ହେଡଲାଇନସ୍:

ବିଧାୟକଙ୍କ ଉଦ୍ୟମ କ୍ରମେ ଚାଷୀମାନଙ୍କ ସୁବିଧା ପାଇଁ କେନାଲ ରେ ତିଆରି ହେଲା ଗାର୍ଡ଼ୱାଲ : ଚାଷୀମାନଙ୍କ ମୁହଁରେ ଆନନ୍ଦର ଲହରୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାହାଙ୍ଗା,ତା:୦୫.୦୩ : ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ବହୁ ଚାଷୀମାନଙ୍କ ଦୁଃଖ ଦୂର ହେବାକୁ ଯାଉଛି । ସୂଚନାଥାଉକି ନିଶ୍ଚିନ୍ତକୋଇଲି ବ୍ଲକ କେନ୍ଦୁପାଟଣା ଜଳସମ୍ପଦ ବିଭାଗୀୟ ଉପଖଣ୍ଡଙ୍କ ଅଧିନରେ ୮ନଂ କେନାଲ ରହିଛି । ଏହି କେନାଲ ରେ ଗତ ଖରିଫ ଋତୁ ରେ ପାଣି ଛଡ଼ାଯିବା ଫଳରେ ୮ନଂ କେନାଲ ବନ୍ଧ ଓ ତାହାର ଶାଖା ବନ୍ଧ ଗୁଡ଼ିକରେ ଘାଇ ସୃଷ୍ଟି ହୋଇଥିଲା । ଯାହାଦ୍ୱାରା ବହୁ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଥିଲା । ଯାହାର ପ୍ରତିକାର ପାଇଁ ଚାଷୀମାନେ ସ୍ଥାନୀୟ ମାହାଙ୍ଗା ବିଧାୟକ ପ୍ରତାପ ଜେନା ଏବଂ ଜଳସମ୍ପଦ ବିଭାଗୀୟ ଅଧିକାର ମାନଙ୍କୁ ଦାବି କରିଥିଲେ । ଯାହା ଆଜି ବିଧାୟକ ପ୍ରତାପ ଜେନା ଙ୍କ ଉଦ୍ୟମ କ୍ରମେ ସଫଳ ହୋଇପାରିଛି । ଏହି କେନ୍ଦୁପାଟଣା ଜଳସମ୍ପଦ ଅଧିକାରୀଙ୍କ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ଠାରୁ ମାହାଙ୍ଗା ବ୍ଲକ ସ୍ଥିତ ଅଚ୍ୟୁତପୁର ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଧିନରେ ରହିଥିବା ୮ନଂ କେନାଲ ପାଶ୍ୱର୍ରେ ଚାଷୀମାନଙ୍କ ଦାବି ମୁ୍‌ତାବକ ଗାର୍ଡ଼ୱାଲ ନିର୍ମାଣ କରାଯାଉଛି । ତେବେ ଏହି ଗାର୍ଡ଼ ୱାଲ ନିର୍ମାଣ ସମୟରେ ବହୁ ଚାଷୀ ଭାଇମାନେ ଉପସ୍ଥିତ ରହି ଭାଗ ମାପ ତନଖି କରୁଥିବା ବେଳେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହୁ କାର୍ଯ୍ୟ ତଦାରଖ କରୁଛନ୍ତି । ଯାହାଦ୍ୱାରା ଏହି ଗାର୍ଡ଼ୱାଲ ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ଉଚ୍ଚକୋଟିର ଭାଗ ମାପରେ କରାଯାଉଛି ବୋଲି ସ୍ଥାନୀୟ ଚାଷୀଭାଇ ମାନେ ପ୍ରକାଶ କରିଛନ୍ତି । ଅପରପକ୍ଷରେ ଏହି ଗାର୍ଡ଼ୱାଲ ନିର୍ମାଣ ହେବା ଦ୍ୱାରା ଆଗାମୀ ଦିନରେ ଏହି ସ୍ଥାନ ଗୁଡ଼ିକରେ ଘାଇ ସୃଷ୍ଟି ହେବନାହିଁ ଯାହାଦ୍ୱାରା ଚାଷୀଭାଇମାନେ ଚାଷ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରିପାରିବେ ବୋଲି ପ୍ରକାଶ କରିଛନ୍ତି । ଚାଷୀମାନଙ୍କ ସୁବିଧା ପାଇଁ ବିଧାୟକ ପ୍ରତାପ ଜେନା ଏବଂ ଜଳସମ୍ପଦ ବିଭାଗୀୟ ଅଧିକାରୀଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ଦୃଢ ପ୍ରଶଂସା କରାଯାଇଛି ।

0
0
0
s2sdefault