ହେଡଲାଇନସ୍:

କିସରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଅନାବରଣ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ ଅବସରରେ କିସ୍‍ ପରିସରରେ ସ୍ଥାପିତ ସ୍ୱର୍ଗତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରାଯାଇଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରତିମୂର୍ତ୍ତିକୁ ଅନାବରଣ କରି ସ୍ୱର୍ଗତ ବିଜୁବାବୁଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ କହିଲେ, କିସ୍‍ ବାସ୍ତବରେ ବିଜୁ ପଟ୍ଟନାୟକଙ୍କ ସ୍ପପ୍ନକୁ ସାକାର କରିଛି। ଜନଜାତିଙ୍କ ଉନ୍ନତି ପାଇଁ ବିଜୁ ପଟ୍ଟନାୟକ ସର୍ବଦା ପ୍ରୟାସ କରୁଥିଲେ । ସେଥିପାଇଁ ସେ ଏକ କମିଟି ମଧ୍ୟ ଗଠନ କରିଥିଲେ। ସେ ଚାହୁଁଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଜନଜାତି ଛାତ୍ରଛାତ୍ରୀଙ୍କୁ ଆଣି ଭୁବନେଶ୍ୱରରେ କେଜିରୁ ପିଜି ପର୍ଯ୍ୟନ୍ତ ବିନାଦେୟରେ ପାଠ ପଢ଼ାଇ ସେମାନଙ୍କୁ ଉପଯୁକ୍ତ ମଣିଷ କରିବା ପାଇଁ। ସେତେବେଳେ ଯଦିଓ ସମ୍ଭବ ହୋଇ ପାରି ନ ଥିଲା । ଏବେ କିସ୍‍ ମାଧ୍ୟମରେ ତାହା ସଫଳ ହୋଇଛି। ନାରୀ ସଶକ୍ତିକରଣ ଓ ପଞ୍ଚାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ବିଜୁ ବାବୁଙ୍କ ଭୂମିକା ଅତୁଳନୀୟ ବୋଲି ଶ୍ରୀ ସାମନ୍ତ କହିଥିଲେ। ବର୍ତ୍ତମାନ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବାରେ ସଫଳ ହୋଇଛନ୍ତି। ବିଜବାବୁ ଜଣେ ଗୌରବ ମଣ୍ଡିତ ଓ ସ୍ୱାଭିମାନୀ ବ୍ୟକ୍ତିତ୍ୱ ଥିଲେ । ସେ ସବୁବେଳେ ଓଡ଼ିଶା ଓ ଓଡ଼ିଶା ବାସୀଙ୍କ କଥା ଚିନ୍ତା କରୁଥିଲେ। ବିଜୁବାବୁଙ୍କ ଉପରେ ଅଧିକ ଗବେଷଣା ପାଇଁ କିସ୍ କିଶ୍ୱବିଦ୍ୟାଳୟରେ ଏକ ଚେୟାର ମଧ୍ୟ ପ୍ରତିଷ୍ଠା କରାଯାଇଛି । କିସ୍‍ ପରିସରରେ ଏହା ପୂର୍ବରୁ ମହାତ୍ମା ଗାନ୍ଧୀ, ପୁଣ୍ୟାତ୍ମା ଗୋପବନ୍ଧୁ, ସ୍ୱାମୀ ବିବେକାନନ୍ଦ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବାବା ସାହେବ ଆମ୍ବେଦକର, ମଧୁବାବୁ ଓ ଭୀମଭୋଇଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଲକାତାସ୍ଥିତ ସତ୍ୟଜିତ ରାୟ ଫିଲ୍ମ ଆଣ୍ଡ ଟେଲିଭିଜନ୍‍ ଇନ୍‍ଷ୍ଟିଚ୍ୟୁଟ୍‍ର ନିର୍ଦ୍ଦେଶକ ହିମାଂଶୁ ଖଟୁଆ, କିଟ୍‍ ଓ କିସ୍‍ ସମ୍ପାଦକ ଆର ଏନ୍‍ ଦାଶ, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା, କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ରିଲେସନ୍‍ସ ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ, କିସ୍‍ ମହାନିର୍ଦ୍ଦେଶକ ଡ. କାହ୍ନୁ ଚରଣ ମାହାଲି, କିମ୍‍ସ ମେଡିକାଲ କଲେଜ ଅଧ୍ୟକ୍ଷ ଡା. ଅମ୍ବିକା ପ୍ରସାଦ ମହାନ୍ତି ଏବଂ ବିଜୁ ପଟ୍ଟନାୟକ, ମହାତ୍ମାଗାନ୍ଧୀ ଓ ଗୋପବନ୍ଧୁ ଚେୟାର ପ୍ରଫେସରମାନେ ଉପସ୍ଥିତ ଥିଲେ । ଶେଷରେ ଶ୍ରୀ ସାମନ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।

0
0
0
s2sdefault