ହେଡଲାଇନସ୍:

ସାଧାରଣ ଲୋକଙ୍କ ପାଇଁ ବିଜୁ ବାବୁଙ୍କ ଭାବପ୍ରବଣତା ଥିଲା ଅନନ୍ୟ : ବିଧାୟକ ପ୍ରତାପ ଜେନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଉତ୍ସବ ପାଳିତ

ନିଶ୍ଚିନ୍ତକୋଇଲି,ତା:୦୫.୦୩: ପ୍ରବାଦ ପୁରୁଷ,କଳିଙ୍ଗର ବରପୁତ୍ର,ଝଡ଼ର ଇଗଲ,ଟଲ ମ୍ୟାନ, ମହାନ ଜନନାୟକ ପ୍ରବାଦ ପୁରୁଷ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ତଥା ପଂଚାୟତିରାଜ ଓ ଲୋକସେବା ଦିବସ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନିଶ୍ଚିନ୍ତକୋଇଲି ବ୍ଲକ ଲୁଣା ଚିତ୍ରୋତ୍ପଳା ଦ୍ୱୀପାଚଂଳ ଚକରପଡ଼ିଆ ଠାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଭିମାନୀ, ସଂସ୍କୃତିସମ୍ପନ୍ନ ମାହାଙ୍ଗା ମାଟିର ବିଧାୟକ ପ୍ରତାପ ଜେନା ଯୋଗଦାନ କରି ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀ ଅବସରରେ ବିଜୁବାବୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ଏବଂ ଝଡ଼ର ଇଗଲ ସ୍ୱର୍ଗତ ବିଜୁ ପଟ୍ଟନାୟକ ଜଣେ ଦକ୍ଷ ରାଜନୀତିଜ୍ଞ, ଦୃଢ ସଂଗଠକ, ନରମ ସ୍ୱଭାବ, ନୂଆ ଶିଳ୍ପାୟନର ଚିନ୍ତକ, ନବ କଳିଙ୍ଗର ଐରଖାଳବେଳ, ଆଧୁନିକ ଓଡ଼ିଶାର ନିର୍ମାତା , ଓଡ଼ିଆ ଅସ୍ମିତାର ଲେଲିହାନ ଶିଖା, କଳିଙ୍ଗର କାରିଗର ଭାବେ ଯେଉଁ ସୁନାମ ଅର୍ଜନ କରିଯାଇଛନ୍ତି ତାହା ଆଜିବି ଓଡ଼ିଶା ବାସୀ ମନେ ରଖିଛନ୍ତି, ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ସାକାର କରିପାରିଛନ୍ତି ତାଙ୍କର ସୁପୁତ୍ର ସାଢେ ୪ କୋଟି ଓଡ଼ିଶାବାସୀଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ବିଧାୟକ ଶ୍ରୀ ଜେନା ମତବ୍ୟକ୍ତ ପ୍ରକାଶ କରିଥିଲେ । ଏପରିକି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ କି ବିଜୁ ବାବୁଙ୍କ ଭାବପ୍ରବଣତା ସାଧାରଣ ଲୋକଙ୍କ ଆଗରେ ଏକ ଅନନ୍ୟ ଥିଲା ଯାହାଦ୍ୱାରା ସେ ସବୁବେଳେ ଓଡ଼ିଶାର ବିକାଶ କଥା ଚିନ୍ତା କରିଛନ୍ତି | ତାହାର ଉଦାହାରଣ ହେଉଛି ରାଉଲକେଲା ଷ୍ଟିଲ ପ୍ଲାଂଟ, ପାରାଦ୍ୱୀପ ପୋର୍ଟ,ରାଉଳକେଲା ଇଂଜିନିୟରିଂ କଲେଜ, ନାଲକୋ, ପାରାଦ୍ୱୀପ ଦୈତାରୀ ରାସ୍ତା ହେଉ ସବୁ ବିଜୁ ବାବୁଙ୍କ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ସମ୍ଭବ ହୋଇପାରିଛି, ବିଜୁ ବାବୁ ଜଣେ ନିର୍ଭୀକ ରାଜନୀତିଜ୍ଞ ଥିଲେ ସେ ତାଙ୍କର ବ୍ୟକ୍ତିଗତ ଜୀବନରେ ଜାତି ଓ ସମାଜ ପାଇଁ ଲଢେଇ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରି ଯାଇଛନ୍ତି ଯାହା ପାଇଁ ଆଜି ସମଗ୍ର ବିଶ୍ୱ ଗର୍ବିତ ।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ, ଦୀପା ମଲିକ, ଉପାଧ୍ୟକ୍ଷ ଅଶୋକ କୁମାର ଓଝା, ସତ୍ୟନାରାୟଣ ମହାନ୍ତି, ବ୍ଲକ ବିଜେଡ଼ି ସଭାପତି ରମାକାନ୍ତ ମହାନ୍ତି, ରାଜକିଶୋର ଜେନା, ପ୍ରାକ୍ତନ ଅଧ୍ୟକ୍ଷ ଗିରିଶରଂଜନ ମହାପାତ୍ର, ଶରତ ନାୟକ, ବିଧାୟକ ଙ୍କ ବ୍ୟକ୍ତିଗତ ସହଯୋଗୀ ଉମାଶଙ୍କର ବିଶ୍ୱାଳ, ଜିଲ୍ଲାପରିଷଦ,ସରପଂଚ,ସମିତିସଭ୍ୟ, ବରିଷ୍ଠ ନାଗରିକ, ସମାଜସେବୀ, ଯୁବବିଜେଡ଼ି ଛାତ୍ର କର୍ମୀ ଙ୍କ ସମେତ ବହୁ ବିଜୁ ବାବୁ ପ୍ରେମୀ ବିଜେଡ଼ି କର୍ମୀମାନେ ଯୋଗଦାନ କରିଥିଲେ ।

0
0
0
s2sdefault