍ଲା ତଥା ସମାଜ ବିକାଶ ରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି l ଦିବସ ପରିପ୍ରେକ୍ଷୀରେ ଅନ୍ୟତମ ଅତିଥି ଭାବରେ ତହସିଲଦାର ସୋନପୁର ନବୀନ କିଶୋର ପାଢ଼ୀ, ବକ୍ତା ଭାବେ ସ୍ୱପ୍ନା ମହାପାତ୍ର ଅଧ୍ୟକ୍ଷା, ମା ମାହେଶ୍ୱରୀ ମହାବିଦ୍ୟାଳୟ ଯୋଗଦାନ କରି ଯୋଗଜନ୍ମା ଓଡ଼ିଶାର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ଜୀବନ ଦର୍ଶନ ଓ ସମାଜ ପ୍ରତି ଦେଇଥିବା ବିଶେଷ ଅବଦାନ କୁ ଆଲୋକ ପାତ କରି ତାଙ୍କର ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସମାଜ ର ବିକାଶ ରେ ଆଗେଇ ଆସିବାକୁ ପରାମର୍ଶ ଦେଇଛନ୍ତି l ଜିଲ୍ଲା ପଞ୍ଚାୟତ ଅଧିକାରୀ ଅର୍ଜୁନ ଚରଣ ମାଝୀ ସଭା ପରିଚାଳନା କରିଥିବା ବେଳେ ଜିଲ୍ଲାପରିଷଦ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମତୀ ଶୈଳବାଳା ପଟ୍ଟନାୟକ ସଭା ସଂଚାଳନ କରିଥିଲେ l
ସମାରୋହ ପ୍ରାରମ୍ଭ ରେ ମୁଖ୍ୟଅତିଥି ତଥା ଅନ୍ୟାନ୍ୟ ଅତିଥି ବୃନ୍ଦ ଓଡ଼ିଶାର ବରପୁତ୍ର ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋଚିତ୍ର ରେ ପୁଷ୍ପମାଳା ପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ବଳନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ପରେପରେ ସୁବର୍ଣ୍ଣପୁର ଜିଲ୍ଲାରେ ୨୦୨୧-୨୨ଆର୍ଥିକ ବର୍ଷରେ ସମସ୍ତ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ ର ସତର ଗୋଟି ଲକ୍ଷ୍ୟ କୁ ନେଇ ଏହାର ସ୍ଥାନୀୟ କରଣ ନିମନ୍ତେ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ର ଗୁଡିକର ସଫଳ କାର୍ଯ୍ୟକାରିତା ପାଇଁ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲା ପରିଷଦ କୁ ରାଜ୍ୟ ସ୍ତରରେ ସର୍ବୋତ୍ତମ ତିନୋଟି ଜିଲ୍ଲା ପରିଷଦ ବା ଜିଲ୍ଲା ପଞ୍ଚାୟତ ମଧ୍ୟରେ ଦ୍ଵିତୀୟ ସର୍ବୋତ୍ତମ ଜିଲ୍ଲାପରିଷଦ ଭାବେ ରାଜ୍ୟ ସରକାରଙ୍କ ତରଫରୁ ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପ୍ରଦାନ ନିମନ୍ତେ ମନୋନୟନ କରାଯାଇ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି l ସେହିପରି ଏହି ବର୍ଗରେ ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଶୁଖା ଗ୍ରାମପଂଚାୟତ କୁ ରାଜ୍ୟର ସର୍ବୋତ୍ତମ ତିନୋଟି ଗ୍ରାମ ପଞ୍ଚାୟତ ମଧ୍ୟରେ ତୃତୀୟ ସର୍ବୋତ୍ତମ ଭାବେ ୧୦ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ନିମନ୍ତେ ମନୋନୀତ ହୋଇ ରାଜ୍ୟ ସ୍ତରୀୟ ଉତ୍ସବରେ ପୁରସ୍କୃତ କରାଯାଇଛି l ଏତଦ ବ୍ୟତୀତ ୯ ଗୋଟି ବିଷୟ ଭିତ୍ତିକ କ୍ଷେତ୍ର ରେ ଗତ ୨୦୨୧-୨୨ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଷୟ ଭିତ୍ତିକ କ୍ଷେତ୍ର ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ନିମନ୍ତେ ଜିଲ୍ଲାର ବିନିକା ପଞ୍ଚାୟତ ସମିତି ଅନ୍ତର୍ଗତ ସିଲାଟି ଗ୍ରାମପଂଚାୟତ କୁ ଭିତ୍ତିଭୂମି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ଗ୍ରାମ ପଞ୍ଚାୟତ ନିମନ୍ତେ ତୃତୀୟ ଓ ଉଲୁଣ୍ଡା ପଞ୍ଚାୟତସମିତି ଅନ୍ତର୍ଗତ ଉଲୁଣ୍ଡା ଗ୍ରାମପଂଚାୟତ କୁ ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତ ନିମନ୍ତେ ପ୍ରଥମ ପୁରସ୍କାର ଯଥାକ୍ରମେ ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ୩ ଲକ୍ଷ ଓ ୫ ଲକ୍ଷ ଟଙ୍କା ଅର୍ଥ ରାଶି ପୁରସ୍କାର ଜୟଦେବ ଭବନ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସମାରୋହରେ ପୁରସ୍କୃତ କରାଯାଇଛି l ରାଜ୍ୟ ସ୍ତରୀୟ ପୁରସ୍କାର ଗ୍ରହଣ କରିବା ନିମନ୍ତେ ଜିଲ୍ଲା ସ୍ତରରୁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କଁହର, ସହ ଶୁଖା, ସିଲାଟି, ଉଲୁଣ୍ଡା ଗ୍ରାମ ପଞ୍ଚାୟତ ର ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ପୁରସ୍କାର ଗ୍ରହଣ ନିମନ୍ତେ ରାଜ୍ୟ ସ୍ତରୀୟ ସମାରୋହରେ ଯୋଗଦାନ କରିଛନ୍ତି l
ଜିଲ୍ଲାସ୍ତରୀୟ ପଞ୍ଚାୟତ ଦିବସ ଓ ଲୋକସେବା ଦିବସ ଅବସରରେ ପ୍ରଥମ ବର୍ଗ ରେ ସମସ୍ତ ୯ ଟି ବିଷୟ ଭିତ୍ତିକ କ୍ଷେତ୍ର ରେ ଗତ ୨୦୨୧-୨୨ଆର୍ଥିକ ବର୍ଷରେ ଡୁଙ୍ଗୁରିପାଲି ବ୍ଲକ ର ଶୁଖା, ଭୀମଟିକିରା ଓ ଉଲୁଣ୍ଡା ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଭାବେ ଯଥାକ୍ରମେ ଅର୍ଥ ରାଶି ସ୍ୱରୂପ ୩ଲକ୍ଷ, ୨ଲକ୍ଷ ଓ ୧ଲକ୍ଷ ପ୍ରଦାନ କରାଯାଇଛି l ସେହିପରି ଦ୍ଵିତୀୟ ବର୍ଗରେ ୯ ଟି ଵିଷୟ ଭିତ୍ତିକ କ୍ଷେତ୍ର ମଧ୍ୟରେ ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ପଞ୍ଚାୟତ ସ୍ତରରେ ଉଲ୍ଲେଖନୀୟ କାର୍ଯ୍ୟ ନିମନ୍ତେ ଜିଲ୍ଲାର ଯାଲୋଇ, କଳାପଥର, ମେଘଲା, ଶୁଖା, ସିଲାଟି, ଚାରଭଟା, ଓ ସିଙ୍ଗିଯୁବା ଗ୍ରାମପଞ୍ଚାୟତ କୁ ପ୍ରତ୍ୟେକ ଙ୍କୁ ବିଜୁପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ମାନପତ୍ର ସହ ୧ ଲକ୍ଷ ଟଙ୍କାର ଅର୍ଥ ପୁରସ୍କାର ପ୍ରଦାନ କରିଛନ୍ତି ଅତିଥିବୃନ୍ଦ l ସମାରୋହ ରେ ଜିଲ୍ଲା ର ସରପଞ୍ଚ, ସରପଞ୍ଚ ପ୍ରତିନିଧି, ବିଭାଗୀୟ ଅଧିକାରୀ,ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault